ହସ୍ପିଟାଲରେ ରିଲ୍ସ କରି ୩ ନର୍ସ ବହିଷ୍କୃତ

ରାୟପୁର: ଏକ ସରକାରୀ ହସ୍ପିଟାଲର ଓଟିରେ ରିଲ୍ସ କରିବା ତିନି ଜଣ ନର୍ସଙ୍କ ପାଇଁ ମହଙ୍ଗା ପଡ଼ିଛି। ୩ ଜଣ ନର୍ସ ରିଲ୍ସ କରୁଥିବାୀର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ବେଳେ ସେମାନେ ନିଜର ଚାକିରି ହରାଇଛନ୍ତି। ଛତିଶଗଡ଼ ରାୟପୁରର ଏକ ସରକାରୀ ହସ୍ପିଟାଲ କଲ୍ୟାଣ ସିଂହ ପିଜି ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର ଉପଅଧିକ୍ଷକ ହେମନ୍ତ ଶର୍ମାଙ୍କ ସୂଚନାନୁଯାୟୀ ଗତ ଫେବ୍ରୁଆରି ୫ ତାରିଖରେ ଓଟିରେ ତିନିଜଣ ନର୍ସ ରିଲ୍ସ କରି ସାମାଜିକ ଗଣମାଧ୍ୟମରେ […]

ହସ୍ପିଟାଲରେ ରିଲ୍ସ କରି ୩ ନର୍ସ ବହିଷ୍କୃତ

ରାୟପୁର: ଏକ ସରକାରୀ ହସ୍ପିଟାଲର ଓଟିରେ ରିଲ୍ସ କରିବା ତିନି ଜଣ ନର୍ସଙ୍କ ପାଇଁ ମହଙ୍ଗା ପଡ଼ିଛି। ୩ ଜଣ ନର୍ସ ରିଲ୍ସ କରୁଥିବାୀର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ବେଳେ ସେମାନେ ନିଜର ଚାକିରି ହରାଇଛନ୍ତି। ଛତିଶଗଡ଼ ରାୟପୁରର ଏକ ସରକାରୀ ହସ୍ପିଟାଲ କଲ୍ୟାଣ ସିଂହ ପିଜି ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର ଉପଅଧିକ୍ଷକ ହେମନ୍ତ ଶର୍ମାଙ୍କ ସୂଚନାନୁଯାୟୀ ଗତ ଫେବ୍ରୁଆରି ୫ ତାରିଖରେ ଓଟିରେ ତିନିଜଣ ନର୍ସ ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଏହି ଘଟଣା ହସ୍ପିଟାଲର ସହକାରୀ ଅଧିକ୍ଷକଙ୍କ ନଜରକୁ ଆସିଥିଲା। ହସ୍ପିଟାଲର ନିୟମାନୁସାରେ, ହସ୍ପିଟାଲ ବିଶେଷତଃ ଅସ୍ତ୍ରୋପଚାର ଗୃହରେ ଭିଡ଼ିଓ କରି ଫଟୋ ଉଠାଇବା ନିଷିଦ୍ଧ ଅଟେ। ଅପରପକ୍ଷରେ, ଘଟଣାର ଅନୁସନ୍ଧାନ ବେଳେ ନର୍ସମାନେ କେତେକ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି।