ଓ୍ବାୟନାଡରେ ଭୂସ୍ଖଳନ, ୧୦୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା

ଓ୍ବାୟନାଡ,୩୦।୭: ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ପଡଇଥିବା ଅନୁମାନ କରାଯାଉଛି,ଉଦ୍ଧାର କାର୍ଯ୍ୟଜାରି ରହିଛିି। କୁହାଯାଉଛି ଯେ ଭୂସ୍ଖଳନରେ ଦୁଇ ଜଣ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସଡିଏମଏ) କହିଛି ଯେ ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ନିୟୋଜିତ ହୋଇଛନ୍ତି। NDRF ର ଏକ […] The post ଓ୍ବାୟନାଡରେ ଭୂସ୍ଖଳନ, ୧୦୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା appeared first on Dharitri Odia News.

ଓ୍ବାୟନାଡରେ ଭୂସ୍ଖଳନ, ୧୦୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା

ଓ୍ବାୟନାଡ,୩୦।୭: ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ପଡଇଥିବା ଅନୁମାନ କରାଯାଉଛି,ଉଦ୍ଧାର କାର୍ଯ୍ୟଜାରି ରହିଛିି। କୁହାଯାଉଛି ଯେ ଭୂସ୍ଖଳନରେ ଦୁଇ ଜଣ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସଡିଏମଏ) କହିଛି ଯେ ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ନିୟୋଜିତ ହୋଇଛନ୍ତି। NDRF ର ଏକ ଅତିରିକ୍ତ ଦଳ ୱାୟନାଡକୁ ଯାଉଛନ୍ତି । ଏହି ଅଞ୍ଚଳର ସିଏମଓ ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ – ଜାତୀୟ ସ୍ବାସ୍ଥ୍ୟ ମିଶନ ଏକ ନିୟନ୍ତ୍ରଣ କକ୍ଷ ଖୋଲି ଜରୁରୀକାଳୀନ ସହାୟତା ପାଇଁ 9656938689 ଏବଂ 8086010833 ହେଲ୍ପଲାଇନ ନମ୍ବର ଜାରି କରିଛି।
ଦୁଇଟି ହେଲିକପ୍ଟର MI-17 ଏବଂ ଗୋଟିଏ ALH ସକାଳ ୭ଟା ୩୦ରେ ସୁଲୁରରୁ ଛାଡିଛନ୍ତି।
କେରଳର ଭିଥିରୀ, କାଲାପାଟ୍ଟା, ମେପ୍ପାଡି ଏବଂ ମନନ୍ତଭାଡି ଡାକ୍ତରଖାନା ସମେତ ସମସ୍ତ ଡାକ୍ତରଖାନା ପ୍ରସ୍ତୁତ ଅଛି। ସମସ୍ତ ସ୍ବାସ୍ଥ୍ୟ କର୍ମୀ ସେବା ପାଇଁ ରାତିରେ ପହଞ୍ଚିଥିଲେ। ୱାୟନାଡରେ ସ୍ବାସ୍ଥ୍ୟ କର୍ମୀଙ୍କ ଅଧିକ ଦଳ ନିୟୋଜିତ ହେବେ। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଏହି ସୂଚନା ଦେଇଛନ୍ତି।

The post ଓ୍ବାୟନାଡରେ ଭୂସ୍ଖଳନ, ୧୦୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା appeared first on Dharitri Odia News.