ଅବକାରୀ ବିଭାଗ ସ୍କାନରରେ ଚୋରା ମଦ ବ୍ୟବସାୟୀ, ବିପୁଳ ପରିମାଣରେ ଚୋରା ମଦ ଜବତ
ଭୋଗରାଇ ୭।୪: ଅବକାରୀ ବିଭାଗ ସ୍କାନରରେ ଭୋଗରାଇର ଜନୈକ ଚୋରା ମଦ ବ୍ୟବସାୟୀ । ଭୋଗରାଇର ୨ଟି ସ୍ଥାନରେ ଅବକାରୀ ବିଭାଗର ୧୫ ଜଣିଆ ଟିମ୍ ରେଡ୍ କରି ଜବତ କରିଛି ବିପୁଳ ପରିମାଣରେ ଚୋରା ମଦ ।ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ପଶ୍ଚିମବଙ୍ଗରୁ ଚୋରା ମଦ କାରବାର ବୃଦ୍ଧି ପାଇଛି । ଚଳିତ ବର୍ଷ ନିର୍ବାଚନ ଥିବାରୁ ଏହିଭଳି ବଡ ଧରଣର ଚଢ଼ାଉ କରାଯାଉଛି ବୋଲି ଜଣାପଡିଛି । ଭୋଗରାଇ ଲକ୍ ଓ ବାଉଁଶଡିହାରେ ଠାରେ ଥିବା ଅସ୍ଥାୟୀ ଗୋଡାଉନ ଉପରେ ଚଢ଼ାଉ କରାଯାଇଛି । ଅବକାରୀ ବିଭାଗର ଅତିରିକ୍ତ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଚଢାଉ କରାଯାଇଛି । ଏଥିରେ ଜିଲ୍ଲା ମୋବାଇଲ ସ୍କ୍ବାଡ୍, ଜଳେଶ୍ୱର ରେଞ୍ଜ, ଭୋଗରାଇ ଅବକାରୀ ଥାନାର ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଏହି ଚଢ଼ାଉରେ ତିନି ଚୋରା ମଦ ବ୍ୟବସାୟୀ ଗିରଫ ସହ ଗୋଟିଏ ସ୍କୁଟି ଗୋଟିଏ ଆପଚି ବାଇକ୍ ଜବତ କରାଯାଇଛି । ଜବତ ହୋଇଥିବା ବିପୁଳ ପରିମାଣର ଦେଶୀ ମଦକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଏହାସହ ଦୁଇଟି କାର୍ ଭର୍ତ୍ତି ମଦ ପୋଲିସ ଜବତ କରିଛି । ଏହି ଘଟଣାକୁ ନେଇ ଗିରଫ ହୋଇଥିବା ୩ ଜଣ ବ୍ୟବସାୟୀକୁ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି । ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷlଧିକ ହେବ ।You Can Read :ଘରେ ପଶି ଲୁଟିଲେ ଦୁର୍ବୃତ୍ତ, ତାଡିନେଲେ ସିସିଟିଭି
ଭୋଗରାଇ ୭।୪: ଅବକାରୀ ବିଭାଗ ସ୍କାନରରେ ଭୋଗରାଇର ଜନୈକ ଚୋରା ମଦ ବ୍ୟବସାୟୀ । ଭୋଗରାଇର ୨ଟି ସ୍ଥାନରେ ଅବକାରୀ ବିଭାଗର ୧୫ ଜଣିଆ ଟିମ୍ ରେଡ୍ କରି ଜବତ କରିଛି ବିପୁଳ ପରିମାଣରେ ଚୋରା ମଦ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ପଶ୍ଚିମବଙ୍ଗରୁ ଚୋରା ମଦ କାରବାର ବୃଦ୍ଧି ପାଇଛି । ଚଳିତ ବର୍ଷ ନିର୍ବାଚନ ଥିବାରୁ ଏହିଭଳି ବଡ ଧରଣର ଚଢ଼ାଉ କରାଯାଉଛି ବୋଲି ଜଣାପଡିଛି । ଭୋଗରାଇ ଲକ୍ ଓ ବାଉଁଶଡିହାରେ ଠାରେ ଥିବା ଅସ୍ଥାୟୀ ଗୋଡାଉନ ଉପରେ ଚଢ଼ାଉ କରାଯାଇଛି । ଅବକାରୀ ବିଭାଗର ଅତିରିକ୍ତ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଚଢାଉ କରାଯାଇଛି । ଏଥିରେ ଜିଲ୍ଲା ମୋବାଇଲ ସ୍କ୍ବାଡ୍, ଜଳେଶ୍ୱର ରେଞ୍ଜ, ଭୋଗରାଇ ଅବକାରୀ ଥାନାର ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଏହି ଚଢ଼ାଉରେ ତିନି ଚୋରା ମଦ ବ୍ୟବସାୟୀ ଗିରଫ ସହ ଗୋଟିଏ ସ୍କୁଟି ଗୋଟିଏ ଆପଚି ବାଇକ୍ ଜବତ କରାଯାଇଛି । ଜବତ ହୋଇଥିବା ବିପୁଳ ପରିମାଣର ଦେଶୀ ମଦକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଏହାସହ ଦୁଇଟି କାର୍ ଭର୍ତ୍ତି ମଦ ପୋଲିସ ଜବତ କରିଛି । ଏହି ଘଟଣାକୁ ନେଇ ଗିରଫ ହୋଇଥିବା ୩ ଜଣ ବ୍ୟବସାୟୀକୁ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି । ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷlଧିକ ହେବ ।
You Can Read :