ଆଗକୁ ପ୍ରଥମାଷ୍ଟମୀ: ବଢୁଛି ରାଇକିଆ ହଳଦୀପତ୍ରର ଚାହିଦା, ୧୦ଟି ପତ୍ରକୁ…
ରାଇକିଆ,୨୦ା୧୧(ପ୍ରଦୀପ ବେହେରା): ଆଉ କିଛି ଦିନ ପରେ ପ୍ରଥମାଷ୍ଟମୀ। ଉପକୂଳ ଅଞ୍ଚଳଗୁଡ଼ିକରେ ସୁସ୍ବାଦୁ ପିଠା ପ୍ରସ୍ତୁତି ପାଇଁ ହଳଦୀପତ୍ରର ଆବଶ୍ୟକତା ରହୁଛି। ଏଥିପାଇଁ ହଳଦୀ ପତ୍ରର ଚାହିଦା ବଢ଼ିଛି। ଚାଷୀଙ୍କଠାରେ ମଧ୍ୟ ଏ ନେଇ ଉତ୍ସାହ ଦେଖାଦେଇଛି। ରାଇକିଆ- ଦାରିଙ୍ଗିବାଡ଼ି ରାସ୍ତାରେ ବହୁ ସଂଖ୍ୟାରେ ଚାଷୀ ଏହି ପତ୍ରକୁ ବିକ୍ରି କରୁଛନ୍ତି। ଜିଲା ବାହାରୁ ବ୍ୟବସାୟୀମାନେ ଆସି ଏହାକୁ କିଣି ନେଇଛନ୍ତି। ଏହା ଚାଷୀଙ୍କ ପାଇଁ ସମୟ ସାମୟିକ ଆୟ ହୋଇଥିଲେ ମଧ୍ୟ ବହୁତ କମ୍ ଦରରେ […] The post ଆଗକୁ ପ୍ରଥମାଷ୍ଟମୀ: ବଢୁଛି ରାଇକିଆ ହଳଦୀପତ୍ରର ଚାହିଦା, ୧୦ଟି ପତ୍ରକୁ… appeared first on Dharitri Odia News.
ରାଇକିଆ,୨୦ା୧୧(ପ୍ରଦୀପ ବେହେରା): ଆଉ କିଛି ଦିନ ପରେ ପ୍ରଥମାଷ୍ଟମୀ। ଉପକୂଳ ଅଞ୍ଚଳଗୁଡ଼ିକରେ ସୁସ୍ବାଦୁ ପିଠା ପ୍ରସ୍ତୁତି ପାଇଁ ହଳଦୀପତ୍ରର ଆବଶ୍ୟକତା ରହୁଛି। ଏଥିପାଇଁ ହଳଦୀ ପତ୍ରର ଚାହିଦା ବଢ଼ିଛି। ଚାଷୀଙ୍କଠାରେ ମଧ୍ୟ ଏ ନେଇ ଉତ୍ସାହ ଦେଖାଦେଇଛି। ରାଇକିଆ- ଦାରିଙ୍ଗିବାଡ଼ି ରାସ୍ତାରେ ବହୁ ସଂଖ୍ୟାରେ ଚାଷୀ ଏହି ପତ୍ରକୁ ବିକ୍ରି କରୁଛନ୍ତି। ଜିଲା ବାହାରୁ ବ୍ୟବସାୟୀମାନେ ଆସି ଏହାକୁ କିଣି ନେଇଛନ୍ତି। ଏହା ଚାଷୀଙ୍କ ପାଇଁ ସମୟ ସାମୟିକ ଆୟ ହୋଇଥିଲେ ମଧ୍ୟ ବହୁତ କମ୍ ଦରରେ ବିକ୍ରି କରୁଥିବାରୁ ନିରାଶ ଭାବ ମଧ୍ୟ ଦେଖିବାକୁ ମିଳୁଛି। ୧୦ଟି ପତ୍ରକୁ ମାତ୍ର ଦୁଇରୁ ୩ଟଙ୍କା ଦରରେ ବିକ୍ରି କରୁଥିବା ବେଳେ ଜଣେ ଚାଷୀ ଦିନ ତମାମ ପରିଶ୍ରମ କରି ୩୦୦ରୁ ୪୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ସମୁଦାୟ ଜଣ ପିଛା ଦୁଇରୁ ତିନି ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତ। ଅନ୍ୟପକ୍ଷରେ ଏହି ପତ୍ର ସହରରେ ଚଢ଼ା ଦରରେ ବିକ୍ରି ହୋଇଥାଏ ବୋଲି ସିକକେତା ଅଞ୍ଚଳର ଚାଷୀ ସୁକରୁ ପ୍ରଧାନ କୁହନ୍ତି। ହଳଦୀ ଦର କମ୍ ଯୋଗୁ ଚାଷୀଙ୍କ ରୋଜଗାର କମୁଥିବାବେଳେ ପତ୍ର ଯଦି ସଠିକ ଦର୍ରେ ବିକ୍ରି ହୁଏ ନିଶ୍ଚିତ ଭାବେ ସେମାନଙ୍କ ରୋଜଗାର କେତେକାଂଶରେ ବୃଦ୍ଧି ପାଇବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।
The post ଆଗକୁ ପ୍ରଥମାଷ୍ଟମୀ: ବଢୁଛି ରାଇକିଆ ହଳଦୀପତ୍ରର ଚାହିଦା, ୧୦ଟି ପତ୍ରକୁ… appeared first on Dharitri Odia News.