ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା।

କୋକସରା:୧୧/୦୬(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଭୈରବ ଦେବ ମନ୍ଦିର ପରିସରରେ ମଙ୍ଗଳବାର ଭତରା ସମାଜ ପକ୍ଷରୁ ଇଷ୍ଟଦେବ ଭୈରବ ଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭତରା ସମାଜ ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଭତରା ସମାଜର ଆରାଧ୍ୟ ଦେବତା ଭୈରବ ଦେବ ଓ […] The post ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା। appeared first on Odisha.News.

ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା।

କୋକସରା:୧୧/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଭୈରବ ଦେବ ମନ୍ଦିର ପରିସରରେ ମଙ୍ଗଳବାର ଭତରା ସମାଜ ପକ୍ଷରୁ ଇଷ୍ଟଦେବ ଭୈରବ ଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭତରା ସମାଜ ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଭତରା ସମାଜର ଆରାଧ୍ୟ ଦେବତା ଭୈରବ ଦେବ ଓ ଦେବୀ ଦନ୍ତେଶ୍ୱରୀ ଙ୍କ ପୂଜାର୍ଚ୍ଚନା ଗ୍ରାମ ପୁଜକ କରିବା ପରେ ସମାଜିକ ପତାକା ଉତ୍ତୋଳନ ହୋଇଥିଲା। ଏହି ଅବସର ରେ ସ୍ୱାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ବାର୍ଷିକ ଉତ୍ସଵ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଭତ୍ରା ସମାଜ ରୁ ଲାଞ୍ଜିଗଡ଼ ବିଧାୟକ ଭାବେ ଦ୍ଵିତୀୟ ଥର ନିର୍ବାଚିତ ହୋଇଥିବା ପ୍ରଦୀପ କୁମାର ଦିଶାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି। ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ସମାଜ ରେ ଶିକ୍ଷା,ସାମାଜିକ ପ୍ରତିଷ୍ଠା, ନାରୀ ଶିକ୍ଷା ଓ ଶଶକ୍ତି କରଣ,କୃଷି କ୍ଷେତ୍ରରେ ଆଗକୁ ବଢ଼ିବା ଓ ବିଭିନ୍ନ ଦିଗ କୁ ନେଇ ନିଜର ମତ ରଖିବା ସହ ସମାଜ ରେ ଶୃଙ୍ଖଳା ସହ ଶିକ୍ଷା ଉପରେ ଗୁରୁତ୍ୱ ଦେବାସହ କୁସଂସ୍କାର ରୁ ଦୁରେଇ ରହିବାକୁ ପରାମର୍ଶ ଦେଉଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା କର୍ମଚାରୀ ସଂଘ ର ସଭାପତି ଇଂ. ତ୍ରୁପ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଭତରା ସମାଜ ର ଜିଲ୍ଲା ନୀଳକଣ୍ଠ ମାଝୀ,ଘନଶ୍ୟାମ ନାଏକ, ବୃନ୍ଦାବନ ପୁଝାରି, ସୁଶାନ୍ତ ମାଝୀ, ବିନୋଦ ମାଝୀ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହିଥିଲେ। ଏହି ଅବସର ରେ ମାଟ୍ରିକ ଓ ଯୁକ୍ତ ଦୁଇ ରେ ସଫଳତା ଅର୍ଜନ କରିଥିବା ସମାଜର ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଛି। ଜିଲ୍ଲା ଭତରା ସମାଜ ର ସାଧାରଣ ସମ୍ପାଦକ ଋତୁରାଜ ମାଝୀ ମଞ୍ଚ ସଂଯୋଜନା କରିଥିଲେ।ଆଞ୍ଚଳିକ ଭତରା କମିଟି ପକ୍ଷରୁ ଭୁବନେଶ୍ୱର ଦିଶାରୀ, ସୁଧିର ଧଙ୍ଗଡ଼ା ମାଝୀ, ହିମାଞ୍ଚଲ ପୁଝାରି, ପରମେଶ୍ୱର ଧ.ମାଝୀ,ନରେନ୍ଦ୍ର ଧ. ମାଝୀ,ବନ ଦଣ୍ଡସେନା,ନିତ୍ୟା ମାଝୀ, କ୍ଷୀରୋଦ ମାଝୀ,ମଦନ ମାଝୀସମେତ ଶିଉନି ଗ୍ରାମ ଓ କୋକସରା ବ୍ଲକ ଅଞ୍ଚଳର ଭତରା ସମାଜର ନାରୀ କମିଟି ର ଶତାଧିକ ସଦସ୍ୟା ଓ ୩ ହଜାରରୁ ଉର୍ଦ୍ଧ ସାମାଜିକ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

The post ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା। appeared first on Odisha.News.