ଲଗାଣ ବର୍ଷାରେ ବେହାଲ ବାଙ୍କୀ, ଘରେ ଓ ସ୍କୁଲରେ ପସିଲା ବର୍ଷା ଜଳ

ବାଙ୍କୀ ୭।୮: ଲଗାଣ ବର୍ଷାରେ ବେହାଲ ବାଙ୍କୀ ରଗଡି ପଞ୍ଚାୟତ କୋଟଦ୍ୱାରବାସୀ । ଜଳବନ୍ଦୀରେ ଲୋକେ । ବର୍ଷା ଜଳ ଘରେ ପ୍ରବେଶ କରିବା ଯୋଗୁ କିଛି ପରିବାର ଘର ଛାଡି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ସ୍କୁଲ ଆଗରେ ଓ ଶ୍ରେଣୀ ଗୃହ ମଧ୍ୟରେ ବର୍ଷାଜଳ ଜମି ରହିଛି । ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି । ବର୍ଷା କମିଲେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ପାଣି ଘେରରେ ରହିଥିବା ଲୋକେ । ସେପଟେ ବର୍ଷାଜଳ ନିଷ୍କାସନ ପାଇଁ ସରପଞ୍ଚଠୁ ଧରି ପ୍ରଶାସନ ଯାଏଁ ଗୁହାରି କରି ଆସୁଥିଲେ ମଧ୍ୟ ଫଳ ଶୂନ । ଏନେଇ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି ଜଳବନ୍ଦୀ ବାସୀ ।You Can Read:ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର : ଦକ୍ଷତା ଓ ପଦୋନ୍ନତି ପାଇଁ ଜରୁରୀ ନୁହେଁ

ଲଗାଣ ବର୍ଷାରେ ବେହାଲ ବାଙ୍କୀ, ଘରେ ଓ ସ୍କୁଲରେ ପସିଲା ବର୍ଷା ଜଳ

ବାଙ୍କୀ ୭ଲଗାଣ ବର୍ଷାରେ ବେହାଲ ବାଙ୍କୀ ରଗଡି ପଞ୍ଚାୟତ କୋଟଦ୍ୱାରବାସୀ । ଜଳବନ୍ଦୀରେ ଲୋକେ । ବର୍ଷା ଜଳ ଘରେ ପ୍ରବେଶ କରିବା ଯୋଗୁ କିଛି ପରିବାର ଘର ଛାଡି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ସ୍କୁଲ ଆଗରେ ଓ ଶ୍ରେଣୀ ଗୃହ ମଧ୍ୟରେ ବର୍ଷାଜଳ ଜମି ରହିଛି । ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି । ବର୍ଷା କମିଲେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ପାଣି ଘେରରେ ରହିଥିବା ଲୋକେ । ସେପଟେ ବର୍ଷାଜଳ ନିଷ୍କାସନ ପାଇଁ ସରପଞ୍ଚଠୁ ଧରି ପ୍ରଶାସନ ଯାଏଁ ଗୁହାରି କରି ଆସୁଥିଲେ ମଧ୍ୟ ଫଳ ଶୂନ । ଏନେଇ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି ଜଳବନ୍ଦୀ ବାସୀ ।

You Can Read:

ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର : ଦକ୍ଷତା ଓ ପଦୋନ୍ନତି ପାଇଁ ଜରୁରୀ ନୁହେଁ