ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ

ଛେଣ୍ଡିପଦା,୨୧।୨(ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାହାତୀକୁ ବନବିଭାଗ ତତ୍ତ୍ୱାବଧାନରେ ୫ଦିନ ଧରି ୩ଟି ଡାକ୍ତରୀ ଦଳ ଚିକିତ୍ସା କରିବା ପରେ ବୁଧବାର ଶୃଙ୍ଖଳ ମୁକ୍ତ କରାଯାଇଛି। ଜଙ୍ଗଲରେ ଛଡ଼ାଯିବା ପୂର୍ବରୁ ହାତୀ ବେକରେ ରେଡିଓ କଲାର ଲଗାଯାଇଛି। ଫଳରେ ହାତୀର ଗତିବିଧି ଉପରେ ଏଣିକି ନଜର ରଖାଯାଇପାରିବ। ଏଥିସହିତ ହାତୀ-ମଣିଷ ଲଢ଼େଇ ବିଷୟରେ ବି ଜଣାପଡ଼ିବ। ଫଳରେ ସମୟ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇପାରିବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। […] The post ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ appeared first on Dharitri Odia News.

ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ

ଛେଣ୍ଡିପଦା,୨୧।୨(ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାହାତୀକୁ ବନବିଭାଗ ତତ୍ତ୍ୱାବଧାନରେ ୫ଦିନ ଧରି ୩ଟି ଡାକ୍ତରୀ ଦଳ ଚିକିତ୍ସା କରିବା ପରେ ବୁଧବାର ଶୃଙ୍ଖଳ ମୁକ୍ତ କରାଯାଇଛି। ଜଙ୍ଗଲରେ ଛଡ଼ାଯିବା ପୂର୍ବରୁ ହାତୀ ବେକରେ ରେଡିଓ କଲାର ଲଗାଯାଇଛି। ଫଳରେ ହାତୀର ଗତିବିଧି ଉପରେ ଏଣିକି ନଜର ରଖାଯାଇପାରିବ। ଏଥିସହିତ ହାତୀ-ମଣିଷ ଲଢ଼େଇ ବିଷୟରେ ବି ଜଣାପଡ଼ିବ। ଫଳରେ ସମୟ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇପାରିବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।

ଅନୁଗୋଳରେ ହୋଇଥିବା ଏହି ରେଡିଓ କଲାର କାର୍ଯ୍ୟ ସଫଳ ହୋଇଥିବାରୁ ରାଜ୍ୟର ଅନ୍ୟ ସ୍ଥାନରେ ଏହିଭଳି ଆହତ ହାତୀଙ୍କ ବେକରେ ରେଡିଓ କଲାର ଲାଗଇବା ପାଇଁ ଯୋଜନା କରିବୁ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଛେଣ୍ଡିପଦା ବନାଞ୍ଚଳରେ କ୍ଷତାକ୍ତ ହୋଇ ବୁଲୁଥିବା ଦନ୍ତାହାତୀକୁ ବନବିଭାଗ କର୍ମଚାରୀ ଏବଂ ନନ୍ଦନକାନନ, କପିଳାସ ଓ ସାତକୋଶିଆ ଡାକ୍ତରୀ ଦଳ ସପୋଇସାହି ନିକଟରେ ଟ୍ରାଙ୍କୁଲାଇଜ କରି କ୍ଷତ ଗୁଡ଼ିକର ଚିକିତ୍ସା କରିଥିଲେ। ପ୍ରଥମ ଦିବସ ଚିକିତ୍ସା ପରେ ହାତୀ ଗୋଡ଼କୁ ଲୁହାଚେନରେ ବାନ୍ଧି ରଖାଯିବା ସହିତ ତାର ଚିକିତ୍ସା କରାଯାଇଥିଲା। ରାତିରେ ବନ ବିଭାଗର ଟିମ୍‌ ଓ ଡାକ୍ତରୀ ଦଳ କିଛି ଦୂରରେ ହାତୀକୁ ନଜର ରଖି ତାକୁ ଅନୁଧ୍ୟାନ କରୁଥିଲେ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ହାତୀର ଚାରିପଟେ କର୍ଡନ କରି ରଖାଯାଇଥିଲା।

ହାତୀକୁ ୫ମ ଦିନରେ ଡାକ୍ତରୀ ଦଳ ୩ୟ ଥର ଟ୍ରାଙ୍କୁଲାଇଜ କରି କ୍ଷତଗୁଡିକ ଚିକିତ୍ସା କରିବା ସହିତ କ୍ଷତଗୁଡିକୁ ସୁରକ୍ଷିତ ରଖିବା ପାଇଁ ଏକ ପଟି ସହାୟତାରେ ଘୋଡାଇ ଦିଆଯାଇଛି। ରେଡିଓ କଲାର ମାଧ୍ୟମରେ ହାତୀ ଉପରେ ୩୦ଦିନ ପର୍ଯ୍ୟନ୍ତ ତାର ଗତିବିଧି ଉପରେ ନଜର ରଖାଯିବ ବୋଲି ଡିଏଫଓ ବିବେକ କୁମାର ପ୍ରକାଶ କରିଥିଲେ।

The post ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ appeared first on Dharitri Odia News.