ପୁରୀରେ ନୌ ସେନା ଦିବସ ପାଇଁ ପ୍ରସ୍ତୁତି: ପୋଲିସ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା
ପୁରୀ:ଆସନ୍ତା ୪ ତାରିଖରେ ପୁରୀରେ ନୌ ସେନା ଦିବସ ପାଳନ ହେବାକୁ ଯାଉଛି।ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି। ବ୍ଲୁ ଫ୍ଲାଗ ବିଚରେ ଯୁଦ୍ଧ ଭ୍ରମ ସୃଷ୍ଟି ହେଉଛି।ଭାରତୀୟ ନୌସେନା ଦିବସକୁ ସଫଳତାର ସହ ସମାପନ କରିବା ପାଇଁ ଓଡିଶା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ନୌସେନା ଦିବସରେ ମହାମହିମ ରାଷ୍ଟ୍ରପତି ଦୋୖପଦି ମୁର୍ମୁଙ୍କ ସହ ତିନି ସେନାର ମୁଖ୍ୟ ଅଧିକାରୀ ଏବଂ ବରିଷ୍ଠ ଅତିଥି ମାନେ ଯୋଗଦାନ କରିବେ ତାଙ୍କ ସୁରକ୍ଷାକୁ ଆଖି […]

ପୁରୀ:ଆସନ୍ତା ୪ ତାରିଖରେ ପୁରୀରେ ନୌ ସେନା ଦିବସ ପାଳନ ହେବାକୁ ଯାଉଛି।ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି। ବ୍ଲୁ ଫ୍ଲାଗ ବିଚରେ ଯୁଦ୍ଧ ଭ୍ରମ ସୃଷ୍ଟି ହେଉଛି।ଭାରତୀୟ ନୌସେନା ଦିବସକୁ ସଫଳତାର ସହ ସମାପନ କରିବା ପାଇଁ ଓଡିଶା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ନୌସେନା ଦିବସରେ ମହାମହିମ ରାଷ୍ଟ୍ରପତି ଦୋୖପଦି ମୁର୍ମୁଙ୍କ ସହ ତିନି ସେନାର ମୁଖ୍ୟ ଅଧିକାରୀ ଏବଂ ବରିଷ୍ଠ ଅତିଥି ମାନେ ଯୋଗଦାନ କରିବେ ତାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପୁରୀ ଟାଉନ ହଲ ପରିସରରେ ପୋଲିସ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀ ରେ ଜାରି ହୋଇଛି ପୋଲିସ କଟକଣା ୧ରୁ ୩ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ହୋଇଥିବାବେଳେ ୪ତାରିଖ ଦିନ ହାଇ ସିକ୍ୟୁରିଟି କବଳରେ ରହିବ ପୁରୀ ସହର।
ଏହି ବୈଠକରେ SIW DIG କନୱାର ବିଶାଳ ସିଂ, DIG ଅପେରସନ ଅଖିଳେଶ୍ୱର ସିଂ, ଅତିରିକ୍ତ ପୋଲିସ ମହାନିର୍ଦେଶକ ସଂଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମିନା, ପୁରୀ ଏସ୍ପି ଭିନୀତ ଅଗ୍ରୱାଲ, SAG CAMP COMMANDANT ଅଶୋକ କୁମାର ମହାନ୍ତି ଏବଂ ଜିଲ୍ଲପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପୁରା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।