T-20 ବିଶ୍ୱକପ୍‌ ୨୦୨୪, ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ଟିମ୍‌ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା !

ମୁମ୍ବାଇ ୦୧।୦୪ : ଟି-୨୦ ବିଶ୍ୱକପ୍‌ ୨୦୨୪ । ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ଭାରତୀୟ ଦଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଆଇସିସି ମେ ମାସ ୧ ତାରିଖକୁ ଦଳ ଘୋଷଣାର ଶେଷ ତାରିଖ ଧାର୍ଯ୍ୟ କରିଛି । ବର୍ତ୍ତମାନ ଭାରତର ପ୍ରାୟ ସମସ୍ତ ଖେଳାଳି ଆଇପିଏଲ୍‌ ଖେଳିବାରେ ବ୍ୟସ୍ତ ଅଛନ୍ତ । ତେଣୁ ଚୟନ କମିଟି ସଦସ୍ୟ ସେମାନଙ୍କ ଖେଳ ଉପରେ ଲଗାତର ଭାବେ ନଜର ରଖିଛନ୍ତି ।  ଆମେରିକା ଓ ୱେଷ୍ଟ ଇଣ୍ଡିଜ୍‌ ମିଳିତ ଭାବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ  କରୁଛନ୍ତି । ଜୁନ୍‌ ୧ରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଜୁନ୍‌ ୨୯ରେ ଫାଇନାଲ ମୁକାବିଲା ରହିଛି । ତେଣୁ ବିଭିନ୍ନ ପର୍ଯ୍ୟାୟରେ ଭାରତୀୟ ଦଳ ଆମେରିକା ଯାତ୍ରା କରିବ । ମେ ୧୯ ତାରିଖରେ ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହେବ । ପ୍ଲେ-ଅଫ୍‌ରୁ ବାଦ ପଡ଼ିଥିବା ଦଳରେ ରହିଥିବା ଭାରତୀୟ ଦଳର ସଦସ୍ୟ ଆଗୁଆ ନ୍ୟୁୟର୍କ ଯାତ୍ରା କରିବେ। ପ୍ଲେ-ଅଫ୍‌ରେ ପ୍ରବେଶ କରିଥିବା ୪ଟି ଦଳରେ ରହିଥିବା ଭାରତୀୟ ଦଳର ସଦସ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଯାତ୍ରା କରିବେ । ଏଥର ଭାରତୀୟ ଦଳ ସହ ଆଉ କିଛି ଅତିରିକ୍ତ ଖେଳାଳିଙ୍କୁ ସାମିଲ କରାଯିବ। ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ଖେଳାଳି  ଆହତ ହେଲେ ସେମାନଙ୍କ ସ୍ଥାନ ପୂରଣ କରିବା ସହଜ ହେବ ।ସୂଚନାଯୋଗ୍ୟ ଯେ, ଜୁନ୍‌ ୧ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌ ୨୦୨୪। ଚଳିତ ଥର ଆମେରିକା ଏବଂ ଓ୍ୱେଷ୍ଟ

T-20 ବିଶ୍ୱକପ୍‌ ୨୦୨୪, ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ଟିମ୍‌ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା !

ମୁମ୍ବାଇ ୦୧।୦୪ : ଟି-୨୦ ବିଶ୍ୱକପ୍‌ ୨୦୨୪ । ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ଭାରତୀୟ ଦଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ଆଇସିସି ମେ ମାସ ୧ ତାରିଖକୁ ଦଳ ଘୋଷଣାର ଶେଷ ତାରିଖ ଧାର୍ଯ୍ୟ କରିଛି । ବର୍ତ୍ତମାନ ଭାରତର ପ୍ରାୟ ସମସ୍ତ ଖେଳାଳି ଆଇପିଏଲ୍‌ ଖେଳିବାରେ ବ୍ୟସ୍ତ ଅଛନ୍ତ । ତେଣୁ ଚୟନ କମିଟି ସଦସ୍ୟ ସେମାନଙ୍କ ଖେଳ ଉପରେ ଲଗାତର ଭାବେ ନଜର ରଖିଛନ୍ତି ।  

ଆମେରିକା ଓ ୱେଷ୍ଟ ଇଣ୍ଡିଜ୍‌ ମିଳିତ ଭାବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ  କରୁଛନ୍ତି । ଜୁନ୍‌ ୧ରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଜୁନ୍‌ ୨୯ରେ ଫାଇନାଲ ମୁକାବିଲା ରହିଛି । ତେଣୁ ବିଭିନ୍ନ ପର୍ଯ୍ୟାୟରେ ଭାରତୀୟ ଦଳ ଆମେରିକା ଯାତ୍ରା କରିବ । ମେ ୧୯ ତାରିଖରେ ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହେବ । ପ୍ଲେ-ଅଫ୍‌ରୁ ବାଦ ପଡ଼ିଥିବା ଦଳରେ ରହିଥିବା ଭାରତୀୟ ଦଳର ସଦସ୍ୟ ଆଗୁଆ ନ୍ୟୁୟର୍କ ଯାତ୍ରା କରିବେ। ପ୍ଲେ-ଅଫ୍‌ରେ ପ୍ରବେଶ କରିଥିବା ୪ଟି ଦଳରେ ରହିଥିବା ଭାରତୀୟ ଦଳର ସଦସ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଯାତ୍ରା କରିବେ । ଏଥର ଭାରତୀୟ ଦଳ ସହ ଆଉ କିଛି ଅତିରିକ୍ତ ଖେଳାଳିଙ୍କୁ ସାମିଲ କରାଯିବ। ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ଖେଳାଳି  ଆହତ ହେଲେ ସେମାନଙ୍କ ସ୍ଥାନ ପୂରଣ କରିବା ସହଜ ହେବ ।

ସୂଚନାଯୋଗ୍ୟ ଯେ, ଜୁନ୍‌ ୧ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌ ୨୦୨୪। ଚଳିତ ଥର ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଟିମ୍‌ କ୍ୱାଲିଫାଏ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଟି ଟିମ୍‌ ଟି-୨୦ ବିଶ୍ୱକପ୍‌ରେ ଏଣ୍ଟ୍ରି କରିବେ । ସେହିଠାରୁ ହିଁ ଆରମ୍ଭ ହେବ ସୁପର ୮ ଷ୍ଟେଜ୍‌ ମୁକାବିଲା । ଶେଷରେ ଜୁନ୍‌ ୨୯ରେ ଟି-୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମୁକାବିଲା ଖେଳାଯିବ।