ବିଫଳତାର ସମ୍ମୁଖୀନ ହୋଇଥିଲେ ବିଦ୍ୟା

ମୁମ୍ବାଇ: ଯଦିଓ ବଲିଉଡ୍‌ରେ ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ଟିଭି ସିରିଏଲରୁ ଆସିଛନ୍ତି, କିନ୍ତୁ ସମସ୍ତଙ୍କୁ ସଫଳତା ମିଳି ପାରିନାହିଁ। ସେଥିମଧ୍ୟରୁ ଯେଉଁମାନେ ବଲିଉଡ୍‌ର ସୁପରଷ୍ଟାର ହୋଇ ପାରିଛନ୍ତି, ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ର ସୁପରଷ୍ଟାର ଅଭିନେତ୍ରୀ ବିଦ୍ୟା ବଲାନ। ବିଦ୍ୟାଙ୍କ ଯାତ୍ରା ଟିଭି ସିରିଏଲରୁ ଆରମ୍ଭ ହୋଇଥିଲା ଏବଂ ଆଜି ସେ ବଲିଉଡ୍‌ର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଟିଭିରୁ ବଲିଉଡକୁ ଯାତ୍ରା ଏତେ ସହଜ […] The post ବିଫଳତାର ସମ୍ମୁଖୀନ ହୋଇଥିଲେ ବିଦ୍ୟା appeared first on Dharitri Odia News.

ବିଫଳତାର ସମ୍ମୁଖୀନ ହୋଇଥିଲେ ବିଦ୍ୟା

ମୁମ୍ବାଇ: ଯଦିଓ ବଲିଉଡ୍‌ରେ ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ଟିଭି ସିରିଏଲରୁ ଆସିଛନ୍ତି, କିନ୍ତୁ ସମସ୍ତଙ୍କୁ ସଫଳତା ମିଳି ପାରିନାହିଁ। ସେଥିମଧ୍ୟରୁ ଯେଉଁମାନେ ବଲିଉଡ୍‌ର ସୁପରଷ୍ଟାର ହୋଇ ପାରିଛନ୍ତି, ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ର ସୁପରଷ୍ଟାର ଅଭିନେତ୍ରୀ ବିଦ୍ୟା ବଲାନ। ବିଦ୍ୟାଙ୍କ ଯାତ୍ରା ଟିଭି ସିରିଏଲରୁ ଆରମ୍ଭ ହୋଇଥିଲା ଏବଂ ଆଜି ସେ ବଲିଉଡ୍‌ର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ।
ଟିଭିରୁ ବଲିଉଡକୁ ଯାତ୍ରା ଏତେ ସହଜ ନଥିବା ନେଇ ନିକଟରେ ଏକ ସାକ୍ଷାତ୍‌କାରରେ ବିଦ୍ୟା ପ୍ରକାଶ କରିଛନ୍ତି। ଏକଦା ତାଙ୍କୁ ଅନେକ ଚଳଚ୍ଚିତ୍ରରୁ ବାହାର କରିଦିଆଯାଇଥିବାର ସେ ଖୁଲାସା କରିଥିଲେ। ଟିଭି ସିରିଏଲରେ କାମ କରୁଥିବା ସମୟରେ ତାଙ୍କୁ ପ୍ରଥମେ ମାଲୟାଲମ୍‌ ଚଳଚ୍ଚିତ୍ର ‘ଚକ୍ର’ ଓ ’କାଲାରୀ ବିକ୍ରମ’ ଏବଂ ତାମିଲ ଚଳଚ୍ଚିତ୍ର ‘ରନ’ ଅଫର୍‌ ହୋଇଥିଲା ା କିନ୍ତୁ ପରବର୍ତ୍ତୀ ସମୟରେ ବିଦ୍ୟାଙ୍କୁ ଏହି ଫିଲ୍ମ ଗୁଡ଼ିକରୁ ହଟାଇ ଦିଆଯାଇଥିବାର ସେ କହିଛନ୍ତି।

The post ବିଫଳତାର ସମ୍ମୁଖୀନ ହୋଇଥିଲେ ବିଦ୍ୟା appeared first on Dharitri Odia News.