ନବବଧୂ ହତ୍ୟା ଘଟଣାରେ ଜୁଗୁଡିର ଫେରାର ଶାଶୁ ଶଶୁର ଗିରଫ l

ଗୋପାଳପୁର,୧୪/୦୧ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ଗ୍ରାମରେ ଜଣେ ନବବଧଙ୍କୁ ଶଶୁର ଘର ଲୋକେ ମାଡ଼ ମାରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଶାଶୁ ଶଶୁରକୁ ଗୋଳନ୍ଥରା ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଦୁଇ ଜଣ ହେଲେ ଜୁଗୁଡି ଗାଁର ଝିଅମା ଗୌଡ଼ ଓ ପ୍ରକାଶ ଗୌଡ଼ ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାଇ, ଜୁଗୁଡି ଗାଁର ସଂଗ୍ରାମ ଗୌଡ଼ ଦିଗପହଣ୍ଡି ଥାନା […] The post ନବବଧୂ ହତ୍ୟା ଘଟଣାରେ ଜୁଗୁଡିର ଫେରାର ଶାଶୁ ଶଶୁର ଗିରଫ l appeared first on Odisha.News.

ନବବଧୂ  ହତ୍ୟା ଘଟଣାରେ ଜୁଗୁଡିର ଫେରାର ଶାଶୁ ଶଶୁର ଗିରଫ l

ଗୋପାଳପୁର,୧୪/୦୧ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ଗ୍ରାମରେ ଜଣେ ନବବଧଙ୍କୁ ଶଶୁର ଘର ଲୋକେ ମାଡ଼ ମାରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଶାଶୁ ଶଶୁରକୁ ଗୋଳନ୍ଥରା ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଦୁଇ ଜଣ ହେଲେ ଜୁଗୁଡି ଗାଁର ଝିଅମା ଗୌଡ଼ ଓ ପ୍ରକାଶ ଗୌଡ଼ ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାଇ, ଜୁଗୁଡି ଗାଁର ସଂଗ୍ରାମ ଗୌଡ଼ ଦିଗପହଣ୍ଡି ଥାନା ନରସିଂହପୁର ଗ୍ରାମର ବିଶା ଗୌଡ଼ ଙ୍କ ଝିଅ ସାବିତ୍ରୀ ଗୌଡ଼ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ଶାଶୁ ଝିଅମା ଗୌଡ଼ ସାବିତ୍ରୀ ଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ l ଗତ ମାର୍ଚ୍ଚ ୧୨,୨୦୨୩ ଶନିବାର ଦିନ ସନ୍ଧ୍ୟା ୫ଟା ବେଳେ ଘରେ ଶାଶୁ ଘର ଲୋକେ ସାବିତ୍ରୀ ଙ୍କୁ ବାଡ଼େଇ ବାଡ଼େଇ ମାରିବା ସହ ଶଙ୍କି ଚିପି ମାରିଦେଇଥିବା ନେଇ ଥାନାକୁ କେତେକ ପଡୋଶୀ ଫୋନ ଯୋଗେ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଗୁରୁତର ଅବସ୍ଥାରେ ସାବିତ୍ରୀ ଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ପଠାଇଥିଲେ, କିନ୍ତୁ ଡାକ୍ତର ସେଠାରେ ସାବିତ୍ରୀ ଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସାବିତ୍ରୀଙ୍କ ବାପା ବିସା ଗୌଡ଼ ଙ୍କ ପକ୍ଷରୁ ତାଙ୍କ ଝିଅ ସାବିତ୍ରୀ କୁ ଶଶୁର ଘର ଲୋକେ ମାଡ଼ ମାରି ମାରିଦେଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ଏ ନେଇ ଥାନାରେ ୧୪୮/୨୩ରେ ଏକ ମାମଲା ରୁଜୁ କରିବା ସହ ସ୍ୱାମୀ ସଂଗ୍ରାମ ଗୌଡ଼କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ବେଳେ ଘଟଣାରେ ସମ୍ପୃକ୍ତ ଶାଶୁ ଶଶୁର ଫେରାର ହୋଇଯାଇଥିଲେ lଆଜି ଉଭୟ ଙ୍କୁ ଗିରଫଦାରୀ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

The post ନବବଧୂ ହତ୍ୟା ଘଟଣାରେ ଜୁଗୁଡିର ଫେରାର ଶାଶୁ ଶଶୁର ଗିରଫ l appeared first on Odisha.News.