ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ିଲା
ଲକ୍ଷ୍ନୌ,୧୨।୧: ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଏକ ନିର୍ମାଣାଧୀନ ବିଲ୍ଡିଂର ଛାତ ଶନିବାର ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି। ଷ୍ଟେଶନର ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦୁଇମହଲା ବିଲ୍ଡିଂ ନିର୍ମାଣ ଚାଲିଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ସେତେବେଳେ ପ୍ରାୟ ୩୫ ଶ୍ରମିକ କାର୍ଯ୍ୟରେ ନିୟୋଜିତ ଥିଲେ। ରେଲ୍ଓ୍ବେ, ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳୁ ୨୩ ଜଣଙ୍କୁ ଉଦ୍ଧାର କରାଗଲାଣି। ଶ୍ରମିକମାନଙ୍କ ଉଦ୍ଧାରକୁ ସର୍ବାଧିକ ପ୍ରାଥମିକତା […] The post ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ିଲା appeared first on Dharitri Odia News.
ଲକ୍ଷ୍ନୌ,୧୨।୧: ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଏକ ନିର୍ମାଣାଧୀନ ବିଲ୍ଡିଂର ଛାତ ଶନିବାର ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି। ଷ୍ଟେଶନର ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦୁଇମହଲା ବିଲ୍ଡିଂ ନିର୍ମାଣ ଚାଲିଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ସେତେବେଳେ ପ୍ରାୟ ୩୫ ଶ୍ରମିକ କାର୍ଯ୍ୟରେ ନିୟୋଜିତ ଥିଲେ। ରେଲ୍ଓ୍ବେ, ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳୁ ୨୩ ଜଣଙ୍କୁ ଉଦ୍ଧାର କରାଗଲାଣି। ଶ୍ରମିକମାନଙ୍କ ଉଦ୍ଧାରକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବା ଜିଲାପାଳ ଶୁଭ୍ରାନ୍ତ କୁମାର ଶୁକ୍ଳ କହିଛନ୍ତି। ରାଜ୍ୟ ସରକାର ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଏବଂ ସାମାନ୍ୟ ଆହତଙ୍କ ନିମନ୍ତେ ୫,୦୦୦ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଥିବା ରେଲଓ୍ବେ ପକ୍ଷରୁ କୁହାଯାଇଛି।
The post ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ିଲା appeared first on Dharitri Odia News.