ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ, ରାୟ ଶୁଣାଇଲେ ମଧ୍ୟପ୍ରଦେଶ ହାଇକୋର୍ଟ

ନୂଆଦିଲ୍ଲୀ ୩୧।୦୫: ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ। ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ମଧ୍ୟରେ ବିବାହ ମୁସିଲମ ଆଇନ ଅନୁସାରେ ବୈଧ ନୁହେଁ । ବିବାହ ପୂର୍ବରୁ ଧର୍ମ ପରିବର୍ତ୍ତନ କରିବା ଜରୁରୀ । ହାଇକୋର୍ଟ ଜଣେ ମୁସଲିମ ପୁଅ ଓ ହିନ୍ଦୁ ଝିଅର ବିବାହ ଆବେଦନର ଶୁଣାଣି ଉପରେ ଏହି ରାୟ ଶୁଣାଇଛନ୍ତି । ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ । ହିନ୍ଦୁ ଓ ମୁସଲିମ କରିପାରିବେନି ବିବାହ ।  ଯୁବକ ଯୁବତୀ ପରସ୍ପରକୁ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବା ଜରୁରୀ  । ଜଣେ ମୁସଲିମ ପୁଅ ଓ ହିନ୍ଦୁ ଝିଅର ବିବାହ ଆବେଦନର ଶୁଣାଣି ଉପରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । ଜଷ୍ଟିସ ଗୁରୁପାଲ ସିଂ ଆହଲୁୱାଲିଆ କହିଛନ୍ତି, ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ବିବାହକୁ ମୁସଲିମ ପର୍ସନାଲ ଆଇନ ଅଧିନରେ ଅନିୟମିତତା ବା ଫାସିଦ ବାହାଘର ବୋଲି ବିବେଚନା କରାଯାଏ। ଯଦି ବି ସେମାନେ ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ବିବାହ କରୁଛନ୍ତି, ତଥାପି ଏହାକୁ ବୈଧ ବୋଲି ଧରାଯାଏ ନାହିଁ ।ଉଭୟ ଯୁବକ ଯୁବତୀ ଆବେଦନରେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେମାନଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ବାହାଘର ପରେ ମଧ୍ୟ ଦୁଇ ଜଣ ନିଜ ନିଜ ଧର୍ମକୁ ପାଳନ କରିବେ । ଯୁବତୀ ଜଣକ ବିବାହ ପାଇଁ ନିଜ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁନାହାନ୍ତି । ଅପରପକ୍ଷରେ ପୁଅ ମଧ୍ୟ ନିଜ ଧର୍ମ ପରିବର୍ତ୍ତନ କରିବା

ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ, ରାୟ ଶୁଣାଇଲେ ମଧ୍ୟପ୍ରଦେଶ ହାଇକୋର୍ଟ

ନୂଆଦିଲ୍ଲୀ ୩୧।୦୫: ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ। ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ମଧ୍ୟରେ ବିବାହ ମୁସିଲମ ଆଇନ ଅନୁସାରେ ବୈଧ ନୁହେଁ । ବିବାହ ପୂର୍ବରୁ ଧର୍ମ ପରିବର୍ତ୍ତନ କରିବା ଜରୁରୀ । ହାଇକୋର୍ଟ ଜଣେ ମୁସଲିମ ପୁଅ ଓ ହିନ୍ଦୁ ଝିଅର ବିବାହ ଆବେଦନର ଶୁଣାଣି ଉପରେ ଏହି ରାୟ ଶୁଣାଇଛନ୍ତି । 

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ । ହିନ୍ଦୁ ଓ ମୁସଲିମ କରିପାରିବେନି ବିବାହ ।  ଯୁବକ ଯୁବତୀ ପରସ୍ପରକୁ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବା ଜରୁରୀ  । ଜଣେ ମୁସଲିମ ପୁଅ ଓ ହିନ୍ଦୁ ଝିଅର ବିବାହ ଆବେଦନର ଶୁଣାଣି ଉପରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । 

ଜଷ୍ଟିସ ଗୁରୁପାଲ ସିଂ ଆହଲୁୱାଲିଆ କହିଛନ୍ତି, ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ବିବାହକୁ ମୁସଲିମ ପର୍ସନାଲ ଆଇନ ଅଧିନରେ ଅନିୟମିତତା ବା ଫାସିଦ ବାହାଘର ବୋଲି ବିବେଚନା କରାଯାଏ। ଯଦି ବି ସେମାନେ ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ବିବାହ କରୁଛନ୍ତି, ତଥାପି ଏହାକୁ ବୈଧ ବୋଲି ଧରାଯାଏ ନାହିଁ ।

ଉଭୟ ଯୁବକ ଯୁବତୀ ଆବେଦନରେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେମାନଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ବାହାଘର ପରେ ମଧ୍ୟ ଦୁଇ ଜଣ ନିଜ ନିଜ ଧର୍ମକୁ ପାଳନ କରିବେ । 

ଯୁବତୀ ଜଣକ ବିବାହ ପାଇଁ ନିଜ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁନାହାନ୍ତି । ଅପରପକ୍ଷରେ ପୁଅ ମଧ୍ୟ ନିଜ ଧର୍ମ ପରିବର୍ତ୍ତନ କରିବାକୁ ଇଚ୍ଛା କରୁନାହିଁ। ହେଲେ ହାଇକୋର୍ଟ କହିଛନ୍ତି, ଯେଉଁ ବିବାହ ମୁସଲିମ ଆଇନ ଅନୁସାରେ ବୈଧ ନୁହେଁ, ତା’ହା ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧୀନରେ ମଧ୍ୟ ବୈଧ ନୁହେଁ। 

ସ୍ପେଶାଲ ମ୍ୟାରେଜ ଆକ୍ଟର ଧାରା ୪ରେ କୁହାଯାଇଛି ଯେ ବାହାଘର ସେତେବେଳେ ବୈଧ ହେବ ଯେତେବେଳେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କର ଧର୍ମକୁ ଗ୍ରହଣ କରିବେ । ତେଣୁ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।