’ବସ୍’ ଫିଲ୍ମର ସଫଳତା ପାଇଁ ସେଲିବ୍ରେସନ
ଭୁବନେଶ୍ବର: ନାରୀ ଯିଏ କେବେ ହାରିବା ଶିଖିନଥାଏ। ନାରୀ ସକ୍ଷମ ଆଉ ସଫଳ। ସଂଘର୍ଷକୁ ସଫଳତାରେ ପରିଣତ କରିବାର କଳା... The post ’ବସ୍’ ଫିଲ୍ମର ସଫଳତା ପାଇଁ ସେଲିବ୍ରେସନ appeared first on .
ଭୁବନେଶ୍ବର: ନାରୀ ଯିଏ କେବେ ହାରିବା ଶିଖିନଥାଏ। ନାରୀ ସକ୍ଷମ ଆଉ ସଫଳ। ସଂଘର୍ଷକୁ ସଫଳତାରେ ପରିଣତ କରିବାର କଳା ତାକୁ ବେଶ୍ ଭଲଭାବେ ଜଣା। ସେଇଥିପାଇଁ ତ ତା ନାଁ `ବସ୍’। ବିଶ୍ବ ମହିଳା ଦିବସ ଅବସରରେ ରିଲିଜ ହୋଇଛି ଓଡିଆ ଫିଲ୍ମ ବସ୍ । ଓଲିଉଡ଼ ଇଣ୍ଡଷ୍ଟ୍ରିର ପପୁଲାର ଫେସ୍ ବର୍ଷା ପ୍ରିୟଦର୍ଶିନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବର୍ଷାଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ରାଜ ରାକେଶ। ଗୋଟିଏ ଦିନରେ ହିଁ ଫିଲ୍ମ ହାଉସଫୁଲ ହୋଇଥିଲା। ଫିଲ୍ମର ସଫଳତା ପାଇଁ ଚାଲିଛି ସେଲିବ୍ରେସନ। ସଂପୂର୍ଣ୍ଣ ନାରୀ କୈନ୍ଦ୍ରିକ ଫିଲ୍ମ ହୋଇଥିବାରୁ ବେଶ୍ ଦର୍ଶକୀୟ ଆଦୃତି ଲାଭ କରିଛି ବସ୍। ଫିଲ୍ମର ସଫଳତା ପାଇଁ କେକ୍ କାଟି ସେଲିବ୍ରେଟ୍ କରିଛନ୍ତି ବର୍ଷା ଓ ତାଙ୍କର ପୁରା ଷ୍ଟାରକାଷ୍ଟ। ନାରୀ ଅବଳା ଦୁର୍ବଳା ନୁହେଁ ସେ କିଭଳି ପୁରୁଷ ସହ ସମକକ୍ଷ ତାହା ଫିଲ୍ମରେ ନିଖୁଣ ଭାବେ ଅଭିନୟ କରିଛନ୍ତି ବର୍ଷା। ବର୍ଷାଙ୍କ ଆପିଅରାନ୍ସ ଓ ଦମଦାର ଡାଇଲଗ ଫ୍ୟାନଙ୍କୁ ହଲ୍ ଆଡକୁ ଟାଣିଆଣିଛି। ।
The post ’ବସ୍’ ଫିଲ୍ମର ସଫଳତା ପାଇଁ ସେଲିବ୍ରେସନ appeared first on .