ପୃଥିବୀ ଆଡ଼କୁ ମୁହାଁଉଛି ୧୫୦ ଫୁଟ୍ର ଗ୍ରହାଣୁ; ୨ ତାରିଖରେ ନିକଟତର ହେବ
ୱାସିଂଟନ: ଘଣ୍ଟାପ୍ରତି ୨୭,୨୭୪ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି ୨୦୨୪ ଏନ୍ଏସ୍୧ ନାମକ ଏକ ୧୫୦ ଫୁଟ୍ (୪୬ ମିଟର) ଦୀର୍ଘ ଗ୍ରହାଣୁ। ଏହାକୁ ଦେଖି ନାସା ସତର୍କ ସୂଚନା ଜାରି କରିଛି। ପ୍ରାୟ ଏକ ବିମାନ ଆକାରର ଏହି ଗ୍ରହାଣୁ ଅଗଷ୍ଟ ୨ ତାରିଖରେ ଭାରତୀୟ ସମୟ ୫:୩୫ରେ ପୃଥିବୀର ଅତି ନିକଟତର ହେବ। ୨୦୨୪ ଏନ୍ଏସ୍୧କୁ ଆପୋଲୋ ଗ୍ରହାଣୁ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି, ଯାହାର କକ୍ଷପଥ ପୃଥିବୀର କକ୍ଷପଥ ଦେଇ ଯାଇଥାଏ। […]

ୱାସିଂଟନ: ଘଣ୍ଟାପ୍ରତି ୨୭,୨୭୪ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି ୨୦୨୪ ଏନ୍ଏସ୍୧ ନାମକ ଏକ ୧୫୦ ଫୁଟ୍ (୪୬ ମିଟର) ଦୀର୍ଘ ଗ୍ରହାଣୁ। ଏହାକୁ ଦେଖି ନାସା ସତର୍କ ସୂଚନା ଜାରି କରିଛି। ପ୍ରାୟ ଏକ ବିମାନ ଆକାରର ଏହି ଗ୍ରହାଣୁ ଅଗଷ୍ଟ ୨ ତାରିଖରେ ଭାରତୀୟ ସମୟ ୫:୩୫ରେ ପୃଥିବୀର ଅତି ନିକଟତର ହେବ। ୨୦୨୪ ଏନ୍ଏସ୍୧କୁ ଆପୋଲୋ ଗ୍ରହାଣୁ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି, ଯାହାର କକ୍ଷପଥ ପୃଥିବୀର କକ୍ଷପଥ ଦେଇ ଯାଇଥାଏ। ଏଭଳି ଗ୍ରହାଣୁର ଆକାର ସାଧାରଣତଃ ୪୬୦ ଫୁଟ୍ (୧୪୦ ମିଟର)ରୁ ଅଧିକ ଏବଂ ଏହାର କକ୍ଷପଥ ପୃଥିବୀଠାରୁ ୭.୫ ନିୟୁତ କିଲୋମିଟର ଦୂରତା ମଧ୍ୟରେ ଥାଏ। ତେବେ ୨୦୨୪ ଏନ୍ଏସ୍୧ ଗ୍ରହାଣୁ ସମ୍ଭାବ୍ୟ ବିପଜ୍ଜନକ ଗ୍ରହାଣୁ ନୁହେଁ ଏବଂ ଏହା ପୃଥିବୀଠାରୁ ପ୍ରାୟ ୨ ନିୟୁତ କିଲୋମିଟର ସୁରକ୍ଷିତ ଦୂରତାରେ ଗତି କରିବ। ଏହାର ଆକାର ହେତୁ ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଗ୍ରହାଣୁ ଭାବେ ଚିହ୍ନଟ କରାଯାଇନାହିଁ। ତେବେ ନାସା ଏହାର ଗତିପଥ ଉପରେ ନିରନ୍ତର ନଜର ରଖିଛି।