ଦିନେ ଟ୍ରମ୍ପଙ୍କୁ ଘୃଣା କରୁଥିବା ଭାନ୍ସଙ୍କୁ ରନିଂ ମେଟ କହିଲେ ପୂର୍ବତନ ରାଷ୍ଟ୍ରପତି
ଓ୍ବାଶିଂଟନ,୧୬।୭: ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଓହିଓ ସିନେଟର ଜେଡି ଭାନ୍ସ ମଧ୍ୟ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ରିପବ୍ଲିକାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଡି ଭାନ୍ସଙ୍କୁ ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି। ୩୯ବର୍ଷୀୟ ଭାନ୍ସ ଭାରତୀୟ ମୂଳବାସିନ୍ଦା ଉଷା ଚିଲୁକୁରି ଭାନ୍ସଙ୍କୁ ବିବାହ କରିଛନ୍ତି। ଉଷା ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା। ସୋମବାର ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲ ନେଟୱାର୍କରେ ଲେଖିଛନ୍ତି, ‘ଦୀର୍ଘ ଦିନର […] The post ଦିନେ ଟ୍ରମ୍ପଙ୍କୁ ଘୃଣା କରୁଥିବା ଭାନ୍ସଙ୍କୁ ରନିଂ ମେଟ କହିଲେ ପୂର୍ବତନ ରାଷ୍ଟ୍ରପତି appeared first on Dharitri Odia News.
ଓ୍ବାଶିଂଟନ,୧୬।୭: ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଓହିଓ ସିନେଟର ଜେଡି ଭାନ୍ସ ମଧ୍ୟ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ରିପବ୍ଲିକାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଡି ଭାନ୍ସଙ୍କୁ ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି। ୩୯ବର୍ଷୀୟ ଭାନ୍ସ ଭାରତୀୟ ମୂଳବାସିନ୍ଦା ଉଷା ଚିଲୁକୁରି ଭାନ୍ସଙ୍କୁ ବିବାହ କରିଛନ୍ତି। ଉଷା ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା।
ସୋମବାର ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲ ନେଟୱାର୍କରେ ଲେଖିଛନ୍ତି, ‘ଦୀର୍ଘ ଦିନର ବିଚାର ବିମର୍ଷ ଏବଂ ମନ୍ଥନ ପରେ ମୁଁ ନିଷ୍ପତ୍ତି ନେଇଛି ଯେ ଆମେରିକାର ଉପରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ସବୁଠାରୁ ଉପଯୁକ୍ତ ବ୍ୟକ୍ତି ହେଉଛନ୍ତି ଓହିଓର ସିନେଟର ଜେଡି ଭାନ୍ସ।’ ସେ କହିଛନ୍ତି ଯେ ଅନ୍ୟମାନଙ୍କ ଅତୁଳନୀୟ ତାଙ୍କଠାରେ ପ୍ରତିଭା ଦେଖିବା ପରେ ଜେଡି ଭାନ୍ସଙ୍କ ନାମ ନିଶ୍ଚିତ ହୋଇଛି।
ସୂଚନାଯୋଗ୍ୟ, ପ୍ରାୟ ୮ବର୍ଷ ପୂର୍ବେ, ଯେତେବେଳେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଜେଡି ଭାନ୍ସ ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ସର୍ବସାଧାରଣରେ ରିପବ୍ଲିକାନ ନେତାଙ୍କୁ ମୂର୍ଖ ବୋଲି କହିଥିଲେ। ଏହି ସମୟରେ ତାଙ୍କୁ ଆଡଲଫ ହିଟଲରଙ୍କ ସହ ତୁଳନା କରାଯାଇଥିଲା। କିନ୍ତୁ ଆଜି ସମୟର ପରିବର୍ତ୍ତନ ହୋଇଛି, ଯେଉଁ ବ୍ୟକ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଖରାପ କଥା କହିବାରେ ପଛ ଘୁଞ୍ଚା ଦେଉ ନ ଥିଲେ, ସେ ଆଜି ତାଙ୍କର ରନିଂ ମେଟ ଅର୍ଥାତ୍ ଉପରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଅଛନ୍ତି।
The post ଦିନେ ଟ୍ରମ୍ପଙ୍କୁ ଘୃଣା କରୁଥିବା ଭାନ୍ସଙ୍କୁ ରନିଂ ମେଟ କହିଲେ ପୂର୍ବତନ ରାଷ୍ଟ୍ରପତି appeared first on Dharitri Odia News.