ରାଶିଫଳ: ରବିବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରୋହିଣୀ ନକ୍ଷତ୍ରରେ ରହିଥିବାରୁ ମନୋବଳ ବୃଦ୍ଧି ଏବଂ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ଅବଶ୍ୟ ଘଟିବ। ଅଷ୍ଟମସ୍ଥ ଶୁକ୍ରଜନିତ ବକେୟା ଅର୍ଥପ୍ରାପ୍ତିରେ ବିବାଦ ଦେଖାଦେବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟାର ସମାଧାନ କରିବେ। ମୁଖଭାବକୁ ମଙ୍ଗଳ ଦୃଷ୍ଟି ହେତୁ କାହା ସହ ଟାହିଟାପରା ନ କରିବା ଭଲ। ବୃଷ ଉଚ୍ଚସ୍ଥ ଚନ୍ଦ୍ର ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟିଜନିତ ପଡ଼ୋଶୀ ଓ ସହକର୍ମୀଙ୍କ ସହାୟତାରୁ ଧନଲାଭ ଘଟିପାରେ। ଅଫିସ୍‌ରେ ବାଧ୍ୟ ବାଧକତାବଶତଃ କେତେକ କାମ […] The post ରାଶିଫଳ: ରବିବାର, ଜାନୁଆରୀ ୨୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଜାନୁଆରୀ ୨୧ ତାରିଖ – Daily Horoscope
ମେଷ
ଆଜିର ଚନ୍ଦ୍ର ରୋହିଣୀ ନକ୍ଷତ୍ରରେ ରହିଥିବାରୁ ମନୋବଳ ବୃଦ୍ଧି ଏବଂ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ଅବଶ୍ୟ ଘଟିବ। ଅଷ୍ଟମସ୍ଥ ଶୁକ୍ରଜନିତ ବକେୟା ଅର୍ଥପ୍ରାପ୍ତିରେ ବିବାଦ ଦେଖାଦେବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟାର ସମାଧାନ କରିବେ। ମୁଖଭାବକୁ ମଙ୍ଗଳ ଦୃଷ୍ଟି ହେତୁ କାହା ସହ ଟାହିଟାପରା ନ କରିବା ଭଲ।
ବୃଷ
ବୃଷ
ଉଚ୍ଚସ୍ଥ ଚନ୍ଦ୍ର ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟିଜନିତ ପଡ଼ୋଶୀ ଓ ସହକର୍ମୀଙ୍କ ସହାୟତାରୁ ଧନଲାଭ ଘଟିପାରେ। ଅଫିସ୍‌ରେ ବାଧ୍ୟ ବାଧକତାବଶତଃ କେତେକ କାମ କରିବାକୁ ପଡ଼ିପାରେ। ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବାଲ୍ୟବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟ ଭଲ, ଯାତ୍ରା, ପ୍ରତିଯୋଗିତାରେ ସଫଳତା ପାଇବେ।
ମିଥୁନ
ମିଥୁନ
ତିନୋଟି ଗ୍ରହରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ଏବଂ ବନ୍ଧୁଙ୍କ ଆଦରଣୀୟ ହେବେ। ଦୀର୍ଘ ଦିନ ହେଲା ଅଟକି ରହିଥିବା କାମ ସକାଶେ ପ୍ରଚେଷ୍ଟା ବ୍ୟର୍ଥ ହେବ ନାହିଁ। ବ୍ୟବସାୟରେ ଶାଖା ଖୋଲିବା ସକାଶେ ନୂତନ ବ୍ୟବସାୟକୁ ଯୋଡ଼ିପାରନ୍ତି। ଅନ୍ୟମନସ୍କ ହେତୁ ଯାତ୍ରା ସମୟରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
କର୍କଟ
କର୍କଟ
ପାପଗ୍ରହ ଦୃଷ୍ଟିବର୍ଜିତ ଏକାଦଶସ୍ଥ ଚନ୍ଦ୍ର ଉନ୍ନତସ୍ବାସ୍ଥ୍ୟ, ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଲକ୍ଷ୍ୟହାସଲ କରିବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କୁ ସୁପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ସାହାଯ୍ୟରେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିବ । ରାଜନୀତି, ଆନୁଷ୍ଠାନିକ କାମ, ସଙ୍ଗଠନରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ସି˚ହ
ସି˚ହ
କର୍ମସ୍ଥାନରେ ବ୍ୟୟାଧିପତି ଥିବା ହେତୁ ଦୂରଯାତ୍ରା କରିବାକୁ ପଡ଼ିପାରେ। ମନୋବଳ ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ପ୍ରଗତିର ପଥରୋଧ କରିପାରେ। ମନ୍ଥର ଗତିରେ କର୍ମପ୍ରବାହ ଚାଲୁଥିବାରୁ ବିଭିନ୍ନ ସ୍ତରରୁ ସମାଲୋଚିତ ହୋଇପାରନ୍ତି। ଆଜି ଯେତିକି ପାଇବେ, ତା’ଠାରୁ ଅଧିକ କିଛି ବ୍ୟୟ କରିବାକୁ ବାଧ୍ୟ ହେବେ।
କନ୍ୟା
କେତୁ ପ୍ରଭାବରେ ଦୁର୍ଭାବନାଯୁକ୍ତ ରହିଲେ ମଧ୍ୟ ଅର୍ଥପ୍ରାପ୍ତି ଓ କାର୍ଯ୍ୟସିଦ୍ଧିରୁ ସାମୟିକ ଖୁସି ରହିବେ। ଆପଣଙ୍କ ସମ୍ପତ୍ତି ଉପରେ ସମ୍ପର୍କୀୟଙ୍କ ଲୋଲୁପ ଦୃଷ୍ଟି ଦୁଶ୍ଚିନ୍ତାର କାରଣ ହୋଇପାରେ। ଅବଶ୍ୟ ପାରିବାରିକ ସ୍ତରରେ ସାହାଯ୍ୟ ସହଯୋଗ ଅକ୍ଷୁଣ୍ଣ ରହିବ। ଭଲ ସମ୍ପର୍କଥିବା ବନ୍ଧୁଙ୍କ ନିକଟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ।
ତୁଳା
ତୁଳା
ଶନିଙ୍କ ପ୍ରଭାବରୁ ଆଜି ବନ୍ଧୁଗହଣରେ ଅଳ୍ପ କଥା କହିବାକୁ ପସନ୍ଦ କରିବେ। ଆକସ୍ମିକ ବିଭିନ୍ନ ସମସ୍ୟାଜନିତ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ନ ରହିପାରେ। ଗଠନମୂଳକ କାମ, ଲେଖାପଢ଼ା, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରୁ ଶୁଭଫଳ ପାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।
ବିଛା
ବିଛା
ଆଜି ଭାଗ୍ୟାଧିପଚନ୍ଦ୍ର ରାଶିକୁ ଦେଖୁଥିବାରୁ କର୍ମାରମ୍ଭ କରି ସଫଳତା ପାଇବେ। ସକାଳୁ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପଡ଼ୋଶୀଙ୍କ ସହାୟତାରେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଶିଳ୍ପ, ବ୍ୟବସାୟ ଓ ରାଜନୀତି କ୍ଷେତ୍ରରୁ ସମସ୍ୟା ଦୂରେଇବାର ପ୍ରଯତ୍ନ କରିପାରନ୍ତି।
ଧନୁ
ଧନୁ
ଅତି ନିକଟରେ ରହୁଥିବା ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆନୁଷ୍ଠାନିକ କାମରେ କିମ୍ବା ସାମାଜିକ ସ୍ତରରେ ପ୍ରଶଂସା ମିଳିବ। ବହୁତ ଦିନରୁ ଆଶା କରି ରହିଥିବା ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ। ମହିଳାମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ମନକୁ ବାରମ୍ବାର ଆଲୋଡ଼ିତ କରିପାରେ।
ମକର
ମକର
ଶନିଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବା କାରଣରୁ ଖୁସି ଅନୁଭବ କରିବେ। ଭଲ ସମ୍ପର୍କ ଥିବା ସ୍ଥାନରେ ସାଧାରଣ କଥାରେ ମନାନ୍ତର ସୃଷ୍ଟି ହେବ। କୌଣସି ପାର୍ଟିର ଆୟୋଜନର ପ୍ରସ୍ତୁତି ହେତୁ ଘରେ ବନ୍ଧୁମିଳନ ତଥା ଆମୋଦ ପ୍ରମୋଦର ସୁଅ ଛୁଟିବ। ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଏକ ପ୍ରକାର ବାଧ୍ୟ ହୋଇ ପାରନ୍ତି।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ଶୁଭ ସମ୍ପର୍କରୁ କର୍ମକ୍ଷେତ୍ର ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ସଭାସମିତି, ଆଲୋଚନା କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ହାସଲ କରିବେ। ସମୟ ସୁବିଧାକୁ ନେଇ ଉଚ୍ଚ ପଦାଧିକାରୀଙ୍କ ପାଖରେ ଅସୁବିଧା ଜଣାଇଲେ ଅବଶ୍ୟ ଉପକୃତ ହେବେ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ

ତୃତୀୟସ୍ଥ ଚନ୍ଦ୍ରଜନିତ ଦୀର୍ଘଦିନରୁ ଲାଗି ରହିଥିବା ବିବାଦଟି ବନ୍ଧୁ ଓ ଆତ୍ମୀୟମାନଙ୍କ ସହାୟତାରୁ ସମାଧାନ ହେବ। ତଥାପି କର୍ମକ୍ଷେତ୍ରରେ କିଛି ବ୍ୟତିକ୍ରମ ମଧ୍ୟ ଦେଇ ଚଳିବା ସକାଶେ ବାଧ୍ୟ ହେବେ। ବ୍ୟବସାୟ, ପରିବହନ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ବକେୟା ଅର୍ଥ ଆଦାୟ କରିବାରେ ସାମାନ୍ୟ ଟଣାଓଟରା ଲାଗିପାରେ।

The post ରାଶିଫଳ: ରବିବାର, ଜାନୁଆରୀ ୨୧ ତାରିଖ – Daily Horoscope appeared first on Dharitri Odia News.