ଆଖିରୁ ଜାଣନ୍ତୁ ସ୍ୱାସ୍ଥ୍ୟ

ଆଖିକୁ ଆମ ଶରୀରର ଏକ ପ୍ରମୁଖ ଅଙ୍ଗଭାବେ ଗଣାଯାଇଥାଏ । ଏହା ମନର ଭାଷା ହେଉ କିମ୍ବା ଶରୀରର ସମସ୍ୟା ସବୁକୁ ପ୍ରକାଶ କରିବାରେ ସାହାଯ୍ୟ କରିଥାଏ । ଜଣଙ୍କ ଆଖି ଦେଖି ତାଙ୍କ ମନ ତଥା ଦେହର ଅବସ୍ଥା ବିଷୟରେ ଜାଣି ହୋଇଥାଏ । ତେବେ ଏଭଳି କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଯେଉଁଥିରେ ଆମ ଆଖିର ରଙ୍ଗ ଭିନ୍ନ ହୋଇଯାଏ । ଆସନ୍ତୁ ଜାଣିବା ସେହିଭଳି କିଛି ସ୍ଥିତି ସମ୍ପର୍କରେ । ଲାଲ୍‌ ପଡିବା- […]

ଆଖିରୁ ଜାଣନ୍ତୁ ସ୍ୱାସ୍ଥ୍ୟ
ଆଖିରୁ ଜାଣନ୍ତୁ ସ୍ୱାସ୍ଥ୍ୟ

ଆଖିକୁ ଆମ ଶରୀରର ଏକ ପ୍ରମୁଖ ଅଙ୍ଗଭାବେ ଗଣାଯାଇଥାଏ । ଏହା ମନର ଭାଷା ହେଉ କିମ୍ବା ଶରୀରର ସମସ୍ୟା ସବୁକୁ ପ୍ରକାଶ କରିବାରେ ସାହାଯ୍ୟ କରିଥାଏ । ଜଣଙ୍କ ଆଖି ଦେଖି ତାଙ୍କ ମନ ତଥା ଦେହର ଅବସ୍ଥା ବିଷୟରେ ଜାଣି ହୋଇଥାଏ । ତେବେ ଏଭଳି କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଯେଉଁଥିରେ ଆମ ଆଖିର ରଙ୍ଗ ଭିନ୍ନ ହୋଇଯାଏ । ଆସନ୍ତୁ ଜାଣିବା ସେହିଭଳି କିଛି ସ୍ଥିତି ସମ୍ପର୍କରେ ।

ଲାଲ୍‌ ପଡିବା- ଯଦି ଆଖି ଲାଲ ଦେଖାଯାଉଛି, ତେବେ ଏହା ଆଲର୍ଜି, ଡ୍ରାଏନେସ୍‌, ଆଖିଧରା, ଗ୍ଲାଉକୋମା, ଉଚ୍ଚରକ୍ତଚାପ ଆଦିର ସଙ୍କେତ ହୋଇପାରେ । ତେଣୁ ଏହା ଯଦି ଲଗାତାର ଦେଖିବାକୁ ମିଳୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ହଳଦିଆ ଦେଖାଯିବା- ସାଧାରଣତଃ ଆଖିର ରଙ୍ଗ ଧଳା ଓ ଉଜ୍ୱଳ ହୋଇଥାଏ । ହେଲେ ଯଦି ଏହା ହଳଦିଆ ପଡୁଛି ତେବେ ଏହା ଜଣ୍ଡିସର ପ୍ରଥମ ଲକ୍ଷଣ ହୋଇପାରେ । ଯଦି ଏଭଳି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଡ୍ରାଏନେସ୍‌ – ଯଦି ଆଖିରେ ଡ୍ରାଏନେସ୍‌ ଅଧିକ ଆସୁଛି । ଆଖି କୁଣ୍ଡାଇହେବା ସହ ପୋଡାଜଳା ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାର କାରଣ ଅଧିକ ସ୍କ୍ରିନ୍‌ ଟାଇମ୍‌ ବା ଅଧିକ ସମୟ କମ୍ପୁ୍ୟଟର, ମୋବାଇଲରେ ବିତାଇବା ହୋଇପାରେ । ଏଭଳି ଅଧିକ ଦିନ ହେବା ଆପଣଙ୍କ ଆଖି ପାଇଁ ଖରାପ ହୋଇଥାଏ ।

ଝାପ୍ସା ଦେଖାଯିବା- ବେଳେବେଳେ ଆମକୁ ଝାପ୍ସା ଦେଖାଯିବା ଆରମ୍ଭ ହୋଇଥାଏ । ଏହା ଯଦି ଲଗାତାର ହୋଇଥାଏ, ତେବେ ଏହା କେତେକ ସମସ୍ୟା ପ୍ରତି ଇଶାରା କରିଥାଏ । ଏହା କେତେକ ସ୍ୱାସ୍ଥ୍ୟ ସମସ୍ୟା ଯେପରି ମୋତିଆବିନ୍ଦୁ,ଗ୍ଲଉକୋମା, ମଧୁମେହ ଜନିତ ସମସ୍ୟା ଆଦିର ଲକ୍ଷଣ ହୋଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଏହାର ଚିକିତ୍ସା କରନ୍ତୁ ।