ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ମଙ୍ଗଳବାର ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ଡାକରା
ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ ଭୀମସାର୍, ବୁର୍ଲାରେ ଚିକିତ୍ସାଧିନ ଅଛନ୍ତି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପାରି ନାହିଁ। ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବରଗଡ଼ ସଚେତନ ନାଗରିକ ମଞ୍ଚ ଆହ୍ବାନରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ […] The post ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ମଙ୍ଗଳବାର ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ଡାକରା appeared first on Dharitri Odia News.
ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ ଭୀମସାର୍, ବୁର୍ଲାରେ ଚିକିତ୍ସାଧିନ ଅଛନ୍ତି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପାରି ନାହିଁ। ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବରଗଡ଼ ସଚେତନ ନାଗରିକ ମଞ୍ଚ ଆହ୍ବାନରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ସର୍ବଦଳୀୟ ବୈଠକ ହୋଇଥିଲା। ବୈଠକରେ କଂଗ୍ରେସ, ବିଜେଡି, ଆମ ଆଦମୀ ପାର୍ଟି ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଘଟଣାକୁ ନିନ୍ଦା କରାଯାଇଥିଲା। ଏହା ସହିତ ଏହି ଘଟଣାରେ ପୋଲିସ, ପ୍ରଶାସନର କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଥିଲା। ପୋଲିସ, ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବେ ଗ୍ରହଣ କରୁଥିବା ଅଭିଯୋଗ କରି ଆସନ୍ତା ୨୧ ତାରିଖ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବରଗଡ଼ ବନ୍ଦ ପାଳନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯିବ ବୋଲି ସୂଚନା ଦିଆଯାଇଛି।
ପ୍ରକାଶଥାଉକି, ଗତ ୧୨ତାରିଖ ଧନୁଯାତ୍ରା ଦେଖିବାକୁ ଆସିଥିବା ବେଳେ ପୀଡିତା ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବାର ପ୍ରାୟ ୪୮ ଘଣ୍ଟା ପରେ ଅର୍ଥାତ୍ ଗତ ୧୪ତାରିଖ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡିତା ଉଦ୍ଧାର ହୋଇଥିଲେ। ତାଙ୍କୁ ଅପହରଣ କରି ବଳାତ୍କାର ଏବଂ ହତ୍ୟା ଉଦ୍ୟମ ହୋଇଥିବା ନେଇ ପୀଡିତାଙ୍କ ମା ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି। କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପାରି ନାହିଁ। ଅନ୍ୟପକ୍ଷରେ ପୋଲିସ ଜାଲରେ ଅଭିଯୁକ୍ତମାନେ ପଡି ସାରିଛନ୍ତି ଏବଂ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି ବୋଲି ସାଧାରଣରେ ଆଲୋଚିତ ହେଉଛି।
The post ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ମଙ୍ଗଳବାର ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ଡାକରା appeared first on Dharitri Odia News.