୬ ବାର୍ ଡ୍ୟାନ୍ସରଙ୍କୁ ଅଟକାଇ ବନ୍ଧା ହେଲେ ମାଲିକ
ଭୁବନେଶ୍ୱର,୭ା୮: ରାଜ୍ୟ ବାହାରୁ ୬ ବାର୍ଡ୍ୟାନ୍ସରଙ୍କୁ ଭୁବନେଶ୍ୱର ଆଣିଥିଲେ। ମିଛ ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ନଶା ବାର୍ରେ ବିଳମ୍ବିତ ରାତି ଯାଏ ଡ୍ୟାନ୍ସ କରିବାକୁ ବାଧ୍ୟ କଲେ। ଆଉ କାମ କରିବାକୁ ରାଜି ନ ହେବାରୁ ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା। ଏପରିକି ଯୁବତୀମାନଙ୍କୁ ୩ଦିନ ଧରି ଅଟକ ରଖି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଅଭିଯୋଗ ପାଇ କମିଶନରେଟ୍ ପୋଲିସର ହାଇ ଏଫିସିଏନ୍ସି ରେସ୍ପନ୍ସ (ହର୍) ଟିମ୍ ଭୁବନେଶ୍ୱରର ମୃତ୍ୟୁଞ୍ଜୟ ବିହାରସ୍ଥିତ ଏକ ପିଜି […] The post ୬ ବାର୍ ଡ୍ୟାନ୍ସରଙ୍କୁ ଅଟକାଇ ବନ୍ଧା ହେଲେ ମାଲିକ appeared first on Dharitri Odia News.
ଭୁବନେଶ୍ୱର,୭ା୮: ରାଜ୍ୟ ବାହାରୁ ୬ ବାର୍ଡ୍ୟାନ୍ସରଙ୍କୁ ଭୁବନେଶ୍ୱର ଆଣିଥିଲେ। ମିଛ ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ନଶା ବାର୍ରେ ବିଳମ୍ବିତ ରାତି ଯାଏ ଡ୍ୟାନ୍ସ କରିବାକୁ ବାଧ୍ୟ କଲେ। ଆଉ କାମ କରିବାକୁ ରାଜି ନ ହେବାରୁ ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା। ଏପରିକି ଯୁବତୀମାନଙ୍କୁ ୩ଦିନ ଧରି ଅଟକ ରଖି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଅଭିଯୋଗ ପାଇ କମିଶନରେଟ୍ ପୋଲିସର ହାଇ ଏଫିସିଏନ୍ସି ରେସ୍ପନ୍ସ (ହର୍) ଟିମ୍ ଭୁବନେଶ୍ୱରର ମୃତ୍ୟୁଞ୍ଜୟ ବିହାରସ୍ଥିତ ଏକ ପିଜି ହଷ୍ଟେଲରୁ ଯୁବତୀମାନଙ୍କୁ ଉଦ୍ଧାର କରିଛି। ପୀଡ଼ିତାମାନଙ୍କ ଏତଲାକ୍ରମେ ଧଉଳି ଥାନା ପୋଲିସ ନଶା ବାର୍ ମାଲିକ ଶିବପ୍ରସାଦ ମହାନ୍ତି (୫୭) ଓ ଶିଶୁପାଳଗଡ଼ ଅଞ୍ଚଳର ଏଜେଣ୍ଟ ଜ୍ୟୋତିପ୍ରକାଶ ନାୟକ(୪୨)ଙ୍କୁ ଗିରଫ କରିଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଦଫା ୧୨୬(୨), ୧୧୫(୨), ୧୧୮(୨), ୧୦୯, ୩୦୩(୨), ୩(୫)ରେ ଏକ ମାମଲା (ନଂ.୪୩୯/୨୦୨୪) ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
The post ୬ ବାର୍ ଡ୍ୟାନ୍ସରଙ୍କୁ ଅଟକାଇ ବନ୍ଧା ହେଲେ ମାଲିକ appeared first on Dharitri Odia News.