ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ
ଯୋଧପୁର,୧୦।୮: ଯୌନ ଉତ୍ପୀଡ଼ନ ମାମଲାରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ଆସାରାମଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆସାରାମଙ୍କୁ ପରୀକ୍ଷା ପାଇଁ ଏମ୍ସକୁ ଅଣାଯାଇଥିଲା। ଡାକ୍ତରୀ ଯାଞ୍ଚ ପରେ ଆସାରାମଙ୍କୁ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅସାରାମଙ୍କ ଅସୁସ୍ଥତା ବିଷୟରେ ସୂଚନା ପାଇବା ପରେ ତାଙ୍କ ସମର୍ଥକମାନେ ଚିନ୍ତିତ ହୋଇ ଏମ୍ସରେ ପହଞ୍ଚିବା ଆରମ୍ଭ କଲେ। ଅସାରାମ ସମର୍ଥକଙ୍କ ଭିଡକୁ ଦୃଷ୍ଟିରେ […] The post ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ appeared first on Dharitri Odia News.
ଯୋଧପୁର,୧୦।୮: ଯୌନ ଉତ୍ପୀଡ଼ନ ମାମଲାରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ଆସାରାମଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆସାରାମଙ୍କୁ ପରୀକ୍ଷା ପାଇଁ ଏମ୍ସକୁ ଅଣାଯାଇଥିଲା। ଡାକ୍ତରୀ ଯାଞ୍ଚ ପରେ ଆସାରାମଙ୍କୁ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅସାରାମଙ୍କ ଅସୁସ୍ଥତା ବିଷୟରେ ସୂଚନା ପାଇବା ପରେ ତାଙ୍କ ସମର୍ଥକମାନେ ଚିନ୍ତିତ ହୋଇ ଏମ୍ସରେ ପହଞ୍ଚିବା ଆରମ୍ଭ କଲେ। ଅସାରାମ ସମର୍ଥକଙ୍କ ଭିଡକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, ଆସାରାମ ଶୁକ୍ରବାର ସାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଏମ୍ସ ନିଆଯାଇଥିଲା। ସେଠାରେ ଆବଶ୍ୟକ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପରେ ଆସାରାମଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଏକ ସମ୍ପୂର୍ଣ୍ଣ ଟିମ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଶାରାମ ତିନି ଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହା ଉପରେ ପ୍ରଥମେ ତାଙ୍କୁ ଜେଲରେ ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା। କିନ୍ତୁ ଶୁକ୍ରବାର ଯେତେବେଳେ ଯନ୍ତ୍ରଣା ବଢିଲା, ତାଙ୍କୁ ଏମ୍ସକୁ ଅଣାଯାଇଥିଲା।
The post ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ appeared first on Dharitri Odia News.