୮ ଲକ୍ଷ କୋଟି ଟଙ୍କାର ଏମ୍-କ୍ୟାପ୍ ପାର୍ କରିବାରେ ପ୍ରଥମ PSU ହେଲା SBI

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଜି ଜୁନ୍ ୩ରେ ସେୟାର ବଜାରରେ ନୂଆ ରେକର୍ଡ ସ୍ଥାପନ କରିଛି । ଏନଏସଇରେ ଇଣ୍ଟ୍ରା ଡେ' ସମୟରେ ଏସବିଆଇର ସେୟାର ଗୋଟିଏ ବର୍ଷର ରେକର୍ଡ ଭାଙ୍ଗି ୯୧୨ ଟଙ୍କା ହୋଇଥିବା ବେଳେ ଷ୍ଟେଟ୍ ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ମଧ୍ୟ ୮ ଲକ୍ଷ କୋଟି ଟଙ୍କା ପାର୍ କରିଛି ।ଏସବିଆଇର ମାର୍କେଟ୍ କ୍ୟାପ୍ ଆଜି ୮ ଲକ୍ଷ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି । ଏହାସହ ଏହା ସେୟାର ମାର୍କେଟରେ ସୂଚୀବଦ୍ଧ ସପ୍ତମ ଏହିପରି କମ୍ପାନି ହୋଇଛି । ଏନଏସଇରେ ବର୍ତ୍ତମାନ ସମୟରେ ଏସବିଆଇର ମାର୍କେଟ୍ କ୍ୟାପ୍ ୮,୦୫,୪୦୧.୬୦ ଟଙ୍କା ରହିଛି ।୮ ଲକ୍ଷ କୋଟି ଟଙ୍କାର ମାର୍କେଟ୍ କ୍ୟାପ୍ ପାର୍ କରିଥିବା ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟରେ ଶୀର୍ଷରେ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଛି । ଆରଆଇଏଲର ଏମ୍-କ୍ୟାପ୍ ଆଜିର ସମୟରେ ୨୦ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ରହିଛି । ଏହା ବ୍ୟତୀତ ଟିସିଏସ, ଏଚଡିଏଫସି, ଭାରତୀ ଏୟାରଟେଲ୍, ନଫୋସିସ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସାମିଲ ଅଛି । ଉଲ୍ଲେଖଯୋଗ୍ୟ ଯେ ଆଜି ପ୍ରଥମ ଥର କୌଣସି କୌଣସି ପିଏସୟୁ ସେକ୍ଟର କମ୍ପାନି ୮ ଲକ୍ଷ କୋଟି ଟଙ୍କାର ମାର୍କେଟ୍ କ୍ୟାପ୍ ପାର କରିଛି ।  

୮ ଲକ୍ଷ କୋଟି ଟଙ୍କାର ଏମ୍-କ୍ୟାପ୍ ପାର୍ କରିବାରେ ପ୍ରଥମ PSU ହେଲା SBI

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଜି ଜୁନ୍ ୩ରେ ସେୟାର ବଜାରରେ ନୂଆ ରେକର୍ଡ ସ୍ଥାପନ କରିଛି । ଏନଏସଇରେ ଇଣ୍ଟ୍ରା ଡେ' ସମୟରେ ଏସବିଆଇର ସେୟାର ଗୋଟିଏ ବର୍ଷର ରେକର୍ଡ ଭାଙ୍ଗି ୯୧୨ ଟଙ୍କା ହୋଇଥିବା ବେଳେ ଷ୍ଟେଟ୍ ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ମଧ୍ୟ ୮ ଲକ୍ଷ କୋଟି ଟଙ୍କା ପାର୍ କରିଛି ।

ଏସବିଆଇର ମାର୍କେଟ୍ କ୍ୟାପ୍ ଆଜି ୮ ଲକ୍ଷ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି । ଏହାସହ ଏହା ସେୟାର ମାର୍କେଟରେ ସୂଚୀବଦ୍ଧ ସପ୍ତମ ଏହିପରି କମ୍ପାନି ହୋଇଛି । ଏନଏସଇରେ ବର୍ତ୍ତମାନ ସମୟରେ ଏସବିଆଇର ମାର୍କେଟ୍ କ୍ୟାପ୍ ୮,୦୫,୪୦୧.୬୦ ଟଙ୍କା ରହିଛି ।

୮ ଲକ୍ଷ କୋଟି ଟଙ୍କାର ମାର୍କେଟ୍ କ୍ୟାପ୍ ପାର୍ କରିଥିବା ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟରେ ଶୀର୍ଷରେ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଛି । ଆରଆଇଏଲର ଏମ୍-କ୍ୟାପ୍ ଆଜିର ସମୟରେ ୨୦ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ରହିଛି । ଏହା ବ୍ୟତୀତ ଟିସିଏସ, ଏଚଡିଏଫସି, ଭାରତୀ ଏୟାରଟେଲ୍, ନଫୋସିସ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସାମିଲ ଅଛି । ଉଲ୍ଲେଖଯୋଗ୍ୟ ଯେ ଆଜି ପ୍ରଥମ ଥର କୌଣସି କୌଣସି ପିଏସୟୁ ସେକ୍ଟର କମ୍ପାନି ୮ ଲକ୍ଷ କୋଟି ଟଙ୍କାର ମାର୍କେଟ୍ କ୍ୟାପ୍ ପାର କରିଛି ।