କଂଗ୍ରେସ ଛାଡ଼ିଲେ ଅଶୋକ ଚହ୍ବାନ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ହେଭିୱେଟ୍ ଅଶୋକ ଚହ୍ବାନ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଏହା ଏକ ଶକ୍ତ ଝଟକା। ମହାରାଷ୍ଟ୍ରରେ ତୃତୀୟ କଂଗ୍ରେସ ନେତାଭାବେ ଦଳ ଛାଡ଼ି ଦେଇଛନ୍ତି। ଏହା ପୂର୍ବର ମହାରାଷ୍ଟ୍ର କଂଗ୍ରେସ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା ଦଳ ଛାଡ଼ିଥିଲେ। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା […]

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ହେଭିୱେଟ୍ ଅଶୋକ ଚହ୍ବାନ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଏହା ଏକ ଶକ୍ତ ଝଟକା। ମହାରାଷ୍ଟ୍ରରେ ତୃତୀୟ କଂଗ୍ରେସ ନେତାଭାବେ ଦଳ ଛାଡ଼ି ଦେଇଛନ୍ତି। ଏହା ପୂର୍ବର ମହାରାଷ୍ଟ୍ର କଂଗ୍ରେସ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା ଦଳ ଛାଡ଼ିଥିଲେ। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପାଟୋଲଙ୍କୁ ଏକ ଧାଡ଼ିକିଆ ଚିଠି ଲେଖି କହିଛନ୍ତି, , ଆଜିଠାରୁ ମୁଁ ଭାରତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି। ୬୫ ବର୍ଷୀୟ ନେତା ମଧ୍ୟ ଜଣେ ବିଧାୟକ ଭାବେ ବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି। ବାଚସ୍ପତିଙ୍କ ଅଫିସ ପକ୍ଷରୁ ଏହା ସ୍ପଷ୍ଟ କରି କୁହାଯାଇଛି ଯେ ଅଶୋକ ଚହ୍ବାନ ଆଜି ପୂର୍ବାହ୍ନ ୧୧.୨୪ ସମୟରେ ବିଧାନସଭା ବାଚସ୍ପତି ରାହୁଲ ନର୍ବେକରଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବାବେଳେ ବାଚସ୍ପତିଙ୍କ ଅଫିସ ପକ୍ଷରୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ବିଜେପି ଚହ୍ବାନଙ୍କୁ ରାଜ୍ୟସଭା ଆସନରୁ ପ୍ରାର୍ଥୀ କରିପାରେ। ଅଶୋକ ଚହ୍ବାନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ଚର୍ଚ୍ଚା ଜାରି ରହିଥିବାବେଳେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ଆଗକୁ କ’ଣ ହେଉଛି ଖାଲି ଅପେକ୍ଷା କର ଏବଂ ଦେଖ। ଫଡ଼ନାବିସ କହିଛନ୍ତି, ଅଶୋକ ଚହ୍ବାନଙ୍କ ସଂକ୍ରାନ୍ତରେ ମୁଁ ଗଣମାଧ୍ୟମରୁ ଶୁଣିଲି କିନ୍ତୁ ଏବେ ମୁଁ କେବଳ ଗୋଟିଏ କଥା କହିବି ଯେ ଅନେକ କଂଗ୍ରେସ ନେତା ବିଜେପି ସହ ଯୋଗାଯୋଗରେ ରହିଛନ୍ତି।