ବାଜପେୟୀଙ୍କ ତିରୋଧାନ ଦିବସରେ ବିଜେପି କରାପଲ୍ଲୀ ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର।

ଗୋପାଳପୁର,୧୬/୦୮ ବିଜେପି କରାପଲ୍ଲୀ ମଣ୍ଡଳ ପକ୍ଷରୁ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ତିରୋଧାନ ଦିବସ ପାଳନ ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ବିଜେପି କରାପଲ୍ଲୀ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଡ଼. ପ୍ରଦୀପ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଜଗନ୍ନାଥପୁର ସ୍ଥିତ ଡ଼ିଫେନ୍ସ କୋଲନି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ, ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିଲେ […] The post ବାଜପେୟୀଙ୍କ ତିରୋଧାନ ଦିବସରେ ବିଜେପି କରାପଲ୍ଲୀ ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର। appeared first on Odisha.News.

ବାଜପେୟୀଙ୍କ ତିରୋଧାନ ଦିବସରେ ବିଜେପି କରାପଲ୍ଲୀ ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର।

ଗୋପାଳପୁର,୧୬/୦୮
ବିଜେପି କରାପଲ୍ଲୀ ମଣ୍ଡଳ ପକ୍ଷରୁ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ତିରୋଧାନ ଦିବସ ପାଳନ ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ବିଜେପି କରାପଲ୍ଲୀ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଡ଼. ପ୍ରଦୀପ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଜଗନ୍ନାଥପୁର ସ୍ଥିତ ଡ଼ିଫେନ୍ସ କୋଲନି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ, ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିଲେ l ଏହି ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଉପସ୍ଥିତ ରହି ମୋଟ ୩୬ ୟୁନିଟ ରକ୍ତ ସଂଗୃହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କାହ୍ନୁ ପତି,ପି. କମଳା ରେଡି,ପୂର୍ବତନ ସମିତିସଭ୍ୟ ତଥା ସମାଜସେବୀ ସୁଶାନ୍ତ କୁମାର ଜେନା, ପୂର୍ବତନ ସରପଞ୍ଚ ଏଲ. କେଶବ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ, ସୋମନାଥ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜି. କୁର୍ମା, କେ. ରଘୁନାଥ ପାତ୍ର, ସୁରେଶ ପାତ୍ର,ଶିବରାମ ସେଠୀ, ପ୍ରଶାନ୍ତ ଜେନା,ଅରୁଣ ମହାରଣା ସୁଧାଂଶୁ ପାଣିଗ୍ରାହୀ ରଜତ ପଣ୍ଡିତ,ଗୈରୀ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ l

The post ବାଜପେୟୀଙ୍କ ତିରୋଧାନ ଦିବସରେ ବିଜେପି କରାପଲ୍ଲୀ ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର। appeared first on Odisha.News.