ଅର୍କୁରିଆ ଚଳଚ୍ଚିତ୍ର ଉତ୍ସବରେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ “ଶୂନ୍ୟ ସ୍ୱରୂପ” ଚଳଚ୍ଚିତ୍ର ପ୍ରଦର୍ଶିତ
କୋଲକାତା ସ୍ଥିତ ଭାରତ ସରକାରଙ୍କ ସତ୍ୟଜିତ ରାୟ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ଅର୍କୁରିଆ ଚଳଚ୍ଚିତ୍ର ଉତ୍ସବରେ ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ “ଶୂନ୍ୟ ସ୍ୱରୂପ” ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ପ୍ରସାରଣ ବିଭାଗ ସଚିବ ସଞ୍ଜୟ ଜାଯୁ, ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏବଂ ରେଜିଷ୍ଟ୍ରାର ଶୁଶୃତ ଶର୍ମା, ଡିନ ବିପିନ ବିଜୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ପ୍ରସାରଣ ସଚିବ ଶ୍ରୀ ଜାଯୁ […] The post ଅର୍କୁରିଆ ଚଳଚ୍ଚିତ୍ର ଉତ୍ସବରେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ “ଶୂନ୍ୟ ସ୍ୱରୂପ” ଚଳଚ୍ଚିତ୍ର ପ୍ରଦର୍ଶିତ appeared first on KNews Odisha.

କୋଲକାତା ସ୍ଥିତ ଭାରତ ସରକାରଙ୍କ ସତ୍ୟଜିତ ରାୟ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ଅର୍କୁରିଆ ଚଳଚ୍ଚିତ୍ର ଉତ୍ସବରେ ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ “ଶୂନ୍ୟ ସ୍ୱରୂପ” ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ପ୍ରସାରଣ ବିଭାଗ ସଚିବ ସଞ୍ଜୟ ଜାଯୁ, ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏବଂ ରେଜିଷ୍ଟ୍ରାର ଶୁଶୃତ ଶର୍ମା, ଡିନ ବିପିନ ବିଜୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ପ୍ରସାରଣ ସଚିବ ଶ୍ରୀ ଜାଯୁ କହିଥିଲେ, ଏଭଳି ମୂଲ୍ୟବୋଧ ଭିତ୍ତିକ ଚଳଚ୍ଚିତ୍ରକୁ ଦେଖି ସେ ଅଭିଭୂତ। ଏହି ଚଳଚ୍ଚିତ୍ରକୁ ଭାରତ ସରକାର ସଂରକ୍ଷଣ କରିଛି।
ସେ ଏସଆରଏଫଟିଆଇ ନିର୍ଦ୍ଦେଶକ ଶ୍ରୀ ଖଟୁଆଙ୍କ ଭୂମିକା ଓ ତାଙ୍କ ସର୍ଜନାତ୍ମକ ଦିଗକୁ ଭୂୟସୀ ପ୍ରଶଂସା କରିଥିଲେ। ଏସଆରଏଫଟିଆଇର ବିଭିନ୍ନ ବିଭାଗ ଓ ପ୍ରମୋଦ ପତି ସିନେମା ଆର୍ଟ ଆଣ୍ଡ ଟେକ୍ନୋଲୋଜି ମିଉଜିଅମକୁ ପରିଦର୍ଶନ କରିଥିଲେ। ଏକ ସପ୍ତାହ ମଧ୍ୟରେ ପ୍ରଦର୍ଶିତ ୧୮ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଏହି ଓଡ଼ିଆ ଚଳଚ୍ଚିତ୍ର ଶୂନ୍ୟ ସ୍ୱରୂପ ପ୍ରଦର୍ଶିତ ହୋଇଥିଲା।
The post ଅର୍କୁରିଆ ଚଳଚ୍ଚିତ୍ର ଉତ୍ସବରେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ “ଶୂନ୍ୟ ସ୍ୱରୂପ” ଚଳଚ୍ଚିତ୍ର ପ୍ରଦର୍ଶିତ appeared first on KNews Odisha.