କାହିଁକି ଫ୍ୟାନ୍‌ରେ ଝୁଲିପଡ଼ିଲେ ପ୍ରଫୁଲ, କାରଣ ଖୋଜୁଛି ପୋଲିସ ଓ ପରିବାର

ସାଲେପୁର ୦୧।୦୭ : ଯୁବକଙ୍କ ଆତ୍ମହତ୍ୟା । ଘରେ ଭିତରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତ ଯୁବକ ସାଲେପୁର ଥାନା ଲୁଣାହାର ଗାଁର ପ୍ରମୋଦ ବେହେରାଙ୍କ ପୁଅ ପ୍ରଫୁଲ ବେହେରା  ବୋଲି ଜଣାପଡିଛି । ତାଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡିଛି । ଖବର ଅନୁଯାୟୀ, ପ୍ରଫୁଲ କୁମାର ବେହେରା ଏକ ଟାୟାର ପମ୍ପଚର ମେସିନ ପକାଇ ଚଳୁଥିଲା । ସୋମବାର ବିଳମ୍ବିତ ରାତିରେ ଖାଇବା ପରେ ଘରେ କବାଟ ଦେଇ ଶୋଇଥିଲେ । ହେଲେ ଆଜି ସକାଳୁ କବାଟ ନଖୋଲିବାରୁ ପରିବାର ଲୋକେ ଝରକା ବାଟେ ପ୍ରଫୁଲଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ । ଏହାପରେ ତୁରନ୍ତ ସାଲେପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି ।  

କାହିଁକି ଫ୍ୟାନ୍‌ରେ ଝୁଲିପଡ଼ିଲେ ପ୍ରଫୁଲ, କାରଣ ଖୋଜୁଛି ପୋଲିସ ଓ ପରିବାର

ସାଲେପୁର ୦୧।୦୭ : ଯୁବକଙ୍କ ଆତ୍ମହତ୍ୟା । ଘରେ ଭିତରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତ ଯୁବକ ସାଲେପୁର ଥାନା ଲୁଣାହାର ଗାଁର ପ୍ରମୋଦ ବେହେରାଙ୍କ ପୁଅ ପ୍ରଫୁଲ ବେହେରା  ବୋଲି ଜଣାପଡିଛି । ତାଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡିଛି ।

 ଖବର ଅନୁଯାୟୀ, ପ୍ରଫୁଲ କୁମାର ବେହେରା ଏକ ଟାୟାର ପମ୍ପଚର ମେସିନ ପକାଇ ଚଳୁଥିଲା । ସୋମବାର ବିଳମ୍ବିତ ରାତିରେ ଖାଇବା ପରେ ଘରେ କବାଟ ଦେଇ ଶୋଇଥିଲେ । ହେଲେ ଆଜି ସକାଳୁ କବାଟ ନଖୋଲିବାରୁ ପରିବାର ଲୋକେ ଝରକା ବାଟେ ପ୍ରଫୁଲଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ । ଏହାପରେ ତୁରନ୍ତ ସାଲେପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି ।