୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ
ନୂଆଦିଲ୍ଲୀ,୧୯।୩: ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ଭାରତ ୩-୦ ଗୋଲରେ ମାଲଡିଭ୍ସକୁ ପରାସ୍ତ କରିଛି। ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ ରହିବାପରେ ୩୪ତମ ମିନିଟରେ ପ୍ରଥମ ଗୋଲଟି ଦେଇଥିଲେ ରାହୁଲ ଭେକେ। ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତ ୧-୦ରେ ଅଗ୍ରଣୀ ରହିଥିଲା। ୬୬ତମ ମିନିଟରେ ଲିଷ୍ଟନ କୋଲାକୋ ଆଉ ଏକ ଗୋଲ ଦେଇ ଭାରତର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ସୁନୀଲ ଛେତ୍ରୀ ମଧ୍ୟ ଏଠାରେ ନିଜ କରିସ୍ମା ଦେଖାଇଥିଲେ। ସେ ନିଜ […] The post ୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୩: ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ଭାରତ ୩-୦ ଗୋଲରେ ମାଲଡିଭ୍ସକୁ ପରାସ୍ତ କରିଛି। ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ ରହିବାପରେ ୩୪ତମ ମିନିଟରେ ପ୍ରଥମ ଗୋଲଟି ଦେଇଥିଲେ ରାହୁଲ ଭେକେ। ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତ ୧-୦ରେ ଅଗ୍ରଣୀ ରହିଥିଲା। ୬୬ତମ ମିନିଟରେ ଲିଷ୍ଟନ କୋଲାକୋ ଆଉ ଏକ ଗୋଲ ଦେଇ ଭାରତର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ।
ସୁନୀଲ ଛେତ୍ରୀ ମଧ୍ୟ ଏଠାରେ ନିଜ କରିସ୍ମା ଦେଖାଇଥିଲେ। ସେ ନିଜ ଅବସରରୁ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଗୋଲ ଦେଇ ଦକ୍ଷତା ପ୍ରଦର୍ଶନ କରିଥିଲେ। ମ୍ୟାଚର ୭୬ତମ ମିନିଟରେ ସେ ଏହି ଗୋଲ ସ୍କୋର କରିଥିଲେ। ବାଂଲାଦେଶ ବିପକ୍ଷ ୨୦୨୭ ଏଏଫ୍ସି ଏସିଆନ କପ୍ କ୍ୱାଲିପାଇଂ ତୃତୀୟ ରାଉଣ୍ଡ ମ୍ୟାଚ ପୂର୍ବରୁ ଏହି ବିଜୟ ଭାରତୀୟ ଦଳର ମନୋବଳ ବଢ଼ାଇଛି। ଭାରତ-ବାଂଲାଦେଶ ଏଏଫ୍ସି କ୍ୱାଲିଫାଇଂ ମ୍ୟାଚ ଚଳିତ ମାସ ୨୫ରେ ଅନୁଷ୍ଠିତ ହେବ।
The post ୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ appeared first on Dharitri Odia News.