Video: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଟ୍ରାକ୍ର ଝଲକ ଦେଖାଇଲେ ରେଳମନ୍ତ୍ରୀ
ନୂଆଦିଲ୍ଲୀ,୨୮।୩: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ ଟ୍ରେନ ପାଇଁ ନିର୍ମିତ ସ୍ବତନ୍ତ୍ର ପ୍ରକାରର ଟ୍ରାକର ପ୍ରଥମ ଝଲକ ଦେଖାଇଛନ୍ତି। ସେ ତାଙ୍କ ଏକ୍ଦ ହ୍ୟାଣ୍ଡେଲରୁ ଏହି ସମ୍ବନ୍ଧୀୟ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଦେଶର ପ୍ରଥମ ବାଲାଷ୍ଟଲେସ ଟ୍ରାକର ବୈଶିଷ୍ଟ୍ୟଗୁଡିକ ବ୍ୟାଖ୍ୟା କରିଥିଲେ। ଗୁଜରାଟ-ମୁମ୍ବାଇ ମଧ୍ୟରେ ନିର୍ମିତ ଏହି ଟ୍ରାକ ବିଷୟରେ ବିସ୍ତୃତ ସୂଚନା ଭିଡିଓରେ ଦିଆଯାଇଛି। ଏତଦ ବ୍ୟତୀତ ବୁଲେଟ ଟ୍ରେନ ଚାଲୁଥିବା ଦୃଶ୍ୟ ମଧ୍ୟ ଏଥିରେ ଆନିମେଟେଡ ଢଙ୍ଗରେ […] The post Video: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଟ୍ରାକ୍ର ଝଲକ ଦେଖାଇଲେ ରେଳମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୩: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ ଟ୍ରେନ ପାଇଁ ନିର୍ମିତ ସ୍ବତନ୍ତ୍ର ପ୍ରକାରର ଟ୍ରାକର ପ୍ରଥମ ଝଲକ ଦେଖାଇଛନ୍ତି। ସେ ତାଙ୍କ ଏକ୍ଦ ହ୍ୟାଣ୍ଡେଲରୁ ଏହି ସମ୍ବନ୍ଧୀୟ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଦେଶର ପ୍ରଥମ ବାଲାଷ୍ଟଲେସ ଟ୍ରାକର ବୈଶିଷ୍ଟ୍ୟଗୁଡିକ ବ୍ୟାଖ୍ୟା କରିଥିଲେ। ଗୁଜରାଟ-ମୁମ୍ବାଇ ମଧ୍ୟରେ ନିର୍ମିତ ଏହି ଟ୍ରାକ ବିଷୟରେ ବିସ୍ତୃତ ସୂଚନା ଭିଡିଓରେ ଦିଆଯାଇଛି। ଏତଦ ବ୍ୟତୀତ ବୁଲେଟ ଟ୍ରେନ ଚାଲୁଥିବା ଦୃଶ୍ୟ ମଧ୍ୟ ଏଥିରେ ଆନିମେଟେଡ ଢଙ୍ଗରେ ଅନ୍ତର୍ଭୁକ୍ତ କରାଯାଇଛି।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ‘ମେକ ଇନ ଇଣ୍ଡିଆ’ ଅଧୀନରେ ନିର୍ମିତ ଏହି ଟ୍ରାକ ଗୁଡିକ ବାଲାଷ୍ଟଲେସ, ଅର୍ଥାତ୍ ଏହିପରି ଟ୍ରାକ, ଯାହା ହାଇ ସ୍ପିଡ ଟ୍ରେନର ଓଜନ ବହନ କରିବାକୁ ଟ୍ରାକରେ ରଡ ଏବଂ କଂକ୍ରିଟ ଆଙ୍ଗେଲ ଆବଶ୍ୟକ କରେ ନାହିଁ। ଏହି ଟ୍ରାକରେ ଗତି ଘଣ୍ଟା ପ୍ରତି ୩୨୦ କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ବୈଷ୍ଣବ କହିଛନ୍ତି। ସେଥିମଧ୍ୟରୁ ୧୫୩ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ହୋଇଛି। ଏହା ବ୍ୟତୀତ ୨୯୫.୫ କିଲୋମିଟର ସାଥୀ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି।
Bharat’s first ballastless track for #BulletTrain !
320 kmph speed threshold
153 km of viaduct completed
295.5 km of pier work completed
More to come in Modi 3.0 pic.twitter.com/YV6vP4tbXS
— Ashwini Vaishnaw (मोदी का परिवार) (@AshwiniVaishnaw) March 28, 2024
The post Video: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଟ୍ରାକ୍ର ଝଲକ ଦେଖାଇଲେ ରେଳମନ୍ତ୍ରୀ appeared first on Dharitri Odia News.
320 kmph speed threshold