ସୁପର ଜାଏଣ୍ଟ୍ସର ପ୍ରଥମ ବିଜୟ

ଲକ୍ଷ୍ନୌ,୩୧ା୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଟି୨୦ ଟୁର୍ନାମେଣ୍ଟରେ ଶନିବାର ପଞ୍ଜାବ କିଙ୍ଗ୍ସକୁ ୨୧ ରନ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଟସ୍‌ ହାରି ବ୍ୟାଟିଂ କରିଥିବା ସୁପର ଜାଏଣ୍ଟ୍ସ ୮ ଉଇକେଟ ହରାଇ ୧୯୯ ରନ୍‌ କରିଥିଲା। ଜବାବରେ । ପଞ୍ଜାବ ୨୦ ଓଭରରେ ୫ ଉଇକେଟ ହରାଇ ୧୭୮ ରନ୍‌ କରି ପାରିଥିଲା। ଲକ୍ଷ୍ନୌ ପକ୍ଷରୁ ଡି କକ୍‌(୫୪) ଓ ରାହୁଲ (୧୫) ପ୍ରଥମ ଉଇକେଟରେ ୩୫ ରନ୍‌ ଯୋଡିଥିଲେ। […] The post ସୁପର ଜାଏଣ୍ଟ୍ସର ପ୍ରଥମ ବିଜୟ appeared first on Dharitri Odia News.

ସୁପର ଜାଏଣ୍ଟ୍ସର ପ୍ରଥମ ବିଜୟ

ଲକ୍ଷ୍ନୌ,୩୧ା୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଟି୨୦ ଟୁର୍ନାମେଣ୍ଟରେ ଶନିବାର ପଞ୍ଜାବ କିଙ୍ଗ୍ସକୁ ୨୧ ରନ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଟସ୍‌ ହାରି ବ୍ୟାଟିଂ କରିଥିବା ସୁପର ଜାଏଣ୍ଟ୍ସ ୮ ଉଇକେଟ ହରାଇ ୧୯୯ ରନ୍‌ କରିଥିଲା। ଜବାବରେ । ପଞ୍ଜାବ ୨୦ ଓଭରରେ ୫ ଉଇକେଟ ହରାଇ ୧୭୮ ରନ୍‌ କରି ପାରିଥିଲା।

ଲକ୍ଷ୍ନୌ ପକ୍ଷରୁ ଡି କକ୍‌(୫୪) ଓ ରାହୁଲ (୧୫) ପ୍ରଥମ ଉଇକେଟରେ ୩୫ ରନ୍‌ ଯୋଡିଥିଲେ। ଗୋଟିଏ ପଟରୁ ଡି କକ୍‌ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟ ପଟରୁ ଉଇକେଟ ପତନ ଘଟିଥିଲା। ମାର୍କସ୍‌ ଷ୍ଟୋଇନିସ୍‌ ୨ ଛକା ସହ ୧୯ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଅଧିନାୟକ ରହିଥିବା ନିକୋଲାସ୍‌ ପୁରନ୍‌(୪୨) ଚମତ୍କାର ବ୍ୟାଟିଂ କରିବା ସହ ଚତୁର୍ଥ ଉଇକେଟରେ ଡି କକ୍‌ଙ୍କ ସହ ୪୭ ରନ୍‌ ଯୋଡିଥିଲେ। ଆଉଟ ହେବା ପୂର୍ବରୁ ଡି କକ୍‌ ୩୮ ବଲ୍‌ ଖେଳି ୫ ଚୌକା ଓ ୨ ଛକା ମାରିଥିଲେ। ନିକୋଲାସ୍‌ ପୁରନ ବିସ୍ଫୋରକ ବ୍ୟାଟିଂ କରିବା ସହ ୩ଟି ଲେଖାଏ ଛକା ଓ ଚୌକା ସହ ୨୧ ବଲ୍‌ ଖେଳି ୪୨ ରନ୍‌ କରିଥିଲେ। ଶେଷ ଆଡକୁ କୃଣାଲ ପାଣ୍ଡ୍ୟା ଦ୍ରୁତ ୪୩* ରନ୍‌ କରିଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ସାମ୍‌ କୁରାନ ୩,ଅର୍ଶଦୀପ ସିଂ ୨, କାଗିସୋ ରାବାଡା ଓ ରାହୁଲ ଚହର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶିଖର ଧାଓ୍ବନ(୭୦) ଓ ଜନି ବେୟାରଷ୍ଟୋ(୪୨) ପ୍ରଥମ ଉଇକେଟରେ ୧୦୨ ରନ୍‌ ଯୋଡିଥିଲେ। ତେବେ ଉଭୟ ଖେଳାଳି ଆଉଟ ହେବା ପରେ ପଞ୍ଜାବ ଇନିଂସ ଲାଇନଚ୍ୟୁତ ହୋଇଥିଲା। ଧାଓ୍ବନ ୫୦ ବଲ୍‌ ଖେଳି ୭ ଚୌକା ଓ ୩ ଛକା ସହ ୭୦ ରନ୍‌ କରିଥିଲେ। ଅନ୍ୟ ପକ୍ଷରେ ବେୟାରଷ୍ଟୋ ୩ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଇମ୍ପାକ୍ଟ ପ୍ଲେୟର ପ୍ରଭସିମରନ୍‌ ସିଂ ୭ ବଲ୍‌ରୁ ଦ୍ରୁତ ୧୯ ରନ୍‌ କରିଥିଲେ। ତେବେ ଜୀତେଶ ଶର୍ମା ୬ ଓ ସାମ୍‌ କୁରାନ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ। ପଦାର୍ପଣକାରୀ ମୟଙ୍କ ଯାଦବ ୩ ଉଇକେଟ ଓ ମୋହସିନ୍‌ ଖାନ୍‌ ୨ ଉଇକେଟ ନେଇଥିଲେ। ୧୭ ତମ ଓଭର ବୋଲିଂ କରୁଥିବା ମୋହସିନ୍‌ ଲଗାତାର ବଲ୍‌ରେ ଧାଓ୍ବନ ଓ କୁରାନଙ୍କୁ ଆଉଟ କରିବା ସହ ମ୍ୟାଚ୍‌ର ମୋଡ ସୁପର ଜାଏଣ୍ଟ୍ସ ଆଡକୁ ମୋଡି ଦେଇଥିଲେ।

ସଂକ୍ଷିପ୍ତ ସ୍କୋର
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୦ ଓଭରରେ ୧୯୯/୮(କ୍ୱିଣ୍ଟନ ଡି କକ୍‌-୫୪, କୃଣାଲ ପାଣ୍ଡ୍ୟା-୪୩*, ନିକୋଲାସ୍‌ ପୁରନ୍‌-୪୨, ସାମ୍‌ କୁରାନ-୩/୨୮, ଅର୍ଶଦୀପ ସିଂ-୨/୩୦, କାଗିସୋ ରାବାଡା-୧/୩୮)।
ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୧୭୮/୫(ଶିଖର ଧାଓ୍ବନ-୭୦, ଜନି ବେୟାରଷ୍ଟୋ-୪୨, ଲିଆମ ଲିଭିଙ୍ଗଷ୍ଟୋନ-୨୮*, ମୟଙ୍କ ଯାଦବ-୩/୨୭, ମୋହସିନ୍‌ ଖାନ୍‌-୨/୩୪)।

The post ସୁପର ଜାଏଣ୍ଟ୍ସର ପ୍ରଥମ ବିଜୟ appeared first on Dharitri Odia News.