ବିଜେପିରେ ମିଶିବା ପରେ ବିଜେଡିର ଗୁମର ଖୋଲିଲେ ସୁଜିତ

ବିଜେପିରେ ମିଶିବା ପରେ ସୁଜିତ କୁମାରଙ୍କ ସାଂଘାତିକ ଅଭିଯୋଗ। କହିଲେ, ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। ଦଳର ଜଣେ ଦୁଇ ଜଣ ବଡ଼ ନେତାଙ୍କର ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା।

ବିଜେପିରେ ମିଶିବା ପରେ ବିଜେଡିର ଗୁମର ଖୋଲିଲେ ସୁଜିତ

ସକାଳେ ବିଜେଡି ଛାଡ଼ିଥିବା ରାଜ୍ୟସଭା ସାଂସଦ ସୁଜିତ କୁମାର କେଇ ଘଣ୍ଟା ଭିତରେ ବିଜେପିର ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ ପଦ୍ମ ଧରୁ ଧରୁ ବିଜେଡି ଓ ପୂର୍ବତନ ବିଜେଡି ସରକାର ଉପରେ ବର୍ଷିଛନ୍ତି। ବିଜେଡି ସରକାର ଅମଳରେ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଟଙ୍କାର ଲୁଟ୍ ହୋଇଛି। ଆଉ ଏହି ଲୁଟରେ ବହୁ ବିଜେଡି ନେତା ସାମିଲ ବୋଲି ସେ କହିଛନ୍ତି। ଟେଣ୍ଡର ଫିକ୍ସିଂ ଓ ବାଲି ମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ଦେଖନ୍ତୁ ପୂରା ରିପୋର୍ଟ।