ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କଲା ଭାରତ

ନୂଆଦିଲ୍ଲୀ,୫।୭: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ଏକ ରେକର୍ଡ ପ୍ରତିରକ୍ଷା ଉତ୍ପାଦନ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ୧.୨୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଆର୍ଥିକ ବର୍ଷରେ ଏହା ସର୍ବାଧିକ ପ୍ରତିରକ୍ଷା ଉତ୍ପାଦନ ଅଟେ। ମେକ ଇନ ଇଣ୍ଡିଆ ଅଭିଯାନ ଅଧୀନରେ ଏହା ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି। ଭାରତକୁ ବିଶ୍ୱରେ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ରରେ ପରିଣତ […] The post ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କଲା ଭାରତ appeared first on Dharitri Odia News.

ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କଲା ଭାରତ

ନୂଆଦିଲ୍ଲୀ,୫।୭: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ଏକ ରେକର୍ଡ ପ୍ରତିରକ୍ଷା ଉତ୍ପାଦନ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ୧.୨୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଆର୍ଥିକ ବର୍ଷରେ ଏହା ସର୍ବାଧିକ ପ୍ରତିରକ୍ଷା ଉତ୍ପାଦନ ଅଟେ। ମେକ ଇନ ଇଣ୍ଡିଆ ଅଭିଯାନ ଅଧୀନରେ ଏହା ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି। ଭାରତକୁ ବିଶ୍ୱରେ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ।

ରାଜନାଥ ସିଂ ସୋସିଆଲ ମିଡିଆରେ ଶେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ବର୍ଷକୁ ବର୍ଷ ନୂଆ ମାଇଲଖୁଣ୍ଟ ଅତିକ୍ରମ କରୁଛି। ୨୦୨୩-୨୪ରେ ପ୍ରତିରକ୍ଷା ଉତ୍ପାଦନରେ ଭାରତ ସର୍ବାଧିକ ବୃଦ୍ଧି ରେକର୍ଡ କରିଛି। ୨୦୨୩-୨୪ରେ ୧,୨୬,୮୮୭ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉତ୍ପାଦନ, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୬.୮ ପ୍ରତିଶତ ଅଧିକ। ଏହି ସଫଳତା ପାଇଁ ପ୍ରତିରକ୍ଷା ଉତ୍ପାଦ ଉତ୍ପାଦନ କରୁଥିବା ସାର୍ବଜନୀନ କ୍ଷେତ୍ର ପ୍ରତିରକ୍ଷା କମ୍ପାନୀ ଏବଂ ଘରୋଇ କ୍ଷେତ୍ର କମ୍ପାନୀଗୁଡ଼ିକୁ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି।

The post ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କଲା ଭାରତ appeared first on Dharitri Odia News.