ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା,ବସଷ୍ଟାଣ୍ଡରେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର

ଚମ୍ପୁଆ : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା I ସମ୍ବଲପୁର ରେଙ୍ଗାଲି ଜଙ୍ଗଲରୁ ବୋରୱେଲ ଭିତରୁ ଉଦ୍ଧାର ଶିଶୁକନ୍ୟା ଘଟଣା ମନରୁ ନଯାଉଣୁ ପୁଣି ସେହିଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି I ଏଥର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରେ I ଶିଶୁଟିକୁ କେହି ଜଣେ ବସ ଚକ ପାଖରେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଛାଡି ଚାଲି ଯାଇଛି I ଗତକାଲି ରାତି ପାଖାପାଖି ୯ଟା ସମୟରେ ବସଷ୍ଟାଣ୍ଡରେ ଏକ ବସର […]

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା,ବସଷ୍ଟାଣ୍ଡରେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା,ବସଷ୍ଟାଣ୍ଡରେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର

ଚମ୍ପୁଆ : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା I ସମ୍ବଲପୁର ରେଙ୍ଗାଲି ଜଙ୍ଗଲରୁ ବୋରୱେଲ ଭିତରୁ ଉଦ୍ଧାର ଶିଶୁକନ୍ୟା ଘଟଣା ମନରୁ ନଯାଉଣୁ ପୁଣି ସେହିଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି I ଏଥର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରେ I ଶିଶୁଟିକୁ କେହି ଜଣେ ବସ ଚକ ପାଖରେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଛାଡି ଚାଲି ଯାଇଛି I ଗତକାଲି ରାତି ପାଖାପାଖି ୯ଟା ସମୟରେ ବସଷ୍ଟାଣ୍ଡରେ ଏକ ବସର ହେଲ୍ପର ବସ୍ ତଳେ ଶିଶୁ ଥିବା ଦେଖିବାକୁ ପାଇଥିଲେ । ଏହାପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି ।

ଗତକାଲି ରାତିରେ ବସ ହେଲପର ଖାଇ ସାରି ଗାଡି ଚେକ କରୁଥିବା ସମୟରେ ଶିଶୁଟିର କାଣ୍ଡ ଶୁଣିବାକୁ ପାଇଥିଲେ I ଏହାପରେ ସେ ସ୍ଥାନୀୟ ଲୋକଙ୍କୁ ଡାକି ଚମ୍ପୁଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ୟାଗରୁ ଶିଶୁକନ୍ୟାକୁ ଉଦ୍ଧାର କରି ଚମ୍ପୁଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଶିଶୁରୋଗ ବିଶେଷଜ୍ଞ ଦ୍ଵାରା ଶିଶୁର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏନ.ଆର.ସି.ରେ ଶିଶୁକୁ ରଖାଯାଇଥିବା ଜଣାଯାଇଛି । ତେବେ କିଏ, କେଉଁ ପରିସ୍ଥିତିରେ ଏବଂ କାହିଁକି ଶିଶୁଟିକୁ ଗାଡ଼ି ପଛରେ ରଖି ପଳାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।