କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ
ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ବୁଧବାର ପ୍ରଥମ ମ୍ଯାଚ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଉତ୍ତରାଖଣ୍ଡ ଚଣ୍ଡିଗଡ଼ ପୋଲିସ ଦଳକୁ ୯-୦ ଗୋଲ ବ୍ଯବଧାନରେ ପରାସ୍ତ କରିଛି।ଦ୍ୱିତୀୟ ମ୍ଯାଚ ଆଇଟିବିପି ଓ ରାଜସ୍ଥାନ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଆଇଟିବିପି, ରାଜସ୍ଥାନ ପୋଲିସ ଦଳକୁ ୮-୩ ଗୋଲ ବ୍ଯବଧାନରେ ହରାଇଛି । ସେହିପରି ମଣିପୁର ଓ ଝାଡ଼ଖଣ୍ଡ […]

ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ବୁଧବାର ପ୍ରଥମ ମ୍ଯାଚ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଉତ୍ତରାଖଣ୍ଡ ଚଣ୍ଡିଗଡ଼ ପୋଲିସ ଦଳକୁ ୯-୦ ଗୋଲ ବ୍ଯବଧାନରେ ପରାସ୍ତ କରିଛି।ଦ୍ୱିତୀୟ ମ୍ଯାଚ ଆଇଟିବିପି ଓ ରାଜସ୍ଥାନ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଆଇଟିବିପି, ରାଜସ୍ଥାନ ପୋଲିସ ଦଳକୁ ୮-୩ ଗୋଲ ବ୍ଯବଧାନରେ ହରାଇଛି ।
ସେହିପରି ମଣିପୁର ଓ ଝାଡ଼ଖଣ୍ଡ ପୋଲିସ ମଧ୍ୟରେ ତୃତୀୟ ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚରେ ମଣିପୁର, ଝାଡ଼ଖଣ୍ଡ ପୋଲିସ ଦଳକୁ ୩ -୧ ଗୋଲ ବ୍ୟବଧାନରେ ହରାଇଛି। ଚତୁର୍ଥ ମ୍ଯାଚ ପଶ୍ଚିମବଙ୍ଗ ଓ ଛତିଶଗଡ଼ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ପଶ୍ଚିମବଙ୍ଗ ଛତିଶଗଡ଼ ପୋଲିସ ଦଳକୁ ୬- ୩ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।
ପଞ୍ଚମ ମ୍ୟାଚ ଏସଏସବି ଓ ଗୁଜୁରାଟ ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଏସଏସବି ମହିଳା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁଜୁରାଟ ମହିଳା ପୋଲିସ କୁ ୧୭ – ୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା।
ସେହିପରି ଘରୋଇ ଓଡିଶା ଓ ଉତ୍ତର ପ୍ରଦେଶ ପୋଲିସ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଉତ୍ତର ପ୍ରଦେଶ, ଘରୋଇ ଓଡିଶା ପୋଲିସ ଦଳକୁ ୨ -୧ ଗୋଲରେ ପରାସ୍ତ କରିଛି ।
ସପ୍ତମ ତଥା ଆଜିର ଶେଷ ମ୍ୟାଚ ଜାମ୍ମୁ କାଶ୍ମୀର ଓ ଗୁଜୁରାଟ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଜାମ୍ମୁ କାଶ୍ମୀର ପୋଲିସ ଦଳ ଗୁଜୁରାଟ ପୋଲିସ ଦଳକୁ 18-0 ଗୋଲରେ ପରାସ୍ତ କରି ବିଜୟୀ ହୋଇଛି।