ଓ୍ବେଷ୍ଟ ନାଇଲ୍ ଜ୍ୱର ଆତଙ୍କ: କେରଳରେ ହାଇଆଲର୍ଟ
କୋଝିକୋଡ୍,୮ା୫:କେରଳରେ ଓ୍ବେଷ୍ଟ ନାଇଲ୍ ଜ୍ୱର ଆତଙ୍କ ଖେଳାଇଛି। ଏହି ଜ୍ୱରରେ ମାଲାପ୍ପୁରମ୍, କୋଝିକୋଡ୍ ଏବଂ ଥ୍ରିଶୁର ଜିଲାର ୧୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହି ରୋଗରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ମୃତ୍ୟୁ ଓ୍ବେଷ୍ଟ ନାଇଲ୍ ଭୂତାଣୁ ସଂକ୍ରମଣରୁ ହୋଇଛି କି ନାହିଁ, ଏନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ। ଖବର ଜଣାପଡ଼ିବା ପରେ କେରଳ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ହାଇଆଲର୍ଟ ଜାରି କରିଛନ୍ତି। ସଂକ୍ରମଣକୁ କାବୁ କରିବା ଲାଗି ରାଜ୍ୟ […] The post ଓ୍ବେଷ୍ଟ ନାଇଲ୍ ଜ୍ୱର ଆତଙ୍କ: କେରଳରେ ହାଇଆଲର୍ଟ appeared first on Dharitri Odia News.
କୋଝିକୋଡ୍,୮ା୫:କେରଳରେ ଓ୍ବେଷ୍ଟ ନାଇଲ୍ ଜ୍ୱର ଆତଙ୍କ ଖେଳାଇଛି। ଏହି ଜ୍ୱରରେ ମାଲାପ୍ପୁରମ୍, କୋଝିକୋଡ୍ ଏବଂ ଥ୍ରିଶୁର ଜିଲାର ୧୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହି ରୋଗରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ମୃତ୍ୟୁ ଓ୍ବେଷ୍ଟ ନାଇଲ୍ ଭୂତାଣୁ ସଂକ୍ରମଣରୁ ହୋଇଛି କି ନାହିଁ, ଏନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ। ଖବର ଜଣାପଡ଼ିବା ପରେ କେରଳ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ହାଇଆଲର୍ଟ ଜାରି କରିଛନ୍ତି। ସଂକ୍ରମଣକୁ କାବୁ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମଶା ନିୟନ୍ତ୍ରଣ ଏବଂ ସେମାନଙ୍କ ବଂଶବୃଦ୍ଧି ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି। ମୌସୁମୀ ପୂର୍ବରୁ ସଂକ୍ରମଣ ବଢ଼ୁଥିବାରୁ ସମ୍ପୃକ୍ତ ରାଜ୍ୟରେ କେତେକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ଲୋକଙ୍କ ମଧ୍ୟରେ ଉକ୍ତ ରୋଗକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମଶାବଂଶ ବୃଦ୍ଧି ରୋକିବାକୁ ପରିବେଶ ଓ ନାଳ ନର୍ଦ୍ଦମା ଆଦି ସଫା କରାଯିବା ସହ ବିଭିନ୍ନ ସ୍ଥାନରୁ ମଶାଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।
ସଂକ୍ରମିତ କୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ଭୂତାଣୁ ମଣିଷ ଶରୀରକୁ ଆସି ଓ୍ବେଷ୍ଟ ନାଇଲ୍ ଜ୍ୱର ହୋଇଥାଏ। ଜାପାନିଜ୍ ଏନ୍ସେଫାଲାଇଟିସ୍ ପିଲାମାନଙ୍କୁ ଆକ୍ରାନ୍ତ କରୁଥିବାବେଳେ ଓ୍ବେଷ୍ଟ ନାଇଲ୍ ଫିଭର ପ୍ରାୟତଃ ବୟସ୍କଙ୍କୁ ସଂକ୍ରମିତ ହୋଇଥାଏ। ଏହି ରୋଗରେ ମୁଣ୍ଡବିନ୍ଧା, ଜ୍ୱର ହେବା, ଗୋଡ଼ହାତ ବିନ୍ଧା, ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ଦେଖାଯାଇଥାଏ। ରୋଗ ଗୁରୁତର ହେଲେ ସ୍ନାୟବିକ କ୍ଷତି ହେବା ସହ ମୃତ୍ୟୁ ମଧ୍ୟ ଘଟିପାରେ। ୧୯୩୭ରେ ଉଗାଣ୍ଡାରେ ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିଲା। ୨୦୧୧ରୁ କେରଳରେ କାଁଭାଁ ଏହି ରୋଗ ବ୍ୟାପୁଥିବା ଦେଖାଯାଇଛି। ଏହି ରୋଗର ପ୍ରତିକାର ପାଇଁ ଏପର୍ଯ୍ୟନ୍ତ ଟିକା ବାହାରି ନାହିଁ। ତେଣୁ ଲକ୍ଷଣକୁ ପ୍ରାଥମିକ ଫୋକସ୍ କରାଯାଇ ଚିକିତ୍ସା କରାଯାଇଥାଏ।
The post ଓ୍ବେଷ୍ଟ ନାଇଲ୍ ଜ୍ୱର ଆତଙ୍କ: କେରଳରେ ହାଇଆଲର୍ଟ appeared first on Dharitri Odia News.