ଆଇପିଏଲ୍ ପାଇଁ ଦଳରୁ ଅଲଗା ହେବେ ଏହି ଭେଟେରାନ୍
ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଉଭୟ ଟିମ୍ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ମୁକାବିଲା ନଭେମ୍ବର ୨୨ରେ ଖେଳାଯିବ। ଏହି ସମୟରେ ଆଇପିଏଲ ୨୦୨୫ ମେଗା ଅକ୍ସନର ଆୟୋଜନ ହେବ। ଏହାର ପ୍ରଭାବ ସିରିଜ ଉପରେ ପଡ଼ିବ ବୋଲି କୁହାଯାଉଛି। କାରଣ ଏହି ଭେଟେରାନ ପର୍ଥ ଟେଷ୍ଟ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆର ଏକ ଖବରକାଗଜ ଅନୁଯାୟୀ, ଅଷ୍ଟ୍ରେଲିଆର ସହାୟକ କୋଚ୍ ଡେନିଅଲ ଭିଟୋରୀ […] The post ଆଇପିଏଲ୍ ପାଇଁ ଦଳରୁ ଅଲଗା ହେବେ ଏହି ଭେଟେରାନ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଉଭୟ ଟିମ୍ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ମୁକାବିଲା ନଭେମ୍ବର ୨୨ରେ ଖେଳାଯିବ। ଏହି ସମୟରେ ଆଇପିଏଲ ୨୦୨୫ ମେଗା ଅକ୍ସନର ଆୟୋଜନ ହେବ। ଏହାର ପ୍ରଭାବ ସିରିଜ ଉପରେ ପଡ଼ିବ ବୋଲି କୁହାଯାଉଛି। କାରଣ ଏହି ଭେଟେରାନ ପର୍ଥ ଟେଷ୍ଟ ଖେଳିପାରିବେ ନାହିଁ।
ଅଷ୍ଟ୍ରେଲିଆର ଏକ ଖବରକାଗଜ ଅନୁଯାୟୀ, ଅଷ୍ଟ୍ରେଲିଆର ସହାୟକ କୋଚ୍ ଡେନିଅଲ ଭିଟୋରୀ ଆଇପିଏଲ୍ ଅକ୍ସନ ଯୋକୁ ଟୁର୍ନାମେଣ୍ଟର ପ୍ରଥମ ଟେଷ୍ଟରେ ରହିପାରିବେ ନାହିଁ। କାରଣ ସେ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ ଅଟନ୍ତି। ଏମିତିରେ ସେ ପ୍ରଥମ ଟେଷ୍ଟ ସମୟରେ ସାଉଦି ଆରବରେ ଥିବେ ।
ଏହାଛଡ଼ା ରିକି ପଣ୍ଟିଂ ଏବଂ ଜଷ୍ଟିନ ଲାଙ୍ଗର ମଧ୍ୟ ପର୍ଥ ଟେଷ୍ଟରେ କମେଣ୍ଟ୍ରି କରିବାକୁ ଉପସ୍ଥିତ ରହିବେ ନାହିଁ। କାରଣ ପଣ୍ଟିଂ ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି। ସେହିଭଳି ଲାଙ୍ଗର ଲକ୍ଷ୍ନୌ ସୁପରଜାଏଣ୍ଟ୍ସରେ ଏହି ଭୂମିକା ତୁଲାଉଛନ୍ତି।
କହିରଖୁଛୁ, ଚଳିତ ବର୍ଷ ଆଇପିଏଲ୍ ଅକ୍ସନ ପାଇଁ ୧୫୭୪ ଖେଳାଳି ରେଜିଷ୍ଟର କରାଇଛନ୍ତି। ଏଥିରେ ୩୨୦ କ୍ୟାପ୍ଡ ଏବଂ ୧୨୨୪ ଅନ୍କ୍ୟାପ୍ଡ ଖେଳାଳି ସାମିଲ ଅଛନ୍ତି। କେବଳ ଅଷ୍ଟ୍ରେଲିଆର ଏଥିରେ ୭୬ ଖେଳାଳି ଅଛନ୍ତି।
The post ଆଇପିଏଲ୍ ପାଇଁ ଦଳରୁ ଅଲଗା ହେବେ ଏହି ଭେଟେରାନ୍ appeared first on Dharitri Odia News.