କେନିଆର ସ୍କୁଲ ହଷ୍ଟେଲରେ ନିଆଁ ଲାଗି ଜଳିଗଲେ ୧୭ ଛାତ୍ର
ନ୍ୟାରୋବି: କେନିଆର ଏକ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ । ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର... The post କେନିଆର ସ୍କୁଲ ହଷ୍ଟେଲରେ ନିଆଁ ଲାଗି ଜଳିଗଲେ ୧୭ ଛାତ୍ର appeared first on .
ନ୍ୟାରୋବି: କେନିଆର ଏକ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ । ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଭାବେ ପୋଡି ଯାଇଛନ୍ତି। ନ୍ୟାରି ଜିଲ୍ଲାର ହିଲ୍ସାଇଡ୍ ଆଣ୍ଡାରାଶା ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ତେବେ ବହୁ ଛାତ୍ରଛାତ୍ରୀ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପୋଲିସ ଏବଂ ରିଲିଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡି ନାହିଁ । ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଏହି ହଷ୍ଟେଲରେ ରୁହନ୍ତି ଏବଂ ଏଠାରେ ୧୫୦ ରୁ ଅଧିକ ଛାତ୍ର ରହୁଥିଲେ। ହଷ୍ଟେଲଟି ମୁଖ୍ୟତଃ କାଠରେ ନିର୍ମିତ ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା । କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଏହି ଘଟଣାକୁ ଭୟଙ୍କର କହି ସମ୍ପୃକ୍ତ ଅଧିକାରୀଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କେନିଆ ଉପରାଷ୍ଟ୍ରପତି ରିଗାଥୀ ଗାଗାଗୁଆ ବିଦ୍ୟାଳୟ ପ୍ରଶାସନକୁ ନିବେଦନ କରିଛନ୍ତି ଯେ ଆବାସିକ ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସୁପାରିଶ କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରାଯାଉ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, ‘‘ମୁଁ ଏହି ଭୟଙ୍କର ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛି। ଯେଉଁମାନେ ଦାୟୀ ହେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
The post କେନିଆର ସ୍କୁଲ ହଷ୍ଟେଲରେ ନିଆଁ ଲାଗି ଜଳିଗଲେ ୧୭ ଛାତ୍ର appeared first on .