ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ଆଇଟି ରେଡ୍

ଆୟକର ଫାଙ୍କିବା ଅଭିଯୋଗରେ ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ରେଡ୍ ଚାଲିଛି । ଗତବର୍ଷ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନରେ ଚଢ଼ାଉ ହୋଇଥିଲା ।

ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ଆଇଟି ରେଡ୍

ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ତଥା ବିଜେଡି ନେତା ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟର ଉପରେ ଆଜି ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଛାଟୋଇଙ୍କ କୋଚିଂ ସେଣ୍ଟର, ଭୁବନେଶ୍ୱର ସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବା ସୂଚନା ରହିଛି। ଏହାସହ ଯାଜପୁରରେ ବି ସୁବ୍ରତଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ଭୋର ୪ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଛି।