ଆଗରେ ‘ସିଂଘମ୍ ଏଗେନ୍’
ମୁମ୍ବାଇ: ଦୀପାବଳି ଉପଲକ୍ଷେ ଶୁକ୍ରବାର ୨ଟି ବଡ଼ ବଜେଟ୍ର ବଲିଉଡ୍ ଚଳଚ୍ଚିତ୍ର ‘ସିଂଘମ୍ ଏଗେନ୍’ ଓ ‘ଭୁଲ୍ ଭୁଲୈୟା ୩’ ମୁକ୍ତିଲାଭ କରିଥିଲା। ରିଲିଜ୍ ହେବାର ପ୍ରଥମ ୩ ଦିନ ମଧ୍ୟରେ ଦୀପାବଳି ଓ ୱିକ୍ଏଣ୍ଡ ପଡୁଥିବାରୁ ଉଭୟ ଫିଲ୍ମ ବକ୍ସ ଅଫିସ୍ରୁ ବମ୍ପର ଓପନିଂ କରିବେ ବୋଲି ଆଶା କରାଯାଉଥିଲା। ରବିବାର ସୁଦ୍ଧା ବକ୍ସ ଅଫିସରେ ଠିକ୍ ସେପରି ହିଁ ଘଟିଛି। ରିଲିଜ୍ ହେବାର ପ୍ରଥମ ୩ ଦିନ ମଧ୍ୟରେ ଉଭୟ ଚଳଚ୍ଚିତ୍ର କେବଳ ଭାରତରୁ ୧୦୦ […] The post ଆଗରେ ‘ସିଂଘମ୍ ଏଗେନ୍’ appeared first on Dharitri Odia News.
ମୁମ୍ବାଇ: ଦୀପାବଳି ଉପଲକ୍ଷେ ଶୁକ୍ରବାର ୨ଟି ବଡ଼ ବଜେଟ୍ର ବଲିଉଡ୍ ଚଳଚ୍ଚିତ୍ର ‘ସିଂଘମ୍ ଏଗେନ୍’ ଓ ‘ଭୁଲ୍ ଭୁଲୈୟା ୩’ ମୁକ୍ତିଲାଭ କରିଥିଲା। ରିଲିଜ୍ ହେବାର ପ୍ରଥମ ୩ ଦିନ ମଧ୍ୟରେ ଦୀପାବଳି ଓ ୱିକ୍ଏଣ୍ଡ ପଡୁଥିବାରୁ ଉଭୟ ଫିଲ୍ମ ବକ୍ସ ଅଫିସ୍ରୁ ବମ୍ପର ଓପନିଂ କରିବେ ବୋଲି ଆଶା କରାଯାଉଥିଲା। ରବିବାର ସୁଦ୍ଧା ବକ୍ସ ଅଫିସରେ ଠିକ୍ ସେପରି ହିଁ ଘଟିଛି। ରିଲିଜ୍ ହେବାର ପ୍ରଥମ ୩ ଦିନ ମଧ୍ୟରେ ଉଭୟ ଚଳଚ୍ଚିତ୍ର କେବଳ ଭାରତରୁ ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛନ୍ତି। ତେବେ ଏହି ବକ୍ସ ଅଫିସ ଲଢେଇରେ ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ୍ ଏଗେନ୍’ ରବିବାର ସୁଦ୍ଧା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍ ଭୁଲୈୟା ୩’ଠାରୁ ସାମାନ୍ୟ ଆଗରେ ରହିଛି।
ରିପୋର୍ଟ ଅନୁଯାୟୀ, ‘ସିଂଘମ୍ ଏଗେନ୍’ ଚଳଚ୍ଚିତ୍ର ଶୁକ୍ରବାର କେବଳ ଭାରତୀୟ ଫିଲ୍ମ ହଲ୍ଗୁଡ଼ିକରୁ ୪୪ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଶନିବାର ଓ ରବିବାର ଏହା ଯଥାକ୍ରମେ ୪୨ ଏବଂ ୩୫ କୋଟି ଟଙ୍କାର ବ୍ୟବସାୟ କରିଛି। ରବିବାର ସୁଦ୍ଧା ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସିଂଘମ୍ ଏଗେନ୍’ ଫିଲ୍ମ କେବଳ ଭାରତରୁ ୧୨୧ କୋଟି ଟଙ୍କା ରୋଜଗାର କରିଛି। ଅନ୍ୟପକ୍ଷରେ,‘ଭୁଲ୍ ଭୁଲୈୟା ୩’ ଚଳଚ୍ଚିତ୍ର ଶୁକ୍ରବାର କେବଳ ଭାରତୀୟ ଫିଲ୍ମ ହଲ୍ଗୁଡ଼ିକରୁ ୩୭ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଶନିବାର ଏବଂ ରବିବାର ଏହା ଯଥାକ୍ରମେ ୩୮ ଏବଂ ୩୫ କୋଟି ଟଙ୍କାର ବ୍ୟବସାୟ କରିଛି। ରବିବାର ସୁଦ୍ଧା ଅନିସ୍ ବଜ୍ମୀଙ୍କ ନିର୍ଦ୍ଦେଶିତ ‘ଭୁଲ୍ ଭୁଲୈୟା ୩’ ଫିଲ୍ମ କେବଳ ଭାରତରୁ ୧୧୦ କୋଟି ଟଙ୍କାର ରୋଜଗାର କରିଛି।
The post ଆଗରେ ‘ସିଂଘମ୍ ଏଗେନ୍’ appeared first on Dharitri Odia News.