ପ୍ରଚାର ବେଳେ ଦୋକାନରେ ରାହୁଲ ଖାଇଥିଲେ ଜଲେବି, ବିଜୟ ପରେ ବିଜେପି ପଠାଇଲା ୧ କିଲୋ
ନୂଆଦିଲ୍ଲୀ ୦୯/୧୦: ହରିୟାଣା ନିର୍ବାଚନ ଫଳାଫଳ ସବୁଠି ଉତ୍ସାହର ମାହୋଲ । ଖାସ୍ କରି ବିଜେପି ଶିବିରରେ ସେଲିବ୍ରେସନର ମାହୋଲ । ଏହାରି ଭିତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାଶ ଟ୍ୟାଗ୍ ଜଲେବି । ଖାଲି ସେତକି ନୁହେଁ ଆହୁରି ବି କଥା ଉଠୁଛି କି, ଜଲେବି ଖାଇଲେ ରାହୁଲ ଗାନ୍ଧି, କିନ୍ତୁ ସ୍ୱାଦ ନେଇଗଲା ବିଜେପି। ସୂଚନା ଥାଉକି, ହରିୟାଣାରେ ବିଜେପିର ଜବରଦସ୍ତ ବିଜୟ କ୍ଷମତା ରାଜନୀତିରେ ଜଲେବିର ଥିଓରୀ । କହିବାକୁ ଗଲେ ଭୋଟ ଗଣତି ଆରମ୍ଭରୁ ଟ୍ରେଣ୍ଡ କରୁ ନଥିଲା ଜଲେବି । କିନ୍ତୁ ବିଜେପି ଆଗୁଆ ହେବା ମାତ୍ରେ ଭାଇରାଲ୍ ହେବାରେ ଲାଗିଥିଲା ଜଲେବି । ତେବେ ଏହାର କାରଣ ହେଉଛି ବିଜେପିର ହରିୟାଣା ହ୍ୟାଟ୍ରିକ୍ । କଂଗ୍ରେସକୁ ଜାଟ୍ ଭୂମିରେ ଝଟକା ଲାଗିବା ପରେ ସୋଶାଲ ମିଡିଆରେ ରାହୁଲ ଗାନ୍ଧିଙ୍କୁ ବିଜେପି ସମର୍ଥକ ଛିଗୁଲେଇବାରେ ଲାଗିଛନ୍ତି। ସେମାନେ କହୁଛନ୍ତି ଯେ ଜଲେବି ତେରା, ହରିୟାଣା ମେରା। भारतीय जनता पार्टी हरियाणा के समस्त कार्यकर्ताओं की तरफ से राहुल गांधी जी के लिए उनके घर पर जलेबी भिजवा दी है???????? pic.twitter.com/Xi8SaM7yBj— Haryana BJP (@BJP4Haryana) October 8, 2024ଆଉ କେହି କେହି ଫଟୋର କ୍ୟାପସନ୍ ରଖୁଛନ୍ତି, ଜଲେବି ରେଡି ହେ। ସେପଟେ ବିଜୟ ପରେ ରାହୁଲଙ୍କ ପାଇଁ ବିଜେପି ପକ୍ଷରୁ ପଠାଯାଇଛି ଜଲେବି ପାର୍ସଲ । କାରଣ ହରିୟାଣା ନିର୍ବାଚନ ପ୍ରଚାର ବେଳେ ଗ
ନୂଆଦିଲ୍ଲୀ ୦୯/୧୦: ହରିୟାଣା ନିର୍ବାଚନ ଫଳାଫଳ ସବୁଠି ଉତ୍ସାହର ମାହୋଲ । ଖାସ୍ କରି ବିଜେପି ଶିବିରରେ ସେଲିବ୍ରେସନର ମାହୋଲ । ଏହାରି ଭିତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାଶ ଟ୍ୟାଗ୍ ଜଲେବି । ଖାଲି ସେତକି ନୁହେଁ ଆହୁରି ବି କଥା ଉଠୁଛି କି, ଜଲେବି ଖାଇଲେ ରାହୁଲ ଗାନ୍ଧି, କିନ୍ତୁ ସ୍ୱାଦ ନେଇଗଲା ବିଜେପି।
ସୂଚନା ଥାଉକି, ହରିୟାଣାରେ ବିଜେପିର ଜବରଦସ୍ତ ବିଜୟ କ୍ଷମତା ରାଜନୀତିରେ ଜଲେବିର ଥିଓରୀ । କହିବାକୁ ଗଲେ ଭୋଟ ଗଣତି ଆରମ୍ଭରୁ ଟ୍ରେଣ୍ଡ କରୁ ନଥିଲା ଜଲେବି । କିନ୍ତୁ ବିଜେପି ଆଗୁଆ ହେବା ମାତ୍ରେ ଭାଇରାଲ୍ ହେବାରେ ଲାଗିଥିଲା ଜଲେବି । ତେବେ ଏହାର କାରଣ ହେଉଛି ବିଜେପିର ହରିୟାଣା ହ୍ୟାଟ୍ରିକ୍ । କଂଗ୍ରେସକୁ ଜାଟ୍ ଭୂମିରେ ଝଟକା ଲାଗିବା ପରେ ସୋଶାଲ ମିଡିଆରେ ରାହୁଲ ଗାନ୍ଧିଙ୍କୁ ବିଜେପି ସମର୍ଥକ ଛିଗୁଲେଇବାରେ ଲାଗିଛନ୍ତି। ସେମାନେ କହୁଛନ୍ତି ଯେ ଜଲେବି ତେରା, ହରିୟାଣା ମେରା।
भारतीय जनता पार्टी हरियाणा के समस्त कार्यकर्ताओं की तरफ से राहुल गांधी जी के लिए उनके घर पर जलेबी भिजवा दी है???????? pic.twitter.com/Xi8SaM7yBj— Haryana BJP (@BJP4Haryana) October 8, 2024
ଆଉ କେହି କେହି ଫଟୋର କ୍ୟାପସନ୍ ରଖୁଛନ୍ତି, ଜଲେବି ରେଡି ହେ। ସେପଟେ ବିଜୟ ପରେ ରାହୁଲଙ୍କ ପାଇଁ ବିଜେପି ପକ୍ଷରୁ ପଠାଯାଇଛି ଜଲେବି ପାର୍ସଲ । କାରଣ ହରିୟାଣା ନିର୍ବାଚନ ପ୍ରଚାର ବେଳେ ଗୋହାନାରେ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜଲେବିଙ୍କ ଖାଇଥିଲେ ରାହୁଲ ଗାନ୍ଧୀ । ଖାିବା ପରେ ଭାଷଣରେ ସେହି ଜଲେବି ଥିଓରି ଦୋହାରାଇଥିଲେ ରାହୁଲ୍ । ସେ କହିଥିଲେ, ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ।
କିନ୍ତୁ ଏହାକୁ ତୀବ୍ର ସମାଲୋଚନା କରିଥିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ। ସେ କହିଥିଲେ, ରାହୁଲ ଜାଣିନାହାନ୍ତି ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ।
ଆହୁରି ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଜଲେବି କଥା ଉଠାଇ କହିଥିଲେ, “ଇଣ୍ଡି ମେଣ୍ଟ ଯଦି କ୍ଷମତାକୁ ଆସେ ୫ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସେମାନଙ୍କ ପାଖରେ ଫର୍ମୁଲା ଅଛି। ସେମାନଙ୍କୁ ପଚାର ଏହା ପ୍ରଧାନମନ୍ତ୍ରୀ ପଦ ନା ମାତୁ ରାମ୍ କି ଜଲେବି?” ଆଉ ଏବେ ହରିୟାଣାରେ ବିଜେପିର ଜିତାପଟ ପରେ, କଂଗ୍ରେସ ପାଇଁ ବୁମେରାଂ ହୋଇଯାଇଛି କଂଗ୍ରେସର ଜଲେବି ଫର୍ମୁଲା।