ଆସିଲା ଖୁସି ଖବର: ଶୀଘ୍ର ବଜାରରେ ମିଳିବ କ୍ୟାନସର ଟିକା, ପୁଟିନ ଦେଲେ ସୂଚନା…
ମସ୍କୋ,୧୫।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମର ବୈଜ୍ଞାନିକମାନେ କ୍ୟାନସର ଟିକ ବିକଶିତ କରିବାର ନିକଟତର ହୋଇଛନ୍ତି ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ପୁଟିନ ଏକ ଟେଲିଭିଜନ ବିବୃତ୍ତିରେ କହିଛନ୍ତି ଆମେ କର୍କଟ ଟିକା ଏବଂ ନୂତନ ପିଢ଼ିର ପ୍ରତିରକ୍ଷା ପ୍ରଣାଳୀ ଔଷଧକୁ ବିକଶିତ କରିବାର ଅତି ନିକଟତର ହୋଇଛୁ। ଶୀଘ୍ର ସେମାନେ ଔଷଧ ଭାବରେ ପ୍ରଭାବଶାଳୀ ଭାବରେ ବ୍ୟବହୃତ ହେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ମସ୍କୋରେ ଭବିଷ୍ୟତର […] The post ଆସିଲା ଖୁସି ଖବର: ଶୀଘ୍ର ବଜାରରେ ମିଳିବ କ୍ୟାନସର ଟିକା, ପୁଟିନ ଦେଲେ ସୂଚନା… appeared first on Dharitri Odia News.
ମସ୍କୋ,୧୫।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମର ବୈଜ୍ଞାନିକମାନେ କ୍ୟାନସର ଟିକ ବିକଶିତ କରିବାର ନିକଟତର ହୋଇଛନ୍ତି ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ପୁଟିନ ଏକ ଟେଲିଭିଜନ ବିବୃତ୍ତିରେ କହିଛନ୍ତି ଆମେ କର୍କଟ ଟିକା ଏବଂ ନୂତନ ପିଢ଼ିର ପ୍ରତିରକ୍ଷା ପ୍ରଣାଳୀ ଔଷଧକୁ ବିକଶିତ କରିବାର ଅତି ନିକଟତର ହୋଇଛୁ।
ଶୀଘ୍ର ସେମାନେ ଔଷଧ ଭାବରେ ପ୍ରଭାବଶାଳୀ ଭାବରେ ବ୍ୟବହୃତ ହେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ମସ୍କୋରେ ଭବିଷ୍ୟତର ଟେକ୍ନୋଲୋଜି ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି କଥା କହିଛନ୍ତି। ପ୍ରସ୍ତାବିତ ଟିକା କେଉଁ ପ୍ରକାରର କ୍ୟାନସରକୁ ଟାର୍ଗେଟ କରିବ ତାହା ପୁଟିନ ସ୍ପଷ୍ଟ କରି ନାହାନ୍ତି କିମ୍ବା ଏହା କିପରି କାମ କରିବ ସେ ସ୍ପଷ୍ଟ କରି ନାହାନ୍ତି। ଅନେକ ଦେଶ ଏବଂ କମ୍ପାନୀ କର୍କଟ ଟିକା ଉପରେ କାମ କରୁଛନ୍ତି।
ଗତ ବର୍ଷ ବ୍ରିଟିଶ ସରକାର ଜର୍ମାନୀ ଭିତ୍ତିକ ବାୟୋ ଟେକ ସହିତ ଏକ ଚୁକ୍ତି ସ୍ବାକ୍ଷର କରି କର୍କଟ ଚିକିତ୍ସା ଯୋଗାଇବା ପାଇଁ ପରୀକ୍ଷା ଆରମ୍ଭ କରିଥିଲେ। ଯାହାର ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ୧୦,୦୦୦ ରୋଗୀଙ୍କ ପାଖରେ ପହଞ୍ଚିବା। ଫାର୍ମାସ୍ୟୁଟିକାଲ କମ୍ପାନୀ ମଡର୍ନା ଏବଂ ମର୍କ ଆଣ୍ଡ କୋ ଏକ ପରୀକ୍ଷାମୂଳକ କ୍ୟାନସର ଟିକା ପ୍ରସ୍ତୁତ କରୁଛନ୍ତି ଯାହା ମଧ୍ୟମ ପର୍ଯ୍ୟାୟ ଅଧ୍ୟୟନରେ ତିନି ବର୍ଷ ଚିକିତ୍ସା ପରେ ମେଲାନୋମା (ମାରାତ୍ମକ ଚର୍ମ କର୍କଟ) ରୁ ମୃତ୍ୟୁ ହେବାର ଆଶଙ୍କାକୁ ହ୍ରାସ କରିବ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ମାନବ ପାପିଲୋମାଭାଇରସ (ଏଚପିଭି) ର ଚିକିତ୍ସା ପାଇଁ ୬ଟି ଲାଇସେନ୍ସପ୍ରାପ୍ତ ଟିକା ଅଛି ଯାହା ଦ୍ୱାରା ଗର୍ଭାଶୟ କ୍ୟାନସର ସମେତ ଅନେକ ପ୍ରକାର କ୍ୟାନସରର ଚିକିତ୍ସା ହୋଇଥାଏ। ହେପାଟାଇଟିସ ବି ବିରୋଧରେ ମଧ୍ୟ ଟିକା ବିକଶିତ ହୋଇଛି। ଏହା ଦ୍ୱାରା ଯକୃତ କ୍ୟାନସରର ଚିକିତ୍ସା ହୋଇଥାଏ।
The post ଆସିଲା ଖୁସି ଖବର: ଶୀଘ୍ର ବଜାରରେ ମିଳିବ କ୍ୟାନସର ଟିକା, ପୁଟିନ ଦେଲେ ସୂଚନା… appeared first on Dharitri Odia News.