ଶାହାଙ୍କ ସମ୍ପତ୍ତି ୩୬ କୋଟି, ହେଲେ କୌଣସି କାର୍ ନାହିଁ
ଗାନ୍ଧୀନଗର, ୨୧।୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ଆସନରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶାହା ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସମୁଦାୟ ୩୬ କୋଟି ଟଙ୍କାର ସମ୍ପତ୍ତି ରହିଛି। ଶାହାଙ୍କର ୨୦ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବାବେଳେ ୧୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ତାଙ୍କ ପାଖରେ ନଗଦ ୨୪ ହଜାର ୧୧୪ ଟଙ୍କା ଓ ୭୨ ଲକ୍ଷ ଟଙ୍କାର ଅଳଙ୍କାର ରହିଛି। […] The post ଶାହାଙ୍କ ସମ୍ପତ୍ତି ୩୬ କୋଟି, ହେଲେ କୌଣସି କାର୍ ନାହିଁ appeared first on Dharitri Odia News.
ଗାନ୍ଧୀନଗର, ୨୧।୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ଆସନରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶାହା ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସମୁଦାୟ ୩୬ କୋଟି ଟଙ୍କାର ସମ୍ପତ୍ତି ରହିଛି। ଶାହାଙ୍କର ୨୦ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବାବେଳେ ୧୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ତାଙ୍କ ପାଖରେ ନଗଦ ୨୪ ହଜାର ୧୧୪ ଟଙ୍କା ଓ ୭୨ ଲକ୍ଷ ଟଙ୍କାର ଅଳଙ୍କାର ରହିଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଶାହାଙ୍କ ବାର୍ଷିକ ଆୟ ୭୫.୦୯ ଲକ୍ଷ ଟଙ୍କା ରହିଥିଲା। ଏମ୍ପି ଭାବେ ପାଉଥିବା ଦରମା, ଘର ଓ ଜମି ଭଡା ଏବଂ ଚାଷ କାର୍ଯ୍ୟ ଆଦି ତାଙ୍କ ଆୟର ଉତ୍ସ ହୋଇଥିବା ଶାହା ନିଜ ସତ୍ୟପାଠରେ ଦର୍ଶାଇଛନ୍ତି। ତେବେ ତାଙ୍କର କୌଣସି କାର୍ ନାହିଁ ବୋଲି ଏହି ସତ୍ୟପାଠରେ ଶାହା ଦର୍ଶାଇଛନ୍ତି।
The post ଶାହାଙ୍କ ସମ୍ପତ୍ତି ୩୬ କୋଟି, ହେଲେ କୌଣସି କାର୍ ନାହିଁ appeared first on Dharitri Odia News.