ବାଲିଗୁଡ଼ାର ଦୁଇଟି ସ୍ଥାନରେ ହେବ ଭୋଟ୍ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଓଡ଼ିଶାରେ ଆସନ୍ତା ୪ ତାରିଖରେ ଭୋଟ୍ ଗଣତି ହେବ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଣତି ଏଜେଣ୍ଟଙ୍କ ସମ୍ପର୍କରେ ତଥ୍ୟ ଓ କାଗଜପତ୍ର ପ୍ରାର୍ଥୀମାନଙ୍କୁ ମଗାଯାଇଛି। ଗଣତି ଦାୟିତ୍ୱରେ ରହିଥିବା ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ତାଲିମ ପ୍ରଦାନ କାର୍ଯ୍ୟ ସମାପ୍ତ ହୋଇଛି। ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଥିବା ପାସ୍ଧାରୀ ବ୍ୟକ୍ତି ବିଶେଷଙ୍କୁ କଡ଼ାକଡ଼ି ଯାଞ୍ଚ କରି ଭିତରକୁ ପ୍ରବେଶ […] The post ବାଲିଗୁଡ଼ାର ଦୁଇଟି ସ୍ଥାନରେ ହେବ ଭୋଟ୍ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି appeared first on Dharitri Odia News.
ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଓଡ଼ିଶାରେ ଆସନ୍ତା ୪ ତାରିଖରେ ଭୋଟ୍ ଗଣତି ହେବ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଣତି ଏଜେଣ୍ଟଙ୍କ ସମ୍ପର୍କରେ ତଥ୍ୟ ଓ କାଗଜପତ୍ର ପ୍ରାର୍ଥୀମାନଙ୍କୁ ମଗାଯାଇଛି। ଗଣତି ଦାୟିତ୍ୱରେ ରହିଥିବା ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ତାଲିମ ପ୍ରଦାନ କାର୍ଯ୍ୟ ସମାପ୍ତ ହୋଇଛି। ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଥିବା ପାସ୍ଧାରୀ ବ୍ୟକ୍ତି ବିଶେଷଙ୍କୁ କଡ଼ାକଡ଼ି ଯାଞ୍ଚ କରି ଭିତରକୁ ପ୍ରବେଶ କରାଯିବ। ବାଲିଗୁଡ଼ାର ୨ଟି ସ୍ଥାନରେ ଭୋଟ୍ ଗଣତି କରାଯିବ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କନ୍ଧମାଳ ଲୋକ ସଭା କ୍ଷେତ୍ରର ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ୪ ତାରିଖ ସକାଳ ୮ ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଭୋଟ୍ ଗଣତି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପ୍ରକାଶ ଯେ, ସମଗ୍ର କନ୍ଧମାଳ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ୨୦ ତାରିଖରେ ମତଦାନ ହୋଇଥିଲା। ମତଦାନ ପରେ ଇଭିଏମ୍ଗୁଡିକ ଷ୍ଟଙ୍ଗ୍ରୁମ୍ରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଷ୍ଟ୍ରଙ୍ଗରୁମ୍ ମଧ୍ୟରେ ସିସି ଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି।
The post ବାଲିଗୁଡ଼ାର ଦୁଇଟି ସ୍ଥାନରେ ହେବ ଭୋଟ୍ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି appeared first on Dharitri Odia News.