ପ୍ରାକ୍ରୁର୍ତିକ ବିପ୍ରଜୟ କୁ ନେଇ ଅଗ୍ନିଶମ ବିଭାଗ ତରଫରୁ ମକ ଡ୍ରିଲ
ଲକ୍ଷ୍ମୀପୁର ୧୮/୦୬ ଲକ୍ଷ୍ମୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ଅଗ୍ନିଶ୍ରମ୍ ବିଭାଗ ତରଫରୁ ଏକ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ କରାଯାଇଛି।କୌଣସି ପ୍ରକାର ବିପର୍ଯୟ ସମୟରେ କିପରି ଧନ ଜୀବନ କୁ ଉଧାର କରାଯିବ ତାକୁ ନେଇ ଅଗ୍ନି ଶ୍ରମ ବିଭାଗ କର୍ମଚାରୀ ମାନେ ଏକ ମକ୍ ଡ୍ରୀଲ ମାଧ୍ୟମରେ ଦେଖାଇଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ସୁଆଇ କୁଲେସିକା ,ଉପାଧ୍ୟକ୍ଷା ଆରତୀ କୁଲଦୀପ,ବିଡ଼ିଓ ଗୁରେଶ୍ୱର ଭୋଇ,ତହସିଲଦାର ନୈବେଦ୍ୟ ଭୋଇ,ଗ୍ରାମ ପଞ୍ଚାୟତ ଅଧିକାରୀ ସୁଧିର […] The post ପ୍ରାକ୍ରୁର୍ତିକ ବିପ୍ରଜୟ କୁ ନେଇ ଅଗ୍ନିଶମ ବିଭାଗ ତରଫରୁ ମକ ଡ୍ରିଲ appeared first on Odisha.News.
ଲକ୍ଷ୍ମୀପୁର ୧୮/୦୬
ଲକ୍ଷ୍ମୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ଅଗ୍ନିଶ୍ରମ୍ ବିଭାଗ ତରଫରୁ ଏକ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ କରାଯାଇଛି।କୌଣସି ପ୍ରକାର ବିପର୍ଯୟ ସମୟରେ କିପରି ଧନ ଜୀବନ କୁ ଉଧାର କରାଯିବ ତାକୁ ନେଇ ଅଗ୍ନି ଶ୍ରମ ବିଭାଗ କର୍ମଚାରୀ ମାନେ ଏକ ମକ୍ ଡ୍ରୀଲ ମାଧ୍ୟମରେ ଦେଖାଇଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ସୁଆଇ କୁଲେସିକା ,ଉପାଧ୍ୟକ୍ଷା ଆରତୀ କୁଲଦୀପ,ବିଡ଼ିଓ ଗୁରେଶ୍ୱର ଭୋଇ,ତହସିଲଦାର ନୈବେଦ୍ୟ ଭୋଇ,ଗ୍ରାମ ପଞ୍ଚାୟତ ଅଧିକାରୀ ସୁଧିର କୁମାର୍ ବେହେରାଙ୍କ ସମେତ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିବା ବେଳେ ଅଗ୍ନି ଶ୍ରମ ବିଭାଗର ଏଲ ଏଫ୍ ଏମ ଚିତ୍ରସେନ ବେହେରା,ଟ୍ରେନର ବବିଶ କୁମାର୍ ଗୌଡ଼ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କିପରି ଲୋକଙ୍କୁ ଉଧାର କରିବେ ତାହା ଉପରେ ଏକ ମକ୍ ଡ୍ରୀଲ ମାଧ୍ୟମରେ ବୁଝାଇଥିଲେ। ଏନେଇ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ପ୍ରଶାସନ ତରଫରୁ ଯେଉଁ ବିଭାଗର ଅଧିକାରୀ ମାନଙ୍କୁ ଚିଠି କରାଯାଇଥିଲା ସେମାନଙ୍କ ମଧ୍ୟରେ ଅନେକ ବିଭାଗର ଦେଖା ନଥିଲା।ଏଥିରୁ ଜଣା ପଡୁଛି ଏସବୁ ବିଭାଗୀୟ ଅଧିକାରୀମାନେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରତି କେତେ ଜାଗ୍ରତ।କାରଣ ଏହା ପୂର୍ବରୁ ଯେକୌଣସି ସରକାରୀ କାର୍ଯ୍ୟ ହେଉଥିଲା ସେଥିରେ ଡରି ମରି ଯେଉଁ ମାନେ ଯୋଗ ଦେଇଥିଲେ ସେମାନେ ବର୍ତ୍ତମାନ ର ସରକାରଙ୍କ ପ୍ରତି କେତେ ତତ୍ପର ତାହା ଆଜିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।ତେଣୁ ଲକ୍ଷ୍ମୀପୁର ବ୍ଲକରେ ବର୍ଷ ବର୍ଷ ଧରି କୋଳି ଖାଇ ମଞ୍ଜି ପୋତିବା ଭଳି ରହିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସହ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ସବୁ ମହଲରେ ମତ ପ୍ରକାଶ ପାଇଛି।
The post ପ୍ରାକ୍ରୁର୍ତିକ ବିପ୍ରଜୟ କୁ ନେଇ ଅଗ୍ନିଶମ ବିଭାଗ ତରଫରୁ ମକ ଡ୍ରିଲ appeared first on Odisha.News.