ପପ୍‌ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ

ସିଓଲ,୧୩ା୪: ଦକ୍ଷିଣ କୋରିଆର ପପ୍‌ ଗାୟିକା ପାର୍କ ବୋ ରାମ୍‌ଙ୍କର ଗୁରୁବାର ରାତିରେ ମାତ୍ର ୩୦ ବର୍ଷ ବୟସରେ ପରଲୋକ ଘଟିଛି। ଏଭଳି ଦୁଃଖଦ ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ ଚାଲିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗାୟିକା ଏକ ଘରୋଇ କାଯର୍ର୍‌ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ଦୁଇ ବନ୍ଧୁଙ୍କ ସହ ମଦ ପିଇ ରେଷ୍ଟରୁମ୍‌କୁ ଯାଇଥିଲେ। ସେ ନ ଫେରିବାରୁ କ’ଣ ହେଲା ବୋଲି ଦୁଇ […] The post ପପ୍‌ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.

ପପ୍‌ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ

ସିଓଲ,୧୩ା୪: ଦକ୍ଷିଣ କୋରିଆର ପପ୍‌ ଗାୟିକା ପାର୍କ ବୋ ରାମ୍‌ଙ୍କର ଗୁରୁବାର ରାତିରେ ମାତ୍ର ୩୦ ବର୍ଷ ବୟସରେ ପରଲୋକ ଘଟିଛି। ଏଭଳି ଦୁଃଖଦ ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ ଚାଲିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗାୟିକା ଏକ ଘରୋଇ କାଯର୍ର୍‌ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ଦୁଇ ବନ୍ଧୁଙ୍କ ସହ ମଦ ପିଇ ରେଷ୍ଟରୁମ୍‌କୁ ଯାଇଥିଲେ। ସେ ନ ଫେରିବାରୁ କ’ଣ ହେଲା ବୋଲି ଦୁଇ ବନ୍ଧୁ ଦେଖିବାକୁ ଯାଇ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଇଥିଲେ। ୨୦୧୪ରେ ପାର୍କ ପପ୍‌ ସଙ୍ଗୀତ ଶିଳ୍ପରେ ପାଦଦେଇ ନିଜର ଟ୍ୟାଲେଣ୍ଟ ବଳରେ ଶ୍ରୋତାଙ୍କ ହୃଦୟ ଜିତିଥିଲେ।

The post ପପ୍‌ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.