ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା

ମୟୁରଭଞ୍ଜ : ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା କରିଛି ଦିଅର I ଏନେଇ ମୃତକଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି I ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ I ମୃତକ ଜଣକ ହେଲେ ବୋଲି ମୁର୍ମୁଙ୍କ ସ୍ତ୍ରୀ ମିନତୀ ମୁର୍ମୁ I ହତ୍ୟାକାରୀ ଦିଅର ହେଉଛି ମଙ୍ଗଳ ମୁର୍ମୁ Iହତ୍ୟାକାଣ୍ଡ ପରେ ହତ୍ୟାକାରୀ ଦ୍ବୟ ଫେରାର ହୋଇଯାଇଥିବା ଜଣ ପଡିଛି I ଖବର ପାଇ ଘଟଣାସ୍ଥଳରେ […]

ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା
ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା

ମୟୁରଭଞ୍ଜ : ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା କରିଛି ଦିଅର I ଏନେଇ ମୃତକଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି I ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ I ମୃତକ ଜଣକ ହେଲେ ବୋଲି ମୁର୍ମୁଙ୍କ ସ୍ତ୍ରୀ ମିନତୀ ମୁର୍ମୁ I ହତ୍ୟାକାରୀ ଦିଅର ହେଉଛି ମଙ୍ଗଳ ମୁର୍ମୁ Iହତ୍ୟାକାଣ୍ଡ ପରେ ହତ୍ୟାକାରୀ ଦ୍ବୟ ଫେରାର ହୋଇଯାଇଥିବା ଜଣ ପଡିଛି I ଖବର ପାଇ ଘଟଣାସ୍ଥଳରେ ଝାରପୋଖରିଆ ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଡାହାଣୀକୁ ନେଇ ଅନ୍ଧବିଶ୍ବାସରେ ବୋଲାଇଙ୍କ ଭାଇ ଓ ପିତୁରା ସହିତ ଗଣ୍ଡଗୋଳ ଲାଗି ରହୁଥିଲା। ବୁଧବାର ରାତି ମକର ମେଳା ଦେଖିବା ପାଇଁ ସ୍ବାମୀ ବୋଲାଇ ଘରୁ ବାହାରି ଯାଇଥିଲେ। ଏହାର ସୁଯୋଗରେ ବିଳମ୍ବିତ ରାତିରେ ମୃତକଙ୍କ ଦିଅର ମଙ୍ଗଳ ମୁର୍ମୁ ଓ ପୁତୁରା ମିଶି ମିନତିଙ୍କୁ ହତ୍ୟା କରିଥିଲେ I ସ୍ବାମୀ ଘରେ ପହଞ୍ଚି ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଝାରପୋଖରିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହ ବ୍ୟବଛେଦ ପାଇଁ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।