ନକ୍‌ଆଉଟ୍‌, ଅଷ୍ଟ୍ରେଲିଆ ଓ ଯୁବରାଜ ସିଂହ, ବଦଳିଛି ବର୍ଷ, ବଦଳିନାହାନ୍ତି 'ସିକ୍ସର କିଙ୍ଗ୍‌'

ନୂଆଦିଲ୍ଲୀ ୧୩।୦୭: 'ସିକ୍ସର୍ କିଙ୍ଗ' । ଅଷ୍ଟ୍ରେଲିଆ ବିପକ୍ଷରେ ନକ୍ଆଉଟ୍ ମ୍ୟାଚ୍ ଥିବ ଆଉ ଯୁବରାଜ ସିଂହଙ୍କ ବ୍ୟାଟ୍ ଚାଲିବନି, ଏହା ଅସମ୍ଭବ । ସେ ବଡ଼ ମ୍ୟାଚ୍‌ର ଖେଳାଳି, ଏକଥାକୁ ସେ ପୁଣିଥରେ କରିଛନ୍ତି ପ୍ରମାଣ ।  ଯେମିତି ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌ର ନକ୍ଆଉଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଆଣ୍ଠେଇ ଦେଇଥିଲେ । ଏବେ ପୁଣି ଅର୍ଥାତ୍‌ ଶୁକ୍ରବାର ରାତିରେ ସେହି କ୍ରେଜ୍‌ ଦେଖିବାକୁ ମିଳିଛି ଯୁବରାଜଙ୍କ ପାଖରେ । ସେ ୱାର୍ଲ୍ଡ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡସ୍‌ ଲିଗ୍‌ରେ ମଧ୍ୟ ସମାନ କାମ କରିଛନ୍ତି । ବର୍ମିଂହାମରେ ଖେଳାଯାଉଥିବା ୱାର୍ଲ୍ଡ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡସ୍‌ ଲିଗ୍‌ । ଏହି ଲିଗ୍‌ରେ ଭାରତୀୟ ଚାମ୍ପିଅନ୍ସଙ୍କ ଅଧିନାୟକ ଦାୟିତ୍ବ ନେଇଛନ୍ତି ଯୁବରାଜ ସିଂ । ଆଉ ଶୁକ୍ରବାର ରାତିରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଲଗାଇଥିଲେ ପାଞ୍ଚଟି ଛକା  । ଏହାରି ସହାୟତାରେ ମାତ୍ର ୨୮ ବଲରେ ଖେଳିଛନ୍ତି ୫୯ ରନ୍‌ର ଚମତ୍କାର ଇନିଂସ । ଏଥିରେ ୟୁଭିଙ୍କ ବ୍ୟାଟରୁ ବାହାରିଥିଲା ଚାରୋଟି ଚମତ୍କାର ଚୌକା । ଯୁବରାଜଙ୍କ ଏହି ଇନିଂସକୁ ଦେଖି ମନେ ପଡିଯାଇଛି ୨୦୦୭ ଟି ୨୦ ବିଶ୍ୱକପ୍‌ କଥା । ସିକ୍ସର କିଙ୍ଗ୍ ଅଷ୍ଟ୍ରେଲିଆ ବିପକ୍ଷରେ ୩୦ ବଲରେ ଲଗାଇଥିଲେ ୭୦ ରନ୍‌ର ଇନିଂସ ।୪୨ ବର୍ଷୀୟ ଯୁବରାଜଙ୍କ ଠାରେ ଆଜି ମଧ୍ୟ ସମାନ କ୍ରେଜ୍‌ । ଯାହାକି ୧୫ ବର୍ଷ ପୂର୍ବେ ଦେଖିବାକୁ ମିଳିଥିଲା । ଶୁକ

ନକ୍‌ଆଉଟ୍‌, ଅଷ୍ଟ୍ରେଲିଆ ଓ ଯୁବରାଜ ସିଂହ, ବଦଳିଛି ବର୍ଷ, ବଦଳିନାହାନ୍ତି 'ସିକ୍ସର କିଙ୍ଗ୍‌'

ନୂଆଦିଲ୍ଲୀ ୧୩।୦୭: 'ସିକ୍ସର୍ କିଙ୍ଗ' । ଅଷ୍ଟ୍ରେଲିଆ ବିପକ୍ଷରେ ନକ୍ଆଉଟ୍ ମ୍ୟାଚ୍ ଥିବ ଆଉ ଯୁବରାଜ ସିଂହଙ୍କ ବ୍ୟାଟ୍ ଚାଲିବନି, ଏହା ଅସମ୍ଭବ । ସେ ବଡ଼ ମ୍ୟାଚ୍‌ର ଖେଳାଳି, ଏକଥାକୁ ସେ ପୁଣିଥରେ କରିଛନ୍ତି ପ୍ରମାଣ ।  ଯେମିତି ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌ର ନକ୍ଆଉଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଆଣ୍ଠେଇ ଦେଇଥିଲେ । ଏବେ ପୁଣି ଅର୍ଥାତ୍‌ ଶୁକ୍ରବାର ରାତିରେ ସେହି କ୍ରେଜ୍‌ ଦେଖିବାକୁ ମିଳିଛି ଯୁବରାଜଙ୍କ ପାଖରେ । ସେ ୱାର୍ଲ୍ଡ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡସ୍‌ ଲିଗ୍‌ରେ ମଧ୍ୟ ସମାନ କାମ କରିଛନ୍ତି । 

ବର୍ମିଂହାମରେ ଖେଳାଯାଉଥିବା ୱାର୍ଲ୍ଡ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡସ୍‌ ଲିଗ୍‌ । ଏହି ଲିଗ୍‌ରେ ଭାରତୀୟ ଚାମ୍ପିଅନ୍ସଙ୍କ ଅଧିନାୟକ ଦାୟିତ୍ବ ନେଇଛନ୍ତି ଯୁବରାଜ ସିଂ । ଆଉ ଶୁକ୍ରବାର ରାତିରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଲଗାଇଥିଲେ ପାଞ୍ଚଟି ଛକା  । ଏହାରି ସହାୟତାରେ ମାତ୍ର ୨୮ ବଲରେ ଖେଳିଛନ୍ତି ୫୯ ରନ୍‌ର ଚମତ୍କାର ଇନିଂସ । ଏଥିରେ ୟୁଭିଙ୍କ ବ୍ୟାଟରୁ ବାହାରିଥିଲା ଚାରୋଟି ଚମତ୍କାର ଚୌକା । ଯୁବରାଜଙ୍କ ଏହି ଇନିଂସକୁ ଦେଖି ମନେ ପଡିଯାଇଛି ୨୦୦୭ ଟି ୨୦ ବିଶ୍ୱକପ୍‌ କଥା । ସିକ୍ସର କିଙ୍ଗ୍ ଅଷ୍ଟ୍ରେଲିଆ ବିପକ୍ଷରେ ୩୦ ବଲରେ ଲଗାଇଥିଲେ ୭୦ ରନ୍‌ର ଇନିଂସ ।

୪୨ ବର୍ଷୀୟ ଯୁବରାଜଙ୍କ ଠାରେ ଆଜି ମଧ୍ୟ ସମାନ କ୍ରେଜ୍‌ । ଯାହାକି ୧୫ ବର୍ଷ ପୂର୍ବେ ଦେଖିବାକୁ ମିଳିଥିଲା । ଶୁକ୍ରବାର ଯେତେବେଳେ ୟୁଭି ଅଷ୍ଟ୍ରେଲୀୟ ବୋଲରଙ୍କୁ ଧୋଇଥିଲେ, ଲାଗୁଥିଲା ଯେପରି ୬ଟି ଛକା ମାରିବା ତାଙ୍କପାଇଁ ଅତି ସହଜ କଥା। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ପ୍ରଥମେ ଖେଳିବା ପରେ ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୫୪ ରନ୍ ସଂଗ୍ରହ କରିଥିଲା। ଟାର୍ଗେଟକୁ ଗୋଡାଇ କଙ୍ଗାରୁ ଟିମ୍ ମାତ୍ର ୧୬୮ ରନ୍ ସ୍କୋର କରିପାରିଥିଲା। ଆଉ ଅଷ୍ଟ୍ରେଲିଆକୁ ୮୬ ରନ୍‌ ହରାଇଲା ଭାରତ । 

ଭାରତ ଚାମ୍ପିଅନ୍ସ ପକ୍ଷରୁ ଯୁବରାଜ ସିଂ ମାତ୍ର ୨୮ ବଲରେ ୫୯ ରନ୍ ସଂଗ୍ରହ କରିଥିଲେ। ୧୯ ଟି ବଲରେ ଇରଫାନ ପଠାନ ୫୦ ରନ ସଂଗ୍ରହ କରିଥିବାବେଳେ ୟୁସୁଫ ପଠାନ ୨୩ ବଲରେ ୫୧ ରନ୍ ଏବଂ ରବିନ୍ ଉଥାପ୍ପା ୩୫ ବଲରେ ୬୫ ରନ୍ ସ୍କୋର କରିଥିଲେ। ତା’ପରେ ବୋଲିଂରେ ଧବଲ କୁଲକର୍ଣ୍ଣି ଏବଂ ପୱନ ନେଗୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ହରଭଜନ ସିଂ ଏବଂ ଇରଫାନ ପଠାନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ତେବେ ଏହି ଇନିଂସ ପରଠାରୁ ଖୁବ୍‌ ଟ୍ରେଣ୍ଡରେ ଯୁବରାଜ ସିଂହ । କ୍ରମାଗତ ଭାବେ ସିକ୍ସର୍ କିଙ୍ଗଙ୍କ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ ।