‘ଧୋନୀ-ବିରାଟ-ରୋହିତ ଦୋଷୀ, ମୋ’ ପୁଅର ୧୦ ବର୍ଷ ବରବାଦ କରିଦେଲେ’

ନୂଆଦିଲ୍ଲୀ,୧୩।୧୧: ବାପାଙ୍କ ବୟାନକୁ ନେଇ ବିବାଦରେ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଲଗାତାର ଟି୨୦ରେ ଭଲ ପ୍ରଦର୍ଶନକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି। ହେଲେ ଏବେ ସଞ୍ଜୁଙ୍କ ବାପା ଧୋନୀ, ବିରାଟ ଏବଂ ରୋହିତ ଶର୍ମା ତାଙ୍କ ୧୦ ବର୍ଷ ଖରାପ କରିଦେଇଥିବା ଅଭିଯୋଗ କରିଛନ୍ତି। ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହି ବଡ଼ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ସଞ୍ଜୁଙ୍କ ବାପାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି ଯେ, […] The post ‘ଧୋନୀ-ବିରାଟ-ରୋହିତ ଦୋଷୀ, ମୋ’ ପୁଅର ୧୦ ବର୍ଷ ବରବାଦ କରିଦେଲେ’ appeared first on Dharitri Odia News.

‘ଧୋନୀ-ବିରାଟ-ରୋହିତ ଦୋଷୀ, ମୋ’ ପୁଅର ୧୦ ବର୍ଷ ବରବାଦ କରିଦେଲେ’

ନୂଆଦିଲ୍ଲୀ,୧୩।୧୧: ବାପାଙ୍କ ବୟାନକୁ ନେଇ ବିବାଦରେ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଲଗାତାର ଟି୨୦ରେ ଭଲ ପ୍ରଦର୍ଶନକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି। ହେଲେ ଏବେ ସଞ୍ଜୁଙ୍କ ବାପା ଧୋନୀ, ବିରାଟ ଏବଂ ରୋହିତ ଶର୍ମା ତାଙ୍କ ୧୦ ବର୍ଷ ଖରାପ କରିଦେଇଥିବା ଅଭିଯୋଗ କରିଛନ୍ତି। ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହି ବଡ଼ ଅଭିଯୋଗ ଆଣିଛନ୍ତି।

ସୋସିଆଲ ମିଡିଆରେ ସଞ୍ଜୁଙ୍କ ବାପାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି ଯେ, ୩-୪ ଲୋକ ଅଛନ୍ତି, ଯିଏ ମୋ ପୁଅ କ୍ୟାରିୟରର ୧୦ ବର୍ଷ ବରବାଦ କରିଦେଲେ। ଧୋନୀ, ବିରାଟ, ରୋହିତ ଏବଂ ରାହୁଲ ଦ୍ରାବିଡ ମୋ’ ପୁଅଙ୍କ ୧୦ ବର୍ଷ ବରବାଦ କରିଦେଲେ। ସେମାନେ ସମସ୍ତେ କ୍ଷତି କରିବାକୁ ଚାହିଁଥିଲେ ହେଁ ସଞ୍ଜୁ ସେଥିରୁ ବାହାରି ଆସିଛନ୍ତି।

୨୦୧୪ରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ସଞ୍ଜୁ ଆଜିଯାଏ ଅଧିକ କ୍ରିକେଟ ଖେଳିପାରି ନାହାନ୍ତି। ଏହାକୁ ନେଇ ସଞ୍ଜୁଙ୍କ ବାପା ଖପ୍ପା ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ଉକ୍ତ ୪ ଜଣ ନୁହନ୍ତି ବରଂ ପୂର୍ବତନ କ୍ରିକେଟର ଶ୍ରୀକାନ୍ତଙ୍କୁ ସେ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ସାମସନ ବାଲାଂଦେଶ ଭଳି ଟିମ୍‌ ବିପକ୍ଷରେ ଶତକ ମାରିଥିବା ଶ୍ରୀକାନ୍ତ କହିଥିଲେ। ହେଲେ ଶତକ ତ ଶତକ ହୋଇଥାଏ ବୋଲି ସେ କହିଛନ୍ତି।

କହିରଖୁଛୁ, ପୂର୍ବରୁ ମଧ୍ୟ ବାପାଙ୍କୁ ନେଇ ସଞ୍ଜୁ ବିବାଦକୁ ଆସିଛନ୍ତି। ୨୦୧୬ରେ ସେ କେରଳ କ୍ରିକେଟ ଆସୋସିଏଶନ ଅଧିକାରୀଙ୍କ ସହ ଝଗଡ଼ା କରିଥିଲେ । ଏହାକୁ ନେଇ ତାଙ୍କୁ ଚେତାବନୀ ଦିଆଯାଇଥିଲା। ଏବେ ପୁଣି ଥରେ ତାଙ୍କ ବୟାନ ଚର୍ଚ୍ଚାରେ ରହିଛି। ଏହାର ପ୍ରଭାବ କ୍ରିକେଟରଙ୍କ ଉପରେ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।

The post ‘ଧୋନୀ-ବିରାଟ-ରୋହିତ ଦୋଷୀ, ମୋ’ ପୁଅର ୧୦ ବର୍ଷ ବରବାଦ କରିଦେଲେ’ appeared first on Dharitri Odia News.