ଛିଣ୍ଡୁନି ଭାଜପା  ରାଜ୍ୟ ସଭାପତି ଅଙ୍କ: ରେସରେ ମନମୋହନଙ୍କ ସହ ରହିଛି  ଏହିମାନଙ୍କ ନାମ 

ଭୁବନେଶ୍ୱର,୨୬।୨: ଛିଣ୍ଡୁନି ଭାଜପା  ରାଜ୍ୟ ସଭାପତି ଅଙ୍କ। ଭାଜପା  ରାଜ୍ୟ ସଭାପତି ଚୟନରେ  କାହିଁକି ହେଉଛି ବିଳମ୍ବ।  ପୁଣି ମନମୋହନଙ୍କ ଉପରେ ଆସ୍ଥାପ୍ରକଟ  କରିବ କି ଭାଜପା। ପଦ୍ମ ଘୁଞ୍ଚିଘୁଞ୍ଚି ଗଲାପରି ଭାଜପା ସଭାପତି ନା  ଘୋଷଣାରେ ବିଳମ୍ବ ହେଉଛି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଉ କାହାକୁ ଦାୟିତ୍ୱ ଦେବେ ନା ପୁଣି ସଭାପତି ହେବେ ମନମୋହନ, ଛିଣ୍ଡୁନି ଅଙ୍କ।  ଅନ୍ୟ କାହା ମୁଣ୍ଡରେ ଢ଼ାଳିବେ କି ସୁନା କଳସ। ଏ ରାଜ୍ୟ ସଭାପତି ଚୟନ ନେଇ କେଉଁ […] The post ଛିଣ୍ଡୁନି ଭାଜପା  ରାଜ୍ୟ ସଭାପତି ଅଙ୍କ: ରେସରେ ମନମୋହନଙ୍କ ସହ ରହିଛି  ଏହିମାନଙ୍କ ନାମ  appeared first on Dharitri Odia News.

ଛିଣ୍ଡୁନି ଭାଜପା  ରାଜ୍ୟ ସଭାପତି ଅଙ୍କ: ରେସରେ ମନମୋହନଙ୍କ ସହ ରହିଛି  ଏହିମାନଙ୍କ ନାମ 
ଭୁବନେଶ୍ୱର,୨୬।୨: ଛିଣ୍ଡୁନି ଭାଜପା  ରାଜ୍ୟ ସଭାପତି ଅଙ୍କ। ଭାଜପା  ରାଜ୍ୟ ସଭାପତି ଚୟନରେ  କାହିଁକି ହେଉଛି ବିଳମ୍ବ।  ପୁଣି ମନମୋହନଙ୍କ ଉପରେ ଆସ୍ଥାପ୍ରକଟ  କରିବ କି ଭାଜପା। ପଦ୍ମ ଘୁଞ୍ଚିଘୁଞ୍ଚି ଗଲାପରି ଭାଜପା ସଭାପତି ନା  ଘୋଷଣାରେ ବିଳମ୍ବ ହେଉଛି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଉ କାହାକୁ ଦାୟିତ୍ୱ ଦେବେ ନା ପୁଣି ସଭାପତି ହେବେ ମନମୋହନ, ଛିଣ୍ଡୁନି ଅଙ୍କ।  ଅନ୍ୟ କାହା ମୁଣ୍ଡରେ ଢ଼ାଳିବେ କି ସୁନା କଳସ। ଏ
ରାଜ୍ୟ ସଭାପତି ଚୟନ ନେଇ କେଉଁ ସମୀକରଣ କାମ କରିବ ତାକୁ ନେଇ ରାଜନେତିକ ସମୀକ୍ଷକ ମଧ୍ୟ ଆକଳନ କରି ପାରୁନାହାନ୍ତି। BJP ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ରାଜ୍ୟ ନେତୃବୃନ୍ଦଙ୍କ ସହ ସଭାପତି ଚୟନ ନେଇ ଆଲୋଚନା କରିସାରିଛନ୍ତି।
ସେପଟେ ସଭାପତି ରେସରେ ମନମୋହନଙ୍କ ସହିତ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ସାରଦା ଶତପଥୀଙ୍କ ନାଁ ଆଗରେ ରହିଛି। ତେବେ ୧୫ ମାର୍ଚ୍ଚ ପୂର୍ବରୁ ସଭାପତି ର୍ନିବାଚନ ଶେଷ ହେବ ବୋଲି କୁହାଯାଉଛି।

The post ଛିଣ୍ଡୁନି ଭାଜପା  ରାଜ୍ୟ ସଭାପତି ଅଙ୍କ: ରେସରେ ମନମୋହନଙ୍କ ସହ ରହିଛି  ଏହିମାନଙ୍କ ନାମ  appeared first on Dharitri Odia News.