ଉତ୍ତର ଆମେରିକାରେ ୭.୬ ତୀବ୍ରତାର ଭୂକମ୍ପ
ହୋଣ୍ଡୁରାସ: ଉତ୍ତର ଆମେରିକାର ହୋଣ୍ଡୁରାସ୍ ଓ ଦକ୍ଷିଣପଶ୍ଚିମ କେମ୍ୟାନ୍ ଦ୍ବୀପ ନିକଟରେ ଗତକାଲି ରାତିରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୬ ରେକର୍ଡ କରାଯାଇଛି। ଭୂକମ୍ପ ପରେ ସମଗ୍ର ଅଞ୍ଚଳ ନିମନ୍ତେ ସୁନାମୀ ସତର୍କତା ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ହଟାଇଦିଆଯାଇଛି। ଆମେରିକା ଜିଓଲୋଜିକାଲ୍ ସର୍ଭେର ସୂଚନାନୁସାରେ, ଗତକାଲି ସଂଧ୍ୟା ୬ଟା ୨୩ ମିନିଟ୍ (ସ୍ଥାନୀୟ ସମୟ)ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଜଜ୍ ସହରର ଦକ୍ଷିଣ-ପଶ୍ଚିମ […]

ହୋଣ୍ଡୁରାସ: ଉତ୍ତର ଆମେରିକାର ହୋଣ୍ଡୁରାସ୍ ଓ ଦକ୍ଷିଣପଶ୍ଚିମ କେମ୍ୟାନ୍ ଦ୍ବୀପ ନିକଟରେ ଗତକାଲି ରାତିରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୬ ରେକର୍ଡ କରାଯାଇଛି। ଭୂକମ୍ପ ପରେ ସମଗ୍ର ଅଞ୍ଚଳ ନିମନ୍ତେ ସୁନାମୀ ସତର୍କତା ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ହଟାଇଦିଆଯାଇଛି। ଆମେରିକା ଜିଓଲୋଜିକାଲ୍ ସର୍ଭେର ସୂଚନାନୁସାରେ, ଗତକାଲି ସଂଧ୍ୟା ୬ଟା ୨୩ ମିନିଟ୍ (ସ୍ଥାନୀୟ ସମୟ)ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଜଜ୍ ସହରର ଦକ୍ଷିଣ-ପଶ୍ଚିମ ଓ ଜାମାଇକାର କିଙ୍ଗ୍ଷ୍ଟନ୍ର ପଶ୍ଚିମ ତଟ ସମୁଦ୍ର ତଳରେ ଚିହ୍ନଟ କରାଯାଇଛି। ଭୂକମ୍ପ ପରେ ତୁରନ୍ତ ପୁର୍ଟୋରିକୋ, ଆମେରିକାର ଭିର୍ଜିନ୍ ଦ୍ବୀପପୁଞ୍ଜ, ବ୍ରିଟିଶ୍ ଭିର୍ଜିନ୍ ଦ୍ବୀପପୁଞ୍ଜ, କ୍ୟୁବା, ହୋଣ୍ଡୁରାସ୍ ଓ କେମ୍ୟାନ୍ ଦ୍ବୀପ ପାଇଁ ସୁନାମୀ ସତର୍କତା ଜାରି କରାଯାଇଥିଲା। ବିଳମ୍ବିତ ରାତିରେ ଏହି ସୁନାମୀ ସତର୍କତା ହଟାଇ ଦିଆଯାଇଥିଲା।