ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ…

କେସିଙ୍ଗା.୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସିରୋଲ ଗ୍ରାମ ପଞ୍ଚାୟତର ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବ୍ଲକ ପ୍ରଶାସନିକ ସୋମବାର ଶିରୋଲ ଗ୍ରାମକୁ ପରିଦର୍ଶନ କରିଛନ୍ତି। ଶିରୋଲ ଗ୍ରାମ ପଞ୍ଚାୟତ ମାସିକ ବୈଠକ ମଧ୍ୟ ସଭାଗୃହରେ ସରପଞ୍ଚ ଝରଣା ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଶିରୋଲ ଗ୍ରାମସ୍ଥିତ ଚଟାଣ ସାଗର ବହୁ ବର୍ଷ ହେଲା ମରାମତି ହୋଇ ନ ଥିବାରୁ ପାଣି ଦୂଷିତ ହୋଇଛି ଏବଂ […] The post ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ… appeared first on Dharitri Odia News.

ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ…

କେସିଙ୍ଗା.୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସିରୋଲ ଗ୍ରାମ ପଞ୍ଚାୟତର ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବ୍ଲକ ପ୍ରଶାସନିକ ସୋମବାର ଶିରୋଲ ଗ୍ରାମକୁ ପରିଦର୍ଶନ କରିଛନ୍ତି। ଶିରୋଲ ଗ୍ରାମ ପଞ୍ଚାୟତ ମାସିକ ବୈଠକ ମଧ୍ୟ ସଭାଗୃହରେ ସରପଞ୍ଚ ଝରଣା ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଶିରୋଲ ଗ୍ରାମସ୍ଥିତ ଚଟାଣ ସାଗର ବହୁ ବର୍ଷ ହେଲା ମରାମତି ହୋଇ ନ ଥିବାରୁ ପାଣି ଦୂଷିତ ହୋଇଛି ଏବଂ ଭିତରେ ବହୁ ବର୍ଷ ହେଲା ପଙ୍କ, ଅନାବନା ଗଛରେ ଭରି ରହିଛି। ଯାହାଫଳରେ ପାଣି ଦୂଷିତ ହୋଇଯାଉଛି । ଗ୍ରାମର ଲୋକେ ଗାଧୋଇବାରେ ଅସୁବିଧା ଭୋଗୁଛନ୍ତି। ସେଥିପାଇଁ ମଙ୍ଗଳବାର ଉକ୍ତ ସାଗରର ହିଡ କାଟି ଦୂଷିତ ପାଣି ନିଷ୍କାସନ କରିବା ନିଷ୍ପତ୍ତି ନିଆଯାଇଛି। ସେହିପରି ଗୋରୁ,ଗାଈ, ମଇଁଶି,ଛେଳି ମେଣ୍ଢା ,ବତକ ଆଦି ଗୃହପାଳିତ ପଶୁଙ୍କ ଅସୁବିଧା ସହିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜିକାର ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର ହୋଇଛି। ଗ୍ରାମ ପଞ୍ଚାୟତ ଫଣ୍ଡରୁ ୩ଲକ୍ଷ , ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରୁ ୭ଲକ୍ଷ, ମନରେଗା ଯୋଜାରୁ ୧୦ଲକ୍ଷ ମଞ୍ଜୁର କରାଯାଇଛି। ବ୍ଲକ ଗ୍ରାଣ୍ଡରୁ ୨୦ଲକ୍ଷ ଗ୍ରାମ ପଞ୍ଚାୟତ ପକ୍ଷରୁ ବିଡ଼ିଓ ଦାବି କରାଯାଇଛି। ଏହି ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ ଜନ୍ମେଜୟ ସ୍ବାଇଁ,ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପଟା, ଅତିରିକ୍ତ ଇଞ୍ଜିନିୟର ଏସଏନ ମିଶ୍ର, କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା,ପୂର୍ବତନ ସରପଞ୍ଚ ବିକ୍ରାନ୍ତ ବାଗ,ସମିତି ସଭ୍ୟ ପ୍ରତାପ ବାଗ ,ପିଇଓ ଝାସକେତନ ସାହୁ, ୱାର୍ଡ ସଭ୍ୟସଭ୍ୟା ପ୍ରମୁଖ ଉକ୍ତ ଚଟାଣ ସାଗରକୁ ପରିଦର୍ଶନ କରିଛନ୍ତି। ଶିରୋଲ ସରପଞ୍ଚ ଝରଣା ବାଗ ଉକ୍ତ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବ୍ଲକ ଗ୍ରାଣ୍ଡରୁ ୨୦ ଲକ୍ଷ ବିଡ଼ିଓଙ୍କୁ ଦେବା ପାଇଁ ଜଣାଇଥିଲେ। ବିଡ଼ିଓ ଯେକୌଣସି ଯୋଜନାରୁ ଦେବେ ବୋଲି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

The post ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ… appeared first on Dharitri Odia News.